Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋମବାର ସଂସଦର ସ୍ୱତନ୍ତ୍ର ଅଧିବେସନ: ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନେଇ ଦାବି ଜୋର୍

17/09/2023 at 11:11 PM

all-party meeting

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦର ସ୍ୱତନ୍ତ୍ର ଅଧିବେସନ ବସିବ। ହେଲେ ତା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। ବୈଠକରେ ଏନ୍‌ସି ମୁଖ୍ୟ ଫାରକୁ ଅବଦୁଲ୍ଲା, ଡିଏମ୍‌କେ ନେତା ୱାଇକୋ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ନେତା ଶିବଦାସନ ଆଦି ବିରୋଧୀ ନେତା ଯୋଗ ଦେଇଥିଲେ।ବୈଠକରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଜୋରଦାର ଦାବି ହୋଇଥିଲେ। ଏଥିସହିତ ବିରୋଧୀ ନେତାମାନେ ଏକାଧିକ ଦାବି କରିଥିଲେ।

ଆଜି ସର୍ବଦଳୀୟ ବୈଠକରେ ସବୁ ବିରୋଧୀ ଦଳର ନେତାମାନେ ଆପ ସାଂସଦ ସଂଜୟ ସିଂ ଏବଂ ରାଘବ ଚଡାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଥିଲେ। ଏଥିସହିତ ନିର୍ବାଚନ ଆୟୋଗ ଚୟନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ନ କରିବା ପ୍ରସଙ୍ଗ,ମହିଳା ସଂରକ୍ଷଣ, ଜାତିଗତ ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ, ମଣିପୁର, ମେୱାତ ସମେତ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ବିରୋଧୀ ଦଳମାନେ ଦାବି କରିଥିଲେ।

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରବିବାର ସନ୍ଧ୍ୟାରେ ବସିଥିବା ସର୍ବଦଳୀୟ ବୈଠକରେ ବହୁ ନେତା ଦୀର୍ଘ ଦିନ ଧରି ବିଚାରାଧୀନ ମହିଳା ସଂରକ୍ଷଣ ବିଲ୍ ଆଗତ କରାଯିବା ଉଚିତ ବୋଲି ଦାବି କରିଥିଲେ। ଏବଂ ଏହା ସର୍ବସମ୍ମତି କ୍ରମେ ଏହା ପାରିତ ହେବ ବୋଲି କୁହାଯାଉଛି। ମହିଳା ସଂରକ୍ଷଣ ବିଲ୍‌ରେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ କରି ରଖିବାକୁ ପ୍ରାବଧାନ ରହିଛି।

Defence minister Rajnath Singh with Union ministers Pralhad Joshi and Piyush Goyal, Arjun Ram Meghwal and V Muraleedharan arrive at the Parliament library building to attend the all-party meeting on Sunday. (ANI)

ତେବେ ବିଶେଷ ସୂତ୍ରରୁ ପ୍ରକାଶ ଯେ ମହିଳାଙ୍କ ପାଇଁ ଆରକ୍ଷଣ କଥା ଉଠୁଥିବା ବେଳେ କେତେକ ଆଞ୍ଚଳିକ ଦଳ ପଛୁଆ ବର୍ଗ ଓ ଅନୁସୂଚିତ ଜାତି ପାଇଁ କୋଟା ଦାବି କରିଥିଲେ। ଏହି କାରଣ ଯୋଗୁ ବିଲ୍ ପାରିତ ହେବା ପାଇଁ ଏକ ବାଧା ସୃଷ୍ଟି କରୁଛି। କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଏହି ସଂସଦ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପାଇଁ ସମସ୍ତ ବିରୋଧୀ ଦଳ ଦାବି କରିଛନ୍ତି।

ପଢ଼ନ୍ତୁ-ତେଲେଙ୍ଗାନା ପାଇଁ କଂଗ୍ରେସର ନିର୍ବାଚନୀ ଘୋଷଣା: ୫୦୦ ଟଙ୍କାରେ ସିଲିଣ୍ଡର ସହ ୨୫୦୦ ଟଙ୍କା ଭତ୍ତା, ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା

ବିଜେପି ସହଯୋଗୀ ତଥା ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଏହି ସଂସଦ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ଆମେ ସରକାରଙ୍କୁ ନିବେଦନ କରୁଛୁ। ତେବେ ଆଶା କରୁଛୁ ଯେ ବିଧେୟକ ସଂସଦରେ ଆଗତ ହେବା ପରେ ସର୍ବ ସହମତିରେ ଏହା ପାସ୍ ହୋଯିବ ବୋଲି ପ୍ରଫୁଲ୍ଲ ପଟେଲ କହିଛନ୍ତି। ସେହିପରି ବିଜେଡି ନେତା ପିନାକୀ ମିଶ୍ର ମଧ୍ୟ ମହିଳା ସଂରକ୍ଷଣ ବିଲ୍ ପାରିତ ହେବାକୁ ଦାବି କରିଥିଲେ। ନୂଆ ସଂସଦ ଭବନରୁ ନୂଆ ଯୁଗର ଆରମ୍ଭ ହେବା ଉଚିତ ବୋଲି ପିନାକୀ କହିଛନ୍ତି।

ତେବେ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ କେବଳ ସରକାର ଜାଣିଛନ୍ତି ଯେ ତାଙ୍କର ଏଜେଣ୍ଡା କଣ ହେବ। ଆସନ୍ତାକାଲି ହୁଏତ ସେମାନେ କିଛି ଚମକାଇ ଦେଲା ଭଳି ବିଲ୍ ଆଣିପାରନ୍ତି। ତେବେ ବୈଠକରେ ତାଙ୍କ ଦଳ ମୁଦ୍ରାସ୍ଫୀତି, ବେକାରୀ, ଚୀନ୍ ସୀମାରେ ପରିସ୍ଥିତି ଭଳି ପ୍ରସଙ୍ଗ ଉଠାଇଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବିଜେଡି ଓ  ବିଆର୍‌ଏସ୍‌ ଭଳି ଦଳ ମହିଳା ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଲୋକସଭାରେ ଗୃହ ଉପନେତା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ରାଜ୍ୟସଭାରେ ଗୃହର ନେତା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ ଏହି ବୈଠକରେ ସରକାର ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

   Related Posts