ସତରେ କ’ଣ ଅଛନ୍ତି ଏଲିଅନ ? ଆକାଶରେ କିଏ ଉଡ଼ାଉଛି ଅଜଣା ବିମାନ, ଆମେରିକା ବରିଷ୍ଠ ସେନାଅଧିକାରୀ ଦେଲେ ଆଶ୍ଚର୍ଯ୍ୟକର ସୂଚନା
18/05/2022 at 9:35 PM

ନୂଆଦିଲ୍ଲୀ: ପୃଥିବୀ ବାହାରେ ଜୀବ ସତ୍ତା ଅଛି କି ନାହିଁ ଗବେଷଣା ଜାରି ରହିଥିବା ବେଳେ ଏଲିଅନ୍ ଓ ସେମାନଙ୍କର ଯାନ ଆକାଶରେ ଉଡ଼ିବା ନେଇ ଅନେକ ଖବର ରହିଛି। ଗତ ୫୦ ଭିତରେ ଏନେଇ ଆମେରିକା ସଂସଦରେ ସାର୍ବଜନିନ ଶୁଣାଣି ହୋଇଛି। ଏଥିରେ ଜଣେ ବରିଷ୍ଠ ସେନା କର୍ମଚାରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ।
ଗତ ୨୦ ବର୍ଷ ଭିତରେ ୟୁଏଫ୍ଓ ସଂଖ୍ୟା ବଢ଼ିଛି। ଅର୍ଥାତ ଆକାଶରେ ଅଧିକ ଏଲିଅନଙ୍କ ଯାନ ଉଡ଼ୁଥିବାର ଦେଖିବାକୁ ମିଳିଛି। ମଙ୍ଗଳବାର ସଂସଦରେ ଶୁଣାଣି ବେଳେ ଏହି ସୂଚନା ଦେଇଛନ୍ତି ଆମେରିକା ନୌସେନା ଗୁଇନ୍ଦା ବିଭାଗର ଉପନିର୍ଦ୍ଦେଶକ ସ୍କଟ୍ ବ୍ରେ। ସେ କହିଛନ୍ତି ” ୨୦୦୦ ମସିହା ଆରମ୍ଭରୁ ସେନା ନିୟନ୍ତ୍ରଣରେ ଓ ପ୍ରଶିକ୍ଷଣ ପାଇଁ ଥିବା ଆକାଶ ମାର୍ଗ ଅନେକ ଅଜଣା ଯାନ ଉଡ଼ୁଥିବାର ଦେଖାଯାଇଛି।” ଏଥିପାଇଁ ସେ ଆମେରିକା ସେନା ଦ୍ୱାରା ଅଧିକ ଟେକ୍ନୋଲୋଜି ବ୍ୟାବହାର ଓ କାର୍ଯ୍ୟନୁଷ୍ଠାନକୁ ଦାୟୀ କରିଛନ୍ତି।
ତେବେ ୟୁଏଫ୍ଓକୁ ଅନୁମାନକୁ ସେ ସୁନିଶ୍ଚିତ ବୋଲି ଦର୍ଶାଇ ନାହାନ୍ତି କି ଏହାକୁ ଅସ୍ୱୀକାର କରିପାରି ନାହାନ୍ତି। ତେବେ ପ୍ରକୃତରେ ଏହା ୟୁଏଫ୍ଓ କି ଆଉ କଣ ସେ ନେଇ କୌଣସି ଅନୁମାନ କରାଯାଇ ନାହିଁ ବୋଲି କହିଛନ୍ତି। ସୂଚନା ଥାଉକି, ୨୦୨୧ ଜୁନ ମାସରେ ଆମେରିକ ଗୁଇନ୍ଦା ବିଭାଗ ତାର ଦୀର୍ଘଦିନ ଗବେଷଣା କରିବା ପରେ ୟୁଏଫ୍ଓ ଥିବା ନେଇ ପ୍ରମାଣ ନଥିବା ଦାବି କରିଥିଲା। ତେବେ ସେନା ପାଇଲଟ ଦ୍ୱାରା ଦେଖାଯାଇଥିବା ୟୁଏଫ୍ଓକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଇନଥିଲା ଗୁଇନ୍ଦା ବିଭାଗ।