oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ପ୍ରତିଯୋଗିତାରେ ୬୦ଟି ଖାଦ୍ୟ ପୁଡ଼ିଆ ଖାଇଗଲେ ଜଣେ ପୋଲିସ କର୍ମଚାରୀ, ସୃଷ୍ଟି କଲେ ନିଆରା ରେକର୍ଡ

6/01/2022 at 8:46 PM

ନୂଆଦିଲ୍ଲୀ ୦୬/୦୧ :  ସାଧାରଣ ଭାବେ ଆମେ ନିୟମିତ ଯେତିକି ଖାଦ୍ୟ ଆବଶ୍ୟକ ସେତିକି ଖାଇଥାଉ। କିନ୍ତୁ କିଛି ଲୋକ ଆବଶ୍ୟକତାଠୁ ଢେର ଅଧିକ ଖାଦ୍ୟ ଖାଇଥାଆନ୍ତି । ଏପରି ଏକ ଆଶ୍ଚର୍ଯ୍ୟଜନକ ଓ ନିଆରା ଖବର ଉତ୍ତରପ୍ରଦେଶରୁ ଆସିଛି। ଉତ୍ତରପ୍ରଦେଶର ଜଣେ ପୋଲିସ କର୍ମଚାରୀ ୬୦ଟି ଖାଦ୍ୟ ପୁଡ଼ିଆ ଖାଇ ରେକର୍ଡ ସୃଷ୍ଟି କରିଛନ୍ତି। ପୋଲିସ ବିଭାଗ ଦ୍ୱାରା ଆୟୋଜିତ ‘ବଡ଼ ଖାଇବା ପ୍ରତିଯୋଗିକତା’ରେ ପୋଲିସ କର୍ମଚାରୀ ଜଣଙ୍କ ଏପରି ରେକର୍ଡ ସୃଷ୍ଟି କରିଛନ୍ତି।

ପ୍ରକୃତରେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ରିଜର୍ଭ ପୋଲିସ ଲାଇନରେ ‘ପୁଡ଼ି ଖାଅ’ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାର ନାଁ ‘ବଡ଼ ଖାଇବା’ ରଖାଯାଇଥିଲା । ପ୍ରଶିକ୍ଷଣ ନେଉଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର ସମସ୍ତଙ୍କୁ ଖାଦ୍ୟ ପରଷିଥିଲେ ଓ ନିଜେ ଖାଇଥିଲେ ।

ଏଥିରେ ପିଏସି ପୋଲିସ କର୍ମଚାରୀ ଋଷିକେଶ ରାୟ ନିଜ ପୁରୁଣା ରେକର୍ଡ ଭାଙ୍ଗି ୬୦ଟି ଖାଦ୍ୟ ପୁଡ଼ିଆ ଖାଇ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ସେ ୫୧ଟି ଖାଦ୍ୟ ପୁଡ଼ିଆ ଖାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ପ୍ରତିଯୋଗିତା ପରେ ପୋଲିସ ଅଧୀକ୍ଷକ ତାଙ୍କୁ ନଗଦ ୧୦୦୦ ଟଙ୍କା ପୁରସ୍କାର ଦେଇ ସମ୍ମାନିତ କରିବା ସହିତ ତାଙ୍କୁ ବିଜେତା ଘୋଷଣା କରିଥିଲେ । 

୪୮ଟି ଖାଦ୍ୟ ପୁଡ଼ିଆ ଖାଇ ଟ୍ରେନିଂ ନେଉଥିବା ପୋଲିସ କର୍ମଚାରୀ ଅମିତ କୁମାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତା ବିଷୟରେ ଗୋଣ୍ଡା ପୋଲିସ ଟୁଇଟ କରି ସୂଚନା ଦେଇଛି । ଏହି ଟୁଇଟ ସହିତ ପୋଲିସ ପ୍ରତିଯୋଗିତାର କିଛି ଫଟୋ ମଧ୍ୟ ସେୟାର କରିଛି। ଏହି ଫେଟୋରେ ସମସ୍ତ ପୋଲିସ କର୍ମଚାରୀ ପ୍ରତିଯୋଗିତାରେ  ଅଂଶଗ୍ରହଣ କରି ଧାଡ଼ି ହୋଇ ବସିଥିବା ଦେଖାଯାଇଛି।

   Related Posts