‘କରୋନା’ ନେଇ ସଚେତନ କରାଇଲେ ଆଇଏମଏସ୍ ଆଣ୍ଡ୍ ସମ୍ ହସ୍ପିଟାଲର ଡାକ୍ତରୀ ଓ ନର୍ସିଂ ଛାତ୍ରଛାତ୍ରୀ
4/03/2020 at 3:15 PM

ଭୁବନେଶ୍ବର ୪।୩: କରୋନାକୁ ନେଇ ସମ୍ ଓ ଆଇଏମଏସ୍ ଡାକ୍ତରୀ ଓ ନର୍ସିଂ ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରା କରିଛନ୍ତି । ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ପ୍ଲାକାର୍ଡ ଓ ବ୍ୟାନର ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ଶୃଙ୍ଖଳିତ ଜୀବନଶୈଳୀ ସହ ସ୍ୱଚ୍ଛ ଓ ସୁସ୍ଥ ଖାଦ୍ୟପାନୀୟ ଗ୍ରହଣ ପାଇଁ ବାର୍ତ୍ତା ଦିଆଯାଇଛି ।
କୌଣସି ବ୍ୟକ୍ତି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ସର୍ଦ୍ଦି, କାଶ, ଛିଙ୍କ, ଜ୍ୱର ଭଳି ଲକ୍ଷଣ ଦେଖା ଦେଲେ ମୁହଁରେ ରୁମାଲ୍ ବ୍ୟବହାର କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁୁହାଯାଇଛି । ସଂକ୍ରମିତ ରୋଗୀଠାରୁ ଦୂରେଇବା ସହ ଜନଗହଳିପୂର୍ଣ୍ଣ ଜାଗାକୁ ନ ଯିବା, ବାରମ୍ବାର ସାବୁନ୍ରେ ହାତ ଧୋଇ ଖାଇବାକୁ ଛାତ୍ରଛାତ୍ରୀମାନେ ଲୋକଙ୍କୁ ବୁଝାଇଥିଲେ ।
ସୋଆ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଡିନ୍ ପ୍ରଫେସର ଡା. ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲ ଅଧୀକ୍ଷକ ପ୍ରଫେସର ଡା. ପୁଷ୍ପରାଜ ସାମନ୍ତସିଂହାର, ଉପନିର୍ଦ୍ଦେଶକ ପ୍ରିୟବ୍ରତ ଦାସ, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ମୀନତି ମିଶ୍ର, ଅତିରିକ୍ତ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଶୋଭାମରି ସାମଲ, ବାୟୋମେଡିକାଲ୍ ଇନ୍ଚାର୍ଜ ଡା. ପ୍ରେମାନନ୍ଦ ତାଣ୍ଡି ଓ ରୋଗୀ ସମ୍ପର୍କ ଅଧିକାରୀ ଡା. ଲିଙ୍ଗରାଜ ରଥ, ଫ୍ରଣ୍ଟ ଅଫିସ ମ୍ୟାନେଜର ପୁଷ୍ପାଞ୍ଜଳି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।