ମଦ ପିଅ, କରେଣ୍ଟ ଖାଅ..ତାପରେ ବିବାହ : ଏକ ଅଦ୍‌ଭୂତ ପରମ୍ପରା

Published By : Prameya-News7 Bureau | December 28, 2019 IST

ବିବାହକୁ ଦୂନିଆରେ ସବୁଠାରୁ ପବିତ୍ର ବନ୍ଧନ ବୋଲି ଧରାଯାଇଥାଏ । ବିବାହ ହେଉଛି ଏକ ଏପରି ପରମ୍ପରା ଯାହା ପୁରୁଷ ଓ ମହିଳାଙ୍କ ମିଳନ ନୁହେଁ, ବରଂ ଏହା ଦୁଇଟି ଆତ୍ମାର ମିଳନ ଏବଂ ଭିନ୍ନ ଭିନ୍ନ ପରିବାରଙ୍କ ମଧ୍ୟରେ ଏକ ଦୃଢ ଓ ଅଭିନ୍ନ ସମ୍ପର୍କ ସ୍ଥାପନ କରିଥାଏ । ତେବେ ବିବାହ ବନ୍ଧନ ଓ ଏବଂ ବୈବାହିକ ସମ୍ପର୍କ ପୂର୍ବରୁ ଅନେକ ଦେଶରେ ଅଦଭୂତ ଓ ଅଜବ ପରମ୍ପରା , ରୀତିନୀତି , ପରୀକ୍ଷା-ନିରୀକ୍ଷା ରହିଛି । ବିଶେଷକରି ଝିଅମାନଙ୍କ ସତୀତ୍ବ, ପୁରୁଷମାନଙ୍କ ପୌରୁଷତ୍ବ ଅଥବା ଚରିତ୍ର ଗତ ପବିତ୍ରତା ବା ଇଂରାଜୀରେ ଭର୍ଜିନିଟି ଇତ୍ୟାଦି କଥା ରହିଛି ।

{"id":203796,"sizeSlug":"large"}

କିନ୍ତୁ ଅଧିକାଂଶ କ୍ଷେତ୍ରରେ ଝିଅ ବା ମହିଳାଙ୍କ ପାଇଁ ନିୟମ ଥିବା ବେଳେ ,  ଆପଣ ଶୁଣି ଆଶ୍ଟର୍ଯ୍ୟ ହୋଇଯିବେ, ଯେ ଦୁନିଆରେ ଏପରି ଦେଶ ଅଛି,  ଯେଉଁଠାରେ ବିବାହ ପୂର୍ବରୁ ପୁରୁଷଙ୍କୁ ନିଜର ପୌରୁଷତ୍ବ ପ୍ରମାଣ କରିବାକୁ ପଡିଥାଏ । ପୁରୁଷ ମାନେ ଏହିପରି ପରୀକ୍ଷାରେ ପାସ୍‌ ହେଲେ ଯାଇ ଜଣେ ଯୁବତୀଙ୍କୁ ବିବାହ କରିପାରିବେ ।

{"id":203797,"sizeSlug":"large"}

ପୁରୁଷଙ୍କୁ ନିଜ ପୌରୁଷତ୍ବ ପ୍ରମାଣ ଦେବା ଏକ ବିରଳ ପରମ୍ପରା  । ଦକ୍ଷିଣ ଆମେରିକାର ଏକ ଜନଜାତି ସମ୍ପ୍ରଦାୟ ଏପରି  ପରମ୍ପରା  ପାଳନ କରନ୍ତି ।  ସେହି ପରମ୍ପରା ଅନୁସାରେ ଯୁବତୀମାନେ ନିଜ ବିବାହ ପୂର୍ବରୁ ପସନ୍ଦ ପୁରୁଷଙ୍କୁ ସେମାନଙ୍କ  ପୌରୁଷତ୍ବର ପ୍ରମାଣ ମାଗିଥାନ୍ତି । ପୁରୁଷଙ୍କୁ ନିଜ ପୌରୁଷତ୍ବର ପରୀକ୍ଷା ପାଇଁ ଏକ ଅଜବ ନିୟମ ରହିଛି। ଏହି ନିୟମନୁସାରେ ପ୍ରଥମେ ପୁରୁଷକୁ ମଦ ପିଇବାକୁ ଦିଆଯାଏ, କିଛି ସମୟ ପରେ ସେହି ପୁରୁଷଙ୍କୁ ୧୨୦ଭୋଲ୍ଟର ବିଦ୍ୟୁତ ଆଘାତ ସହିବାକୁ ପଡିଥାଏ । ଯଦି ସେ ବିଦ୍ୟୁତ ଆଘାତ ସହିଯାଆନ୍ତି ତେବେ ସେ ପୌରୁଷତ୍ବ ପରୀକ୍ଷାରେ ପାସ୍ ହୋଇଥାନ୍ତି । ଏହାପରେ ଯୁବତୀଙ୍କୁ ପୁରୁଷ ସହିତ ବିବାହ କରିଥାନ୍ତି । ଯଦି ପୁରୁଷ ଏପରି କାମ କରିବାରେ ଅସଫଳ ରୁହେ, ତେବେ ଯୁବତୀ ତାଙ୍କୁ ବିବାହ କରିବାକୁ ମନା କରିଦେଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.