Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧ କି.ମି. ଚାଲି ଚାଲି ଗୋଟିଏ ଗୋଡ଼ରେ ବିଦ୍ୟାଳୟକୁ ଯାଉଛନ୍ତି ୧୦ ବର୍ଷୀୟା ଛାତ୍ରୀ; ଜାଣନ୍ତୁ ସୀମାଙ୍କ ସଂଘର୍ଷର କାହାଣୀ  

25/05/2022 at 9:22 PM

ପାଟନା ୨୫/୦୫ : କୁହାଯାଏ ପ୍ରୟାସ କରୁଥିବା ଲୋକ ଜୀବନରେ କେବେ ହାରନ୍ତି ନାହିଁ। ସେଥିପାଇଁ ତ ଅଧ୍ୟବସାୟ ଓ ଉଦ୍ୟମ ସବୁ କାର୍ଯ୍ୟରେ ସଫଳତା ଆଣିଦେଇଥାଏ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବିହାରର ଏହି କୁନି ଝିଅ। ବୟସ ମାତ୍ର ୧୦ ବର୍ଷ। ଦୁଇ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇ ଦେଇଥିଲେ ବିହାର ଜମୁଇର ସୀମା। ହେଲେ ତାଙ୍କର ପାଠ ପଢ଼ିବାର ଇଚ୍ଛା ଓ ଶିକ୍ଷକ ହୋଇ ପଠା ପଢ଼ାଇବାର ସ୍ୱପ୍ନ ଆଗରେ ହାରମାନିଛି ଭଗବାନଙ୍କର ଏହି ନିଷ୍ଠୁରତା। ସୀମା ଗୋଟିଏ ଗୋଡ଼ରେ ସବୁ ଦିନ ଏକ କିଲୋମିଟର ପାଦରେ ଚାଲି ସ୍କୁଲ ଯାଉଛନ୍ତି। ଏବଂ ମନ ଲଗାଇ ପାଠ ପଢ଼ୁଛନ୍ତି ସେ ବଡ଼ ହେଲେ ଶିକ୍ଷକ ହୋଇ ଆଖପାଖ ଲୋକଙ୍କୁ ଶିକ୍ଷିତ କରାଇବାର ଲକ୍ଷ୍ୟ ରଖିଛନ୍ତି।  

ସୀମା ଖେରା ବ୍ଲକ ମାଓପ୍ରବଣ ଅଞ୍ଚଳ ଫତେପୁର ଗାଁରେ ରୁହନ୍ତି। ତାଙ୍କ ବାପାଙ୍କ ନାଁ ହେଉଛି ଖରିନ ମାଝି। ସୀମାର ବୟସ ଏବେ ମାତ୍ର ୧୦ ବର୍ଷ ହୋଇଛି। ଯେଉଁ ବୟସରେ ସେ ଦୌଡ଼ି ଆଗକୁ ବଢ଼ିବାର ସମୟ ଆସିଥିଲା ହେଲେ ସେହି ସମୟରେ ଦୁଇ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିଲେ ସୀମା। ବର୍ତ୍ତମାନ ନିଜ ଗ୍ରାମରେ ଝିଅମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉତ୍ସାହ ଆଣିବା ପାଇଁ ବଡ଼ ଉଦାହରଣ ଭାବେ ସୀମା କାର୍ଯ୍ୟ କରୁଛନ୍ତି। ସେ ନିଜର ଗୋଟିଏ ଗୋଡ଼ରେ ସବୁ ଦିନ ସ୍କୁଲ ଯାଉଛନ୍ତି।

ସୀମାଙ୍କ ବାପା ବାହାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ଭରଣ ପୋଷଣ କରୁଛନ୍ତି। ସୀମାଙ୍କ ମା’ ବେବି ଦେବୀ କହିଛନ୍ତି ତାଙ୍କର ୬ ଜଣ ପିଲାଙ୍କ ମଧ୍ୟରୁ ସୀମା ଦ୍ୱିତୀୟ ପିଲା। ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ଗୋଡ଼ କାଟିବାକୁ ପଡ଼ିଥିଲା। ଏହାପରେ ଗ୍ରାମର କିଛି ପିଲା ସ୍କୁଲ ଯିବା ଦେଖି ସେ ବି ସ୍କୁଲ ଯିବା ପାଇଁ ମନ ବଳାଇଥିଲେ। ପରେ ସ୍କୁଲ ଶିକ୍ଷକ ସୀମାଙ୍କୁ ଭର୍ତ୍ତି କରାଇଥିଲେ।  

   Related Posts