ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

କୋଟିଆରେ ରାଜସ୍ଵ କମିଶନର, ସମୀକ୍ଷା ବୈଠକରେ ବିକାଶକୁ ଗୁରୁତ୍ଵ

8/07/2022 at 10:01 PM

କୋରାପୁଟ: କୋଟିଆକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗସ୍ତ କରିବା ପରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ଟି ଆପାଙ୍ଗ ଆଓ ଗସ୍ତ କରିଛନ୍ତି। କୋଟିଆ ପଞ୍ଚାୟତର ସଭାଗୃହରେ ଗ୍ରାମପୁଞ୍ଜର ସର୍ବାଙ୍ଗୀନ ବିକାଶକୁ ନେଇ ସେ ସମୀକ୍ଷା କରିଥିଲେ। ଓଡିଶା ସରକାରଙ୍କ ଦ୍ଵାରା କୋଟିଆର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ୧୫୦ କୋଟି ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଉକ୍ତ ଅନୁଦାନକୁ ବ୍ୟବହାର କରାଯାଇ ଗମନାଗମନ, ସ୍ଵାସ୍ଥ୍ୟ,ଶିକ୍ଷା, ଆଇନ ବ୍ୟବସ୍ଥା, ଆଦି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି।

ସମୀକ୍ଷା ବୈଠକରେ ବିଦ୍ୟୁତ, ପାନୀୟ ଜଳ ଓ ଗ୍ରାମୀଣ ରାସ୍ତାର ଉନ୍ନତିକରଣ ସେ ଗୁରୁତ୍ବ ଦେଇଥିଲେ । ବିଭାଗୀୟ ଅଧିକାରୀଙ୍କୁ ଯଥାଶୀଘ୍ର କାମ ସାରିବାକୁ ତାଗିଦ୍ ମଧ୍ୟ କରିଥିଲେ। ସମୀକ୍ଷା ବୈଠକ ପରେ ସେ କୋଟିଆ ହସ୍ପିଟାଲ ପରିଦର୍ଶନ କରିଥିଲେ। କୋଟିଆରେ ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ହେଉଥିବା କାରଣରୁ ଗୋଟିଏ ଡିଜେଲ ଜେନେରେଟର ପ୍ରଦାନ କରିବାକୁ ହସ୍ପିଟାଲ କର୍ତୃପକ୍ଷ ନିବେଦନ କରିଥିଲେ। ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ,ଉପ ଜିଲ୍ଲାପାଳ, ସୁନାବେଡା ଉପଖଣ୍ଡ ପୋଲିସ ଅଧିକାରୀ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

   Related Posts