ଚାଇଲ୍ଡ ପର୍ଣ୍ଣ ବିରୋଧରେ ସିବିଆଇର 'ଅପରେଶନ ମେଘଚକ୍ର', ୨୦ ରାଜ୍ୟର ୫୬ଟି ସ୍ଥାନରେ ଚଢଉ

Published By : Prameya-News7 Bureau | September 24, 2022 IST

ନୂଆଦିଲ୍ଲୀ: ଶିଶୁ ଯୌନ ନିର୍ଯାତନା ସହ ଜଡିତ ଅପରାଧ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ଦେଶର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇ ଚଢଉ କରିଛି । ସିବିଆଇ ଏହାକୁ 'ଅପରେଶନ ମେଘଚକ୍ର' ନାଁ ଦେଇଛି । ଇଣ୍ଟରପୋଲ ସିଙ୍ଗାପୁରରୁ ମିଳିଥିବା ଗୁଇନ୍ଦା ସୂଚନା ଏବଂ ଗତ ବର୍ଷ ଅପରେଶନ କାର୍ବନ ସମୟରେ ମିଳିଥିବା ସୂଚନା ଆଧାରରେ ଏହି ଚଢଉ କରାଯାଇଛି।

wp:paragraph {"dropCap":true}

ସର୍କୁଲେସନ ଅଫ ଚାଇଲ୍ଡ ସେକ୍ସୁଅଲ ଏକ୍ସପ୍ଲୋଟେସନ ମଟେରିଆଲ (ସିଏସଇଏମ)ର ଦୁଇ ମାମଲାରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭିନ୍ନ ଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ କଥିତ ରୂପେ ସିଏସଇଏମ ସେୟାର କରିବାରେ ଜଡିତ ଲୋକଙ୍କ ବାବଦରେ ପ୍ରାରମ୍ଭିକ ସୂଚନା ନ୍ୟୁଜିଲାଣ୍ଡ ଇଣ୍ଟରପୋଲରୁ ମିଳିଥିଲା।

ଏହା ପୂର୍ବରୁ ୨୦୨୧ ମସିହାରେ ସିବିଆଇ ଅପରେଶନ କାର୍ବନ କରିଥିଲା । ସେହି ସମୟରେ ସାରା ଦେଶରେ ୮୩ ଜଣଙ୍କ ବିରୋଧରେ ୭୬ଟି ଠିକଣାରେ ଚଢଉ କରାଯାଇଥିଲା ଏବଂ ଅନେକଙ୍କୁ ଗିରଫ କରାଯାଇଥିଲା। ଅପରେଶନ ମେଘଚକ୍ର ଜରିଆରେ ତଦନ୍ତକାରୀ ଏଜେନ୍ସି ଏସସିଇଏମ ଅନଲାଇନ ସେୟାର କରୁଥିବା ଲୋକଙ୍କ ସନ୍ଧାନ କରୁଛି । ଖବର ଅନୁସାରେ, ଏହି ରାକେଟ ଜଣେ ବ୍ୟକ୍ତି କିମ୍ୱା ସଂଗଠନ ସ୍ତରରେ ପରିଚାଳନା କରାଯାଉଛି । ଏଥିରେ ଶିଶୁମାନଙ୍କ ସହ ଜଡିତ ଯୌନ ସାମଗ୍ରୀ ପ୍ରସାର କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.