ଭଦ୍ରକରେ ନିରାଡ଼ମ୍ବର ମହରମ ପର୍ବ ପାଳନ, ଜୁଲୁସ ଶୋଭାଯାତ୍ରା ଉପରେ କଟକଣା

Published By : Prameya-News7 Bureau | August 20, 2021 IST

ଭଦ୍ରକ ୨୦/୦୮: ଇସଲାମ ଧର୍ମାବଲମ୍ବୀ ମାନଙ୍କର ପବିତ୍ର ପର୍ବ ମହରମ । ପୂର୍ବରୁ ବାଡ଼ି ଖେଳ ସହ ଜୁଲୁସ ବାହାରୁଥିଲା । କିନ୍ତୁ କୋଭିଡ଼ କଟକଣା ମଧ୍ୟରେ ଏଥର ମହାରମ ପାଳନ ହେଉଛି । ଭଦ୍ରକ ଜିଲ୍ଲାରେ ଏଥର ମହରମ ନିରାଡ଼ମ୍ବର ଭାବେ ପାଳିତ ହେଉଛି । ପୂର୍ବରୁ ଭଦ୍ରକ ସହରର ବିଭିନ୍ନ ସାହି ବସ୍ତିରୁ ଶୋଭାଯାତ୍ରା ବାହାରୁଥିଲା ।

ବାଡ଼ି ଖେଳ ମଧ୍ୟ ହେଉଥିଲା । କିନ୍ତୁ ସମୟ କ୍ରମେ ବାଡ଼ି ଖେଳକୁ ବନ୍ଦ କରାଯାଇଛି । କେବଳ ଜୁଲୁସ ଶୋଭାଯାତ୍ରା ବିଭିନ୍ନ ବସ୍ତିରୁ ବାହାରି ସହର ପରିକ୍ରମା କରିଥିଲା । କିନ୍ତୁ ଏଥର କୋଭିଡ଼ କଟକଣା ପାଇଁ ଜୁଲୁସ ଶୋଭାଯାତ୍ର ଉପରେ କଟକଣା ଲଗାଯାଇଛି । କେବଳ ସାହିରେ ୫ ଜଣଙ୍କୁ ନେଇ ପାଳନ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.