ଭାରତୀୟ ବଜାରରୁ ଜାରି ରହିଛି ବିଦେଶୀ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର, ଫେବୃଆରୀରେ ବିକ୍ରି କଲେଣି ୯୬୦୦ କୋଟି ସେୟାର
12/02/2023 at 8:48 PM

ନୂଆଦିଲ୍ଲୀ, ୧୨/୦୨: ଭାରତୀୟ ସେୟାର ବଜାରରୁ ବିଦେଶୀ ନିବେଶକ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ରିପୋର୍ଟ ଅନୁଯାୟୀ, ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ଚଳିତ ମାସ ଫେବୃଆରୀରେ ଏପର୍ଯ୍ୟନ୍ତ ୯୬୦୦ କୋଟି ଟଙ୍କାରୁ ଅଧିକ ପ୍ରତ୍ୟାହାର କରିସାରିଛନ୍ତି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅନ୍ୟ ବଜାର ତୁଳନାରେ ଭାରତୀୟ ସେୟାର ମାର୍କେଟର ଉଚ୍ଚ ମୂଲ୍ୟାଙ୍କନକୁ ଦେଖି ବିଦେଶୀ ନିବେଶକ ଏହି ପ୍ରତ୍ୟାହାର କରୁଛନ୍ତି।
ତଥ୍ୟ ଅନୁଯାୟୀ, ଜାନୁଆରୀରେ ୨୮,୮୫୨ କୋଟିର ଏଫଆଇ ପ୍ରତ୍ୟାହାର ହୋଇଥିଲା। ଏହା ଗତ ସାତ ମାସରେ ସବୁଠୁ ଅଧିକ ପ୍ରତ୍ୟାହାର ଥିଲା। ସେହିଭଳି ୧ ରୁ ୧୦ ଫେବୃଆରୀ ମଧ୍ୟରେ ଭାରତୀୟ ଶେୟାର ବଜାରରେ ୯,୬୭୨ କୋଟି ଟଙ୍କାର ପ୍ରତ୍ୟାହାର ହୋଇଛି। ଯେତେବେଳେକି, ବିଦେଶୀ ନିବେଶକ ଡିସେମ୍ବର ୨୦୨୨ ରେ ୧୧,୧୧୯ କୋଟି ଟଙ୍କା ଏବଂ ନଭେମ୍ବରରେ ୩୬, ୨୩୮ କୋଟି ଟଙ୍କାର ନିବେଶ ଭାରତୀୟ ବଜାର କରିଥିଲେ।
କୋଟକ୍ ସିକ୍ୟୁରିଟିଜ୍ର ଶ୍ରୀକାନ୍ତ ଚୌହାନ କହିଛନ୍ତି ଯେ କେନ୍ଦୀୟ ବ୍ୟାଙ୍କ୍ ମାନଙ୍କ ଦ୍ବାରା ସୁଧ ଦରରେ ବୃଦ୍ଧି ଜାରି ରଖିବାଦ୍ବାରା ଆଗକୁ ମଧ୍ୟ ଏଫପିଆଇ ଦ୍ବାରା ପ୍ରତ୍ୟାହାର ଜାରି ରହିବାର ଆଶଙ୍କା ରହିଛି। ବିଶେଷଜ୍ଞ କହିବା ଅନୁଯାୟୀ, ଭାରତୀୟ ବଜାରରୁ କଢ଼ାଯାଇଥିବା ପୁଞ୍ଜି ତାଇବାନ, ଦକ୍ଷିଣ କୋରିଆ ଏବଂ ଜାପାନ ଭଳି ବଜାରରେ ଲଗାଯାଉଛି। ଚୀନ୍ରେ ଶକ୍ତ ଲକଡାଉନ୍ ହଟାଇବା ପରେ ପୁଣି ଥରେ ବିଦେଶୀ ନିବେଶକ ଆକର୍ଷିତ ହୋଇଛନ୍ତି।