ଭାରତକୁ ବଡ଼ ସଫଳତା, ଦେଶର ପ୍ରଥମ ପାଇଲଟ ବିହୀନ ଯୁଦ୍ଧ ବିମାନର ସଫଳ ପରୀକ୍ଷଣ କଲା DRDO

Published By : Prameya-News7 Bureau | July 01, 2022 IST

ବେଙ୍ଗାଲୁରୁ: ମାନବ ବିହୀନ ଯୁଦ୍ଧ ବିମାନ ବିକଶିତ କରିବା ଦିଗରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି । ଡିଆରଡିଓ ଶୁକ୍ରବାର ଅଟୋନମସ ଫ୍ଲାଇଙ୍ଗ ୱିଙ୍ଗ ଟେକ୍ନୋଲଜି ଡେମୋନ୍ସଷ୍ଟ୍ରେଟରର ପ୍ରଥମ ଏୟରାକ୍ରାଫ୍ଟର ସଫଳ ପରୀକ୍ଷଣ ହୋଇଛି । ଏହି ବିମାନର ସବୁଠୁ କଥା ହେଉଛି ଏହା ବିନା ପାଇଲଟରେ ମଧ୍ୟ ଉଡାଣ ଭରିପାରିବ । ଟେକ୍ଅଫରୁ ଆରମ୍ଭ କରି ଅବତରଣ ଯାଏଁ ସବୁ କିଛି ବିନା କୌଣସି ସାହାଯ୍ୟରେ କରିପାରିବ ।

wp:html /wp:html

ଡିଆରଡିଓର ଏକ ବୟାନ ଅନୁସାରେ, ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏୟାରନଟିକଲ ଟେଷ୍ଟ ରେଞ୍ଜରେ ସଫଳତାର ସହ ଏହାର ପରୀକ୍ଷଣ କରାଯାଇଛି । ମାନବ ବିହୀନ ବିମାନ ଅର୍ଥାତ ୟୁଏଭିକୁ ଅଟୋମେସନ ଫ୍ଲାଇଙ୍ଗ ଟେକ୍ନୋଲଜି ଡେମୋନ୍ସଷ୍ଟ୍ରେଟର କୁହାଯାଏ । ଯୁଦ୍ଧ ବିମାନ ଏକ ସଫଳ ଟେକ୍ ଅଫ୍, ୱେ ପଏଣ୍ଟ ନେଭିଗେସନ ଏବଂ ଅବତରଣ ସାମିଲ ରହିଛି । ଏହି ବିମାନ ଭବିଷ୍ୟକରେ ବିନା ପାଇଲଟରେ ଉଡାଣ ଭରିପାରୁଥିବା ବିମାନକୁ ବିକଶତ କରିବା ଦିଗରେ ଏକ ବଡ ଭୂମିକା ଗ୍ରହଣ କରିବ। ଏହାସହ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏକ ଜରୁରୀ ପଦକ୍ଷେପ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ସଫଳ ପରୀକ୍ଷଣରେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.