ଝାରସୁଗୁଡାରେ ଦ୍ବିତୀୟ କରୋନା ସଂକ୍ରମିତ ଚିହ୍ନଟ
3/05/2020 at 3:35 PM

ଝାରସୁଗୁଡା୩/୫: ଝାରସୁଗୁଡାରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଦ୍ବିତୀୟ ଆକ୍ରାନ୍ତ ଜଣେ ୪୦ ବର୍ଷୀୟା ମହିଳା। ସେ ଏପ୍ରିଲ ମାସ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାସ୍ଥିତ ନିଜ ସମ୍ପର୍କୀୟ ଝିଆରୀଙ୍କ ପ୍ରସବ ସକାଶେ ତାଙ୍କ ଘରକୁ ଯାଇଥିଲେ। ପୁଣି ୨୬ ତାରିଖରେ ଝାରସୁଗୁଡା ଜିଲ୍ଲାକୁ ଫେରିଥିଲେ। ସେହିଦିନ ଠାରୁ ସଂପୃକ୍ତ ମହିଳା ନିଜ ଘରେ କ୍ବାରେଣ୍ଟାଇନ୍ରେ ଥିଲେ।ତାଙ୍କ ସ୍ୱାବ୍ ନମୁନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା ପାଇଁ ପଠାଯାଇ ଥିଲା। ଏହି ମହିଳା ଜଣକ ହେଉଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁଡ଼ାଲୋଏ ପଞ୍ଚାୟତର ଦହଲଡେରା ଗ୍ରାମର। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସେ ଅଞ୍ଚଳର ଆଖପାଖ ଅଞ୍ଚଳରେ ପୋଲିସର କଡା ପହରା ଆରମ୍ଭ ହୋଇଛି।
Related Posts
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023