କରୋନା ସଂକଟରେ OLA ଓ UBERଙ୍କ ଏପରି ନିଷ୍ପତ୍ତି,ବନ୍ଦ କରିବେ ଏହି ସବୁ ସେବା

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧।୩:  କରୋନା ସଂକ୍ରମଣର ପ୍ରଭାବ ଦେଶର ପ୍ରାୟ ସଂସ୍ଥାଙ୍କ ଉପରେ ପଡିଛି। ଯେଉଁଥିରୁ ମୋବାଇଲ ଆପ୍ଲିକେସନ (ଆପ୍) ଆଧାରିତ କମ୍ପାନୀ ଓଲା ଓ ଉବେର ବି ଏବେ ବାଦ ପଡିନାହାନ୍ତି। ଦେଶର ସହରାଞ୍ଚଳମାନଙ୍କରେ ପରିବହନ ସେବା ଯୋଗାଇଦେଉଥିବା ଏହି ଦୁଇ କମ୍ପାନୀଙ୍କ ବୁକିଂ ଏବେ ହ୍ରାସ ହୋଇଥିବା ବେଳେ ସେମାନେ ସେୟାର ରାଇଡ ଉପରେ ମଧ୍ୟ ରୋକ ଲାଗାଇଛନ୍ତି। ଅର୍ଥାତ ଯେଉଁ ଓଲା ଗ୍ରାହକମାନେ ସେୟାର ଓ ପୁଲ ରାଇଡ କରୁଥିବା ଉବେର ଉପଭୋକ୍ତା ଏବେ ସେବାରୁ ସାମୟିକ ବଞ୍ଚିତ ହେବେ।

{"id":241795,"sizeSlug":"large"}

ଏ ନେଇ ଓଲା କର୍ତ୍ତୃପକ୍ଷ ଏକ ବିବୃତ୍ତିରେ କରୋନା ସଂକ୍ରମଣ ରୋକିବା ଲାଗି ଅସ୍ଥାୟୀ ଭାବେ ଏବେ ସେବା ବନ୍ଦ କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ତେବେ କମ୍ପାନୀର ମାଇକ୍ରୋ, ମିନି, ପ୍ରାଇମ୍, ରେଣ୍ଟାଲ ଓ ଆଉଟ୍ ଷ୍ଟେସନ ସେବା ଜାରି ରହିବ ବୋଲି କହିଛନ୍ତି। ସେହପରି ଭୂତାଣୁ ସଂକ୍ରମଣ ରୋକିବା ଲାଗି ଆମେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ଉବେର କର୍ତ୍ତୃପକ୍ଷ। ତେବେ ଯେଉଁସବୁ ସହରରେ ଆମେ ସେବା ଯୋଗାଇଦେଉଥିଲୁ ସେହି ସବୁ ସହରରେ ଏବେ ଉବେଲ ପୁଲ ସେବା ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି।

{"id":241796,"sizeSlug":"large"}

ଜାଣନ୍ତୁ କଣ ଥିଲା ସୁବିଧା
ଓଲା ଓ ଉବେର ସେୟାର ଓ ପୁଲ ସର୍ଭିସ ଦ୍ୱାରା ଗୋଟିଏ ରାସ୍ତାରେ ଯାତ୍ରା କରୁଥିବା ଅନେକ ଯାତ୍ରୀଙ୍କୁ ଏକ ସଙ୍ଗରେ ଯାତ୍ରା କରିବାର ସୁବିଧା ଉପଲବ୍ଧ କରୁଥିଲେ। ଏହିଭଳି ଯାତ୍ରାରେ ଭଡା କମ ହେଉଥିଲା। ଏଣୁ ମେଟ୍ରୋ ସହରାଞ୍ଚଳମାନଙ୍କରେ ସେବା ବେଶ ଲୋକପ୍ରିୟତା ଅର୍ଜନ କରିଛି।

{"id":241797,"width":576,"height":382,"sizeSlug":"large"}

ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ
ସମଗ୍ର ବିଶ୍ୱ ଲାଗି ସମସ୍ୟା ପାଲଟିଥିବା କରୋନା ସଂକ୍ରମଣ ପରଠାରୁ ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି। ସେହିପରି ଅଢେଇ ଲକ୍ଷରୁ ଅଧିକ ଲୋକେ ସଂକ୍ରମଣର ଶିକାର ହୋଇଛନ୍ତି। ଯାହାର ପ୍ରଭାବ ଏବେ ଭାରତ ଉପରେ ବି ପଢିଛି। ଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ ପରଠାରୁ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକେ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ହେଲାଣି। ଏଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ମାର୍ଚ୍ଚ ୨୨ ତାରିଖ ରବିବାର ଜନତା କର୍ଫ୍ୟୁ ଡାକରା ଦିଆଯାଇଛି। ଏଥିଯୋଗୁ ରବିବାର ସାରା ଦେଶରେ ଅଧିକାଂଶ ବିମାନ ସେବା ବାତିଲ ହୋଇଥିବା ବେଳେ ରେଳ ସେବା ମଧ୍ୟ ବନ୍ଦ ରହିବ। ଏଥିରେ ଓଲା ଏବଂ ଉବେର ସେବା ମଧ୍ୟ ବନ୍ଦ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.