oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଦୀପାବଳି ପୂର୍ବରୁ କିଙ୍ଗ୍ ଖାନ୍‌ଙ୍କ ବିଜ୍ଞାପନ ଭିଡିଓ ଭାଇରାଲ୍, ସୋସିଆଲ ମିଡିଆରେ ମିଳୁଛି ପ୍ରଶଂସା

25/10/2021 at 3:13 PM

ନୂଆଦିଲ୍ଲୀ ୨୫/୧୦: ଆଗକୁ ଦୀପାବଳି ପର୍ବ ଆସୁଛି। ସମସ୍ତେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏପରିକି ଅନେକ ବ୍ରାଣ୍ଡ ଦୀପାବଳି ଅବସରରେ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏହି ଧାରାରେ, କ୍ୟାଡବରୀ ମଧ୍ୟ ଦୀପାବଳି ଅବସରରେ ଏକ ସ୍ୱତନ୍ତ୍ର ବିଜ୍ଞାପନ ପ୍ରକାଶ କରିଛି। ଏହି ବିଜ୍ଞାପନ ପାଇଁ କମ୍ପାନୀ ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କୁ ଚୟନ କରିଛି। ଏହି ବିଜ୍ଞାପନ ମାଧ୍ୟମରେ ଶାହାରୁଖ ଲୋକମାନଙ୍କୁ ଏକ ବିଶେଷ ବାର୍ତ୍ତା ଦେଉଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି।

ଶାହାରୁଖ ଖାନଙ୍କ ଏହି କ୍ୟାଡବରୀ ବିଜ୍ଞାପନ ରିଲିଜ ହେବା ପରଠାରୁ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ବିଜ୍ଞାପନ ମାଧ୍ୟମରେ ଶାହାରୁଖ କ୍ଷୁଦ୍ର, ସ୍ଥାନୀୟ ବ୍ୟବସାୟକୁ ପ୍ରୋତ୍ସାହିତ କରିବାକୁ ନିବେଦନ କରୁଛନ୍ତି, ଯାହା କରୋନା ମହାମାରୀ ହେତୁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ବିଜ୍ଞାପନ ଦେଖିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ବିଜ୍ଞାପନ ମାଧ୍ୟମରେ ଶାହାରୁଖ ଲୋକଙ୍କୁ କହିଛନ୍ତି ଯେ ପ୍ରତ୍ୟେକ ଘରର ଦୀପାବଳି ମିଠା ହେବା ଉଚିତ୍। ତେଣୁ, କେବଳ ଆପଣଙ୍କ ଘର ନିକଟ ଦୋକାନରୁ ଦୀପାବଳିର ସପିଂ କରନ୍ତୁ।

ଶାହାରୁଖ ବିଜ୍ଞାପନରେ କହିଛନ୍ତି, ଆପଣ ନିଜ ଘର ନିକଟ ଦୋକାନରୁ ପୋଷାକ, ଜୋତା, ମୋବାଇଲ ଏବଂ ଚଷମା ଇତ୍ୟାଦି କିଣନ୍ତୁ ଏବଂ ତାଙ୍କର ଦୀପାବଳିକୁ ମିଠା କରନ୍ତୁ। ଏହି ବିଜ୍ଞାପନର ଟାଇଟଲ୍ ‘ନଟ୍ ଜଷ୍ଟ ଏ କ୍ୟାଡବିରୀ ଆଡ୍’ ଦିଆଯାଇଛି। ଭିଡିଓରେ ଆହୁରି କୁହାଯାଇଛି ଯେ ଏହି ଦୀପାବଳି ଆମେ ଶହ ଶହ ଛୋଟ ଦୋକାନୀଙ୍କୁ ଭାରତର ସବୁଠୁ ବଡ ବ୍ରାଣ୍ଡ ଆମ୍ବାସାଡର ଭାବରେ ଆମର ବ୍ରାଣ୍ଡ ଆମ୍ବାସାଡର କରି ସାହାଯ୍ୟ କରିଛୁ। ଭିଡିଓ ଶେଷରେ, ଶାହାରୁଖ ଲୋକମାନଙ୍କୁ ନିବେଦନ କରୁଛନ୍ତି ଯେ ଦୀପାବଳି ମଧ୍ୟ ଆମ ଆଖପାଖର ଲୋକଙ୍କ ପାଇଁ ମିଠା ହେବା ଉଚିତ୍।

   Related Posts