୨୦୨୧ରେ ଦେଶର ଜିଡିପିରେ ୟୁଟ୍ୟୁବରଙ୍କ ଅବଦାନ ୧୦ ହଜାର କୋଟି, କ୍ରିଏଟରଙ୍କ ପାଇଁ ପାଲଟିଛି ଆୟର ସୁଯୋଗ
19/12/2022 at 8:49 PM

ନୂଆଦିଲ୍ଲୀ, ୧୯/୧୨: ୨୦୨୧ରେ ଦେଶର ଜିଡିପିରେ ୟୁଟ୍ୟୁବରଙ୍କ ଅବଦାନ ୧୦ ହଜାର କୋଟି ରହିଥିଲା। ଏହା ଯାହା ୭୫୦,୦୦୦ କର୍ମନିଯୁକ୍ତି ସହ ସମାନ। ଗୁଗଲ ଫର୍ ଇଣ୍ଡିଆ ୨୦୨୨ ରେ ଏହି ସୂଚନା ଦେଇଛି ୟୁଟ୍ୟବ୍ । ଏହି ଇଭେଣ୍ଟରେ ଗୁଗଲ ଏହାର ୟୁଟ୍ୟୁବ୍ କୋର୍ସର ମଧ୍ୟ ଘୋଷଣା କରିଛି। ଏହା ଦର୍ଶକଙ୍କୁ ଶିଖିବା ପାଇଁ ଏକ ଭିନ୍ନ ଅନୁଭବ ପ୍ରଦାନ କରିବ। ୨୦୨୩ ରେ ରୋଲ୍ ଆଉଟ୍ ହେବାକୁଯାଉଥିବା ଏହି ଫିଚର୍ସ କ୍ରିଏଟର୍ସଙ୍କୁ ଏକ ଉନ୍ନତ ମନିଟାଇଜ୍ ଅପ୍ସନ ଯୋଗାଇବ।
ୟୁଟ୍ୟୁବ୍ ଇକୋସିଷ୍ଟମ କ୍ରମାଗତ ଭାବରେ ଭାରତର ଅର୍ଥନୀତିକୁ ଶକ୍ତି ଯୋଗାଇଆସିବା ଆନନ୍ଦର ବିଷୟ। ଏହା ନୂଆ ଚାକିରି ଏବଂ ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇପାରିଥିବା ନେଇ କହିଛନ୍ତି ୟୁଟ୍ୟୁବ୍ ସାଉଥ୍ ଇଷ୍ଟ ଏସିଆ ଅଧିକାରୀ ଅଜୟ ବିଦ୍ୟାସାଗର। ସେ ଆହୁରି ୟୁଟ୍ୟୁବ୍ କ୍ରିଏଟର୍ସଙ୍କ ଦ୍ବାରା ତିଆାର କଣ୍ଟେଣ୍ଟକୁ ଆଜି କୋଟି କୋଟି ଗ୍ରାହକ ୟୁଟ୍ୟୁବ୍ରେ ଦେଖୁଛନ୍ତି। ଏହା ୟୁଟ୍ୟୁବ୍ କ୍ରିଏଟରଙ୍କୁ ଆୟର ସୁଯୋଗ ଦେଇଛି, ଅନେକଙ୍କୁ ସେମାନଙ୍କର ପ୍ୟାସନକୁ କ୍ୟାରିୟରରେ ବଦଳାଇବାର ସୁଯୋଗ ଦେଇଛି। ୟୁଟ୍ୟୁବ୍ ଇଣ୍ଡିଆ ନିର୍ଦେ୍ଦଶକ ଜନ୍ ଚାଟାର୍ଜୀ କହିଛନ୍ତି ଯେ ଆମେ ଆମର ଦର୍ଶକମାନଙ୍କୁ ମୂଲ୍ୟବାନ କୌଶଳ ଏବଂ ଜ୍ଞାନ ପାଇଁ ଶିଖିବାରେ ଆମ ଆମର ଉଦ୍ୟମ ଜାରି ରଖିବୁ।