suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିହାର ରାଜନୀତିରେ ଗୋଟିଏ ସାଧାରଣ କାରକ; ବିଜେପି, କଂଗ୍ରେସ ଓ ଜେଡିୟୁ ନେତାଙ୍କ ପଛରେ ରହିଛି RJD ପୃଷ୍ଠଭୂମି

1/04/2023 at 2:55 PM

ପଟଣା: ବିହାର ରାଜନୈତିକ ପୃଷ୍ଠଭୂମିରେ ଗୋଟିଏ ସାଧାରଣ କାରକ। ବିଜେପି, ଜେଡିୟୁ ଓ କଂଗ୍ରେସର ରାଜ୍ୟ ସଭାପତିଙ୍କ ସହିତ ଆରଜେଡି ପୃଷ୍ଠଭୂମି ଜଡ଼ିତ ରହିଛି । ବିଜେପି ପ୍ରମୁଖ ସମ୍ରାଟ୍ ଚୌଧୁରୀ ହୁଅନ୍ତୁ କି ବିହାର କଂଗ୍ରେସ ମୁଖ୍ୟ ଅଖିଲେଶ ପ୍ରସାଦ ସିଂହ ଓ ଜେଡିୟୁ ରାଜ୍ୟ ସଭାପତି ଉମେଶ ଖୁଶଓ୍ବାହା ହୁଅନ୍ତୁ, ସମସ୍ତେ ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟି ଆରଜେଡି ସହିତ ଦୀର୍ଘ ଦିନ ଯୋଡ଼ି ରହିଥିଲେ ଏବଂ ପରେ ଦଳ ଡିଆଁ ନୀତି ଆପଣାଇଛନ୍ତି । ଆରଜେଡିରୁ ବାହାରି ବିଜେପି, କଂଗ୍ରେସ ଓ ଜେଡିୟୁରେ ସାମିଲ ହୋଇଛନ୍ତି ।

ଏମିତି ସମୟ ଥିବା ବିହାର କହିଲେ ଲାଲୁଙ୍କୁ ବୁଝାଏ ଏବଂ ଲାଲୁ କହିଲେ ବିହାରକୁ ବୁଝାଇଥାଏ । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଂସ୍ଥାପକ ଲାଲୁ ପ୍ରସାଦ ଯାଦବ ରାଜନୀତିର ଶୀର୍ଷକୁ ଛୁଇଁଛନ୍ତି । ଆନେକ ରାଜନେତା ନେତା ଗଢିବାରେ ତାଙ୍କ ହାତ ରହିଛି । ଲାଲୁ କହିଥିଲେ, ଯେ ପର୍ଯ୍ଯନ୍ତ ସମୋସା ଆଳୁ ଥିବା, ସେପର୍ଯ୍ୟନ୍ତ ବିହାର ରାଜନୀତିରେ ଲାଲୁ ଥିବେ ।

୨୦୧୭ରେ ସମ୍ରାଟ୍ ଚୌଧୁରୀ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ଡ. ସଞ୍ଜୟ ଜୈଶଓ୍ବାଲଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିଜେପି କେନ୍ଦ୍ରୀୟ ନେତା ତାଙ୍କୁ ନୀତୀଶ କୁମାର ବିଧାନସଭା କ୍ଷେତ୍ରରେ ଭୋଟ ବିଭାଜନ କରିବାକୁ ଦାୟିତ୍ବ ଦେଇଥିଲେ ।

ବିହାର ତାରାପୁର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଥିବା ପୂର୍ବତନ ଆରଜେଡି ନେତା ସୁକୁନି ଚୌଧୁରୀଙ୍କ ପୁଅ ସମ୍ରାଟ୍ ଚୌଧୁରୀ କେବେ ଲାଲୁ ପ୍ରସାଦ ଯାଦବଙ୍କ ବିଶ୍ବସ୍ତ ଥିଲେ । ୧୯୯୯ ମସିହାରେ ବାପା ଓ ପୁଅ ଉଭୟରେ ଆରଜେଡିରେ ସାମିଲ ହୋଇଥିଲେ । ରାବିଡି ଦେବୀଙ୍କ ସରକାରରେ ସମ୍ରାଟ୍ ଚୌଧୁରୀ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ । ହେଲେ ତାଙ୍କୁ କମ୍ ବୟସ ହୋଇଥିବାରୁ ପଦ ଛାଡ଼ିବାକୁ ପଡ଼ିଥିଲା । ସମ୍ରାଟ୍ ଖଗରିଆ ବିଧାନସଭା ସିଟରୁ ଆରଜେଡି ଟିକେଟରେ ୨୦୦୪ ଓ ୨୦୧୦ ନିର୍ବାଚନରେ ବିଜୟୀ ହୋଇଥିଲେ ।  

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ସମ୍ରାଟ୍ ଚୌଧୁରୀ କିଏ? ଲାଭ ଯେଉଁଠି ସମ୍ରାଟ୍ ସେଇଠି । ପ୍ରଥମେ ଆରଜେଡି ପରେ ଜେଡିୟୁ ଏବଂ ବିଜେପିରେ ସାମିଲ ହୋଇଛନ୍ତି । ସେପଟେ ଆରଜେଡି ମୁଖପାତ୍ର ସୁବୋଧ କୁମାର କହିଛନ୍ତି, ବିହାରରେ ଆରଜେଡି ହେଉଛି ରାଜନୀତିର ପ୍ରଶିକ୍ଷଣ କେନ୍ଦ୍ର ।

ଦେଶରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଠାରୁ ବିହାରରେ ଜାତି ଭିତ୍ତିକ ରାଜନୀତି ଚାଲିଆସୁଛି । ଉଚ୍ଚ ଜାତିର ଲୋକଙ୍କ ହାତରେ ରହିଛି ବିହାର ରାଜନୀତିର ପସାପାଲି । କଂଗ୍ରେସ ନେତା ଅଖିଲେଶ ପ୍ରସାଦ ସିଂଙ୍କ ସହିତ ରହିଛି ଆରଜେଡି ପୃଷ୍ଠଭୂମି । ମଦନ ମୋହନ ଝାଙ୍କ ସ୍ଥାନରେ କଂଗ୍ରେସ ତାଙ୍କୁ ଅବସ୍ଥାପିତ କରିଛି । ଅଖିଲେଶ ସିଂ ୨୦୦୪ରେ ମୋତିହାରୀ ଲୋକସଭା ଆସନରୁ ଆରଜେଡି ଟିକେଟରୁ ବିଜୟୀ ହୋଇଥିଲେ । UPA ସରକାରରେ ସେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ରହିଥିଲେ । ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ଲାଲୁଙ୍କ ଦଳ ଛାଡ଼ିଥିଲେ । ପରେ ୨୦୦୯ ଓ ୨୦୧୪ରେ କଂଗ୍ରେସ ନୋମିନି ହୋଇ ଅସଫଳ ହୋଇଥିଲେ ।

ସେହିପରି ଜେଡିୟୁ ରାଜ୍ୟ ମୁଖ୍ୟ ଉମେଶ ଖୁସଓ୍ବାହା ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟିର ଜଣେ ଅନ୍ୟତମ ନେତା । ୨୦୦୫ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ ଲାଲୁଙ୍କ ହାତ ଛାଡ଼ି ଦେଉଥିଲେ । ପରେ ୨୦୧୦ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲେ । ପରେ ନୀତୀଶ କୁମାରଙ୍କ ପାର୍ଟିରେ ଯୋଗ ଦେଇଥିଲେ । ୨୦୨୧ ଜାନୁଆରୀରେ ଦଳ ତାଙ୍କୁ ପାର୍ଟି ମୁଖ୍ଯ ଭାବେ ଘୋଷଣା କରିଛି । ଜଣେ କଂଗ୍ରେସ ନେତା କହିଛନ୍ତି, ଜଣେ ଲୋକ ପ୍ରତିନିଧିଙ୍କ ରାଜନୈତିକ ପୃଷ୍ଠଭୂମିର କୌଣସି ପ୍ରଭାବ ପକାଏ ନାହିଁ ।     

   Related Posts