COP-୨୮: ପରିବେଶ ସୁରକ୍ଷା ଫଣ୍ଡିଂ ପାଇଁ ସ୍ପଷ୍ଟ ରୋଡ୍‌ମ୍ୟାପ୍ ଉପରେ ଗୁରୁତ୍ୱ

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ଦୁବାଇରେ କୋପ-୨୮ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପରିବେଶ ସୁରକ୍ଷା ଉପରେ ଫଣ୍ଡିଂ ପାଇଁ ସ୍ପଷ୍ଟ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପ୍ରସଙ୍ଗ ଉଠାଇବେ । ପରିବେଶ ସୁରକ୍ଷା ଉପରେ ଜାତିସଂଘ ପକ୍ଷରୁ ଆୟୋଜିତ କନଫରେନ୍ସ ଅଫ୍ ଦି ପାର୍ଟିଜ-୨୮ରେ ଭାଗ ନେବା ପାଇଁ ଗୁରୁବାର ରାତିରେ ପିଏମ୍ ମୋଦୀ ଦୁବାଇ ପହଞ୍ଚିବେ । ଏଠାରେ କୋପ-୨୮ ବୈଠକ ବାହାରେ ପ୍ରଧାନମନ୍ତ୍ରୀ ମୋଦୀ ଆଠ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ।

ଦୁବାଇରେ କୋପ-୨୮ର ଶୀର୍ଷ ବୈଠକ ସହ ପରିବେଶ ଅନୁକୂଳ କାମ କରିବା ପାଇଁ ଫଣ୍ଡ ଉପଲବ୍ଧ ପାଇଁ ଗଠିତ ଦେଶ(ଲିଡଆଇଟି)ର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ପିଏମ୍ ମୋଦୀ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତର ପ୍ରତିନିଧିତ୍ୱ କରିବେ । ଏହା ପୂର୍ବରୁ ୨୦୧୫ରେ ପ୍ୟାରିସ୍ ଓ ୨୦୨୧ରେ ଗ୍ଲାସଗୋ ସମ୍ମିଳନୀରେ ଭାଗ ନେଇଥିଲେ । ଏହି ଦୁଇ ସମ୍ମିଳନୀର ପିଏମ୍ ମୋଦୀ ଭାରତ ପକ୍ଷରୁ ଅନେକ ଉପଯୋଗୀ ପ୍ରସ୍ତାବ ରଖିଥିଲେ ।

ପଢନ୍ତୁ: ଜଳବାୟ ପରିବର୍ତ୍ତନ ମୁକାବିଲାରେ ଭାରତ ଯାହା କହିଛି ତାହା ପୂରା କରି କରିଛି: ପିଏମ୍ ମୋଦୀ

ଗ୍ଲାସଗୋରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ୨୦୭୦ ସୁଦ୍ଧା କାର୍ବନ ନ୍ୟୁଟ୍ରଲ କରିବା ନେଇ ଘୋଷଣା କରିଥିଲେ । ପିଏମ୍ ମୋଦୀ କହିଛନ୍ତି ଯେ କୋପ-୨୮ ବୈଠକରେ ପ୍ୟାରିସ୍ ବୁଝାମଣାରେ ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ ଉପରେ ବିଚାର କରାଯିବା ଦରକାର । ଏହା ଜରୁରୀ ଯେ ବିକାଶଶୀଳ ଦେଶଙ୍କ ପାଇଁ ପରିବେଶ ସୁରକ୍ଷା ଲାଗି ଜରୁରୀ ଅର୍ଥ ଯୋଗାଣ କରାଯିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.