ଭୁଲ ପାଇଁ କ୍ଷମା ମାଗିଲେ ବାବୁସାନ, କହିଲେ-‘ଏପରି ଭୁଲ ଆଉ କେବେ ହେବନି, ମୁଁ ପ୍ରମିଜ୍‌ କରୁଛି’

Published By : Prameya-News7 Bureau | August 20, 2022 IST

ଭୁବନେଶ୍ୱର: ଭୁଲ ପାଇଁ ଅନୁତାପ କଲେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ଭିଡିଓ ଜାରି କରି ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ବାବୁସାନ । ଏକ ୩୬ ସେକେଣ୍ଡର ଭିଡିଓରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିବା ସହ ସ୍ତ୍ରୀ ତ୍ରିପ୍ତି ଏଥିପାଇଁ ବହୁ କଷ୍ଟ ପାଇଥିବା କହିଛନ୍ତି । ଏହାସହ ତାଙ୍କର ଆଉ କୌଣସି କ୍ଷତି ହେବା ପାଇଁ ଦେବି ନାହିଁ ବୋଲି ସେ କହିଛନ୍ତି।

ଭିଡିଓରେ ବାବୁସାନ କହିଛନ୍ତି, ‘ଆପଣମାନେ ସମସ୍ତେ ଜାଣିଥିବେ କିଛି ଦିନ ତଳେ ଗୋଟେ ଇନ୍ସିଡେଣ୍ଟ ହୋଇଥିଲା । ସେଥିପାଇଁ ମୁଁ ସମଗ୍ର ଓଡିଶାବାସୀଙ୍କୁ କ୍ଷମା ମାଗୁଛି । ମୋ ସ୍ତ୍ରୀ ତ୍ରିପ୍ତି ଓ ଶ୍ବଶୁର ଲଳିତ ଶତପଥୀ ତାଙ୍କ ନାଁରେ ଗୋଟିଏ କେସ୍‌ ହୋଇଛି । ତାଙ୍କ ପରିବାର ବହୁତ କଷ୍ଟ ପାଇଛି । ମୋ ସ୍ତ୍ରୀ ଆଉ ଶ୍ବଶୁର ବହୁତ କଷ୍ଟ ପାଇଲେଣି । ମୁଁ ପ୍ରମିଜ୍‌ କରୁଛି, ତାଙ୍କର ଆଉ କୌଣସି କ୍ଷତି ହେବା ପାଇଁ ଦେବିନାହିଁ । ଏମିତି ଭୁଲ ହେବା ପାଇଁ କେବେ ବି ଦେବି ନାହିଁ’।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ବାବୁସାନ ଏବଂ ତାଙ୍କ ତ୍ରିପ୍ତିଙ୍କ ମଧ୍ୟରେ ବିବାହ ବିବାଦ ଦେଖା ଦେଇଥିଲା। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନଙ୍କ ସମ୍ପର୍କକୁ ନେଇ ସେ ଅଭିଯୋଗ ଆଣିଥିଲେ । ବାବୁସାନ ଏବଂ ପ୍ରକୃତିଙ୍କ ଗୋଟିଏ ଗାଡିରେ ଯିବା ସମୟରେ ରାସ୍ତା ମଝିରେ ତୃପ୍ତି ବାବୁସାନଙ୍କୁ ଟଣାଓଟରା କରିବାର ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.