scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଢ଼ୁଛି LGBTIQA+ ସଂଖ୍ୟା; ପ୍ରତି ୧୨ ଜଣରୁ ଜଣଙ୍କ ଇଚ୍ଛା ଅପ୍ରାକୃତିକ ଯୌନ ସମ୍ପର୍କ

26/05/2022 at 4:20 PM

ଲଣ୍ଡନ: ଗତ ୪ ବର୍ଷରେ ଏଲ୍‌ଜିବି(lesbian, gay, or bisexual) ସଂଖ୍ୟା ଦୁଇଗୁଣା ବଢ଼ିଛି। ବ୍ରିଟେନରେ ଏକ ଗବେଷଣାରୁ ଏଭଳି ଆଶ୍ଚର୍ଯ୍ୟକଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ଗବେଷଣା ରିପୋର୍ଟ ଅନୁସାରେ, ବର୍ତ୍ତମାନ ବ୍ରିଟେନ୍‌ରେ ପ୍ରତି ୧୨ ଜଣରେ ଜଣେ ଏଲ୍‌ଜିବି ଅଛନ୍ତି ବୋଲି ଜଣାପଡ଼ିଛି।

ଗବେଷଣାର ରିପୋର୍ଟ କହୁଛି ଯେ ୨୦୨୦ରେ ୧୬ ରୁ ୨୪ ବର୍ଷ ବୟସ ମଧ୍ୟରେ ୮.୦ ପ୍ରତିଶତ ଲେସ୍‌ବିଆନ୍,ଗେ, ବାଇସେକ୍ସୁଆଲ ଓ ଟ୍ରାନ୍ସଜେଣ୍ଡର ଚିହ୍ନଟ ହୋଇଥିଲେ। ଯାହା ୨୦୧୯ରେ ୬.୬ ପ୍ରତିଶତ ଓ ୨୦୧୬ରେ ୪.୧ ପ୍ରତିଶତ ଥିଲା। ୨୦୧୪ ପରଠାରୁ ଲୋକମାନଙ୍କ ମନରେ ଏଭଳି ପ୍ରବୃତ୍ତିର ବୃଦ୍ଧି ଯୋଗୁ ଏଲ୍‌ଜିବି ସଂଖ୍ୟା ବଢ଼ିଛି ବୋଲି ଗବେଷଣା କରିଥିବା ସଂସ୍ଥା ନ୍ୟାସ୍‌ନାଲ ଷ୍ଟାଟିଷ୍ଟିକ ଅଫିସ(ONS) ସୂଚନା ଦେଇଛି।

୨୦୨୦ରେ  ପ୍ରତି ୨୦ (୧୬-୨୪ ଆୟୁ ବର୍ଗ)ଜଣରୁ ଜଣେ ବାଇସେସ୍କୁଆଲ୍ ଚିହ୍ନଟ ହୋଇଥିବା ବେଳେ ମୋଟ ୨.୭ ପ୍ରତିଶତ ଏଲ୍‌ଜିବି ଚିହ୍ନଟ ହୋଇଥିଲା। ସେହିପରି ୧.୩ ପ୍ରତିଶତ ଅନ୍ୟ ବର୍ଗରେ ଚିହ୍ନଟ ହୋଇଥିଲେ ବି ୮୭.୩ ପ୍ରତିଶତ ପ୍ରାକୃତିକ(heterosexual) ସମ୍ପର୍କ ପ୍ରତି ଇଚ୍ଛା ପ୍ରକାଶ କରିଥିଲେ। ସେହିପରି ୩.୪ ପ୍ରତିଶତ ସେମାନଙ୍କର ଯୌନ ଜୀବନ ବିଷୟରେ କୌଣସି ପ୍ରତିକ୍ରିୟା ଦେଇପାରି ନଥିଲେ।

ONS ପକ୍ଷରୁ ବ୍ରିଟେନ୍‌ ବାର୍ଷିକ ଜନସଂଖ୍ୟା ସର୍ଭେ କରାଯାଇଥିଲା। ସେଥିରୁ ୧୬ ବର୍ଷରୁ ତଦୁର୍ଦ୍ଧ ବୟସ ପିଲାମାନଙ୍କର ଯୌନ ଜୀବନ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଯେଉଁଥିରେ ଏଭଳି ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି।

ପ୍ରାପ୍ତ ବୟସ୍କ ମଧ୍ୟରେ ୨୦୨୦ରେ ୩.୧ ପ୍ରତିଶତ ଏଲ୍‌ଜିବି ଚିହ୍ନଟ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ଥିଲା ୨.୭ ପ୍ରତିଶତ, ଏବଂ ୨୦୧୪ ପାଖାପାଖି ୧.୬ ପ୍ରତିଶତ ଲୋକ ଏଲ୍‌ଜିବି ଚିହ୍ନଟ ହୋଇଥିଲା। ଯେଉଁ ପ୍ରାପ୍ତ ବୟସ୍କ ମଧ୍ୟରେ ପ୍ରାକୃତିକ ଯୌନଇଚ୍ଛା ଥିଲା ସେମାନଙ୍କ ମଧ୍ୟରେ ଏହି ଗୁଣ କମୁଥିବାର ଦେଖିବାକୁ ମିଳୁଛି। ୨୦୧୪ ଏହି ବର୍ଗଙ୍କ ମଧ୍ୟରେ ୯୫.୩ ପ୍ରତିଶତ ଲୋକଙ୍କ ଠାରେ ପ୍ରାକୃତିକ ଯୌନ ସମ୍ପର୍କ ପ୍ରତି ଇଚ୍ଛା ଥିବା ବେଳେ ଏବେ ଏହି ସଂଖ୍ୟା ୯୩.୬ ପ୍ରତିଶତକୁ ହ୍ରାସ ପାଇଛି। ଏହାର ଅର୍ଥ ହେଲା ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଯୌନ ପ୍ରବୃତ୍ତିରେ ଅନେକ ପରିବର୍ତ୍ତନ ଆସିଛି।  

୨୦୨୦ରେ ଲଣ୍ଡନର ଏଲ୍‌ଜିବି ସଂଖ୍ୟା ସର୍ବାଧିକ(୨.୯ ପ୍ରତିଶତ) ଥିଲା। ସେଥିମଧ୍ୟରୁ ବାଇସେସ୍କୁଆଲ ଅନୁପାତ ୧.୭ ପ୍ରତିଶତ ଥିଲା। ସେହିପରି ପୂର୍ବ ଇଂଲଣ୍ଡରେ ଏହି ସଂଖ୍ୟା ସବୁଠାର କମ୍ ଯଥାକ୍ରମେ ୧.୩ ପ୍ରତିଶତ ଓ ୧.୦ ପ୍ରତିଶତ ଥିଲା।  

   Related Posts