ମୋଦିଙ୍କୁ ଆଶ୍ଚର୍ଯ୍ୟ ଚକିତ କଲା ଭୁଟ୍ଟାନ, ନାଟକରେ ଦେଖିଲେ ଆଉ ଜଣେ ମୋଦିଙ୍କୁ

Published By : Prameya-News7 Bureau | August 18, 2019 IST

ଥିମ୍ପୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଭୁଟ୍ଟାନ ଗସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି ଗସ୍ତକାଳରେ ଭୁଟ୍ଟାନ ସହ ମୋଦି ୯ଟି ଦ୍ୱିପାକ୍ଷୀକ ରାଜିନାମା ସ୍ୱାକ୍ଷର କରିଛନ୍ତି। କେବଳ ଏତିକି ନୁହେଁ ଭୁଟ୍ଟାନରେ ମଧ୍ୟ ରୁପୈ କାର୍ଡର ମୋଦି ଶୁଭାରମ୍ଭ କରିଛନ୍ତି। ଫଳରେ ଭୁଟ୍ଟାନ ଭ୍ରମଣ ଏବେ ପର୍ଯ୍ୟଟକଙ୍କ ଲାଗି ଆହୁରି ସୁଗମ ହୋଇପାରିବ। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଦ୍ୱିତୀୟବାର ଦାୟିତ୍ୱ ସମ୍ଭାଳିବା ପରେ ମୋଦିଙ୍କର ଏହା ପ୍ରଥମ ଭୁଟ୍ଟାନ ଗସ୍ତ କାର୍ଯ୍ୟକ୍ରମ।

{"id":145887}

ମୋଦିଙ୍କୁ ଭୁଟ୍ଟାନ ରାଜଧାନୀ ଥିମ୍ପୁରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମୋଦି ଆସିବା ଖବର ଦେଶରେ ପ୍ରଚାରିତ ହେବା ବିମାନବନ୍ଦରରୁ ରାଜଧାନୀ ପର୍ଯ୍ୟନ୍ତ ରାସ୍ତା ମୋଦିଙ୍କ ସ୍ୱାଗତ ଲାଗି ଜନାରଣ୍ୟରେ ପରିଣତ ହୋଇଥିଲା। ଭୁଟ୍ଟାନ ଓ ଭାରତର ପତାକା ଧରି ଲୋକେ ମୋଦିଙ୍କ ସ୍ୱାଗତ ଲାଗି ରାସ୍ତାର ଦୁଇ ଧାରରେ ଧାଡି ବାନ୍ଧିଥିଲେ। ପ୍ରଧାନମନ୍ତ୍ରୀ ଲୋଟେ ସେରିଂ ମୋଦିଙ୍କ ସ୍ୱାଗତ ଲାଗି ପ୍ରୋଟକଲ ଭାଙ୍ଗି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ। ମୋଦିଙ୍କୁ ବିମାନ ବନ୍ଦର ସମେତ ରାଜଭବନ ରେ ମଧ୍ୟ ଗାର୍ଡ ଅଫ ଅନର ପ୍ରଦର୍ଶନ କରାଯାଇଥିଲା।

wp:html /wp:html

ତେବେ ବାଙ୍କ୍ୱେଟ୍ ଦ୍ୱାରରେ ମୋଦିଙ୍କୁ ଅଚାନକ ଚମକେଇ ଦେଇଛନ୍ତି ଭୁଟ୍ଟାନବାସୀ। ଏଠାରେ ମୋଦିଙ୍କ ସମ୍ମାନାର୍ଥେ ଏକ ନାଟକ ମଞ୍ଚନର କାର୍ଯ୍ୟକ୍ରମ ଆୋୟଜନ କରାଯାଇଥିଲା। ଯାହା ମୋଦିଙ୍କ ଜୀବନ ଉପରେ ଆଧାରିତ ଥିଲା। ଏଥିରେ ମୋଦିଙ୍କ ବାଲ୍ୟାବସ୍ଥାରୁ ଆରମ୍ଭ କରି ଦ୍ୱିତୀୟବାର ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଜୀବନକାଳର ଉପସ୍ଥାପନା କରାଯାଇଥିଲା। ଏଥିରେ ମୋଦିଙ୍କ ଭୂମିକାରେ ଅବତୀର୍ଣ୍ଣ କଳାକାର ଠିକ୍ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଥିଲେ। ଯାହାଙ୍କୁ ଦେଖି ନିଜେ ବି ଚକିତ ହୋଇଯାଇଥିଲେ। ମୋଦିଙ୍କ ଏହି ଜୀବନ ଗାଥା ଭିଡିଓକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.