ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଛତ୍ରପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

Published By : Prameya-News7 Bureau | October 02, 2022 IST

ଖଲ୍ଲିକୋଟ ୦୨/୧୦ : ପବିତ୍ର ଗାନ୍ଧି ଜୟନ୍ତୀରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ଜନ ସଂପର୍କ ପଦଯାତ୍ରା। ଗୋଟିଏ ମାସ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ। ଏହି ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଛତ୍ରପୁରରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂତିମୂର୍ତୀରେ ପୁଷ୍ପମାଲ୍ୟ  ଅର୍ପଣ କରିବା ପରେ ପଦଯାତ୍ରା ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା କିପରି ଲୋକଙ୍କ ପାଖରେ  ପହଞ୍ଚିବ, ରୂପାନ୍ତରିତ ଓଡିଶା ଓ ସେବା ସଂକଳ୍ପର ବାର୍ତ୍ତା ଏହି ପଦଯାତ୍ରା ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ। 

ନଭେମ୍ବର ୨ ରେ ଏହି ଯାତ୍ରା ଶେଷ ହେବ। ସେଦିନ ରାଜ୍ୟବାସୀଙ୍କ ସେବା ପାଇଁ ଦଳୀୟ କର୍ମୀମାନେ ସମୂହ ଶପଥପାଠ କରିବେ। ଏହି ପଦଯାତ୍ରା ଛତ୍ରପୁର ଲୋୟର ବସଷ୍ଟାଣ୍ଡରୁ  ଆରମ୍ଭ ହୋଇ ଅପର ବସଷ୍ଟାଣ୍ଡରେ ସରିଥିଲ।  ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ନଗର ସଭାପତି ଜି.ରାଜିବାବୁ, ପୂର୍ବତନ ଏନଏସି ଅଧ୍ୟକ୍ଷା ଜି.ଆରତୀ, ଛତ୍ରପୁର ଏନଏସିର ସମସ୍ତ ବିଜେଡି କାଉନସିଲର, ଜିଲ୍ଲାପରିଷଦ ସଭ୍ୟାଙ୍କ ସହିତ ବିଜେଡିର ଶତାଧିକ କର୍ମୀମାନେ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.