କାଶ୍ମୀର ପ୍ରସଙ୍ଗରେ ଇମରାନଙ୍କ ବଡ଼ ଖୁଲାସା: କହିଲେ- ଶାନ୍ତି ପାଇଁ ହୋଇଥିଲା ଯୋଜନା, ହେଲେ...

Published By : Prameya-News7 Bureau | June 21, 2023 IST

ନୂଆଦିଲ୍ଲୀ, ୨୧/୦୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ଇମରାନ ଖାନ୍‌ କାଶ୍ମୀର ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାର ଇମରାନ କାଶ୍ମୀରକୁ ନେଇ ଅନେକ ଖୁଲାସା କରିଛନ୍ତି। ଇମରାନ କହିଛନ୍ତି ପାକିସ୍ତାନ ସରକାର ୨୦୧୯ରେ କାଶ୍ମୀର ପ୍ରସଙ୍ଗରେ ଏକ ଶାନ୍ତି ପ୍ରସ୍ତାବ ଉପରେ କାମ କରୁଥିଲେ। ଆଉ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀ ତରଫରୁ ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। କିନ୍ତୁ ଏହା ଉପରେ ପରେ କିଛି କାମ ହୋଇନଥିଲା ଆଉ ଏହା ସେହିଭଳି ଭାବରେ ରହିଗଲା।

ସାକ୍ଷାତକାରରେ ଇମରାନ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ମଧ୍ୟ ଯୋଜନା ଥିଲା। ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ କମର ବାଜଓ୍ବା ମଧ୍ୟ ଏହି ପ୍ରସ୍ତାବର ସମର୍ଥନ କରିଥିଲେ। ସେ ଆହୁରି କହିଛନ୍ତି ଭାରତ ୨୦୧୯ରେ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଶେଷ କରିଥିଲା। ଏତେ ବଡ଼ ନିଷ୍ପତ୍ତି ପରେ ମଧ୍ୟ ପାକିସ୍ତାନ ସରକାର ଏହି ପ୍ରସ୍ତାବ ସହ ଆଗକୁ ବଢ଼ିଥିଲା। କଥିତ ଭାବରେ ବାଜବାଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ଏହି ଯୋଜନାରେ ଏଲଓସିରେ ସଂଘର୍ଷ ବିରାମ, ବ୍ୟବସାୟିକ ବାର୍ତ୍ତା ଏବଂ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସମ୍ଭାବିତ ଯାତ୍ରା ମଧ୍ୟ ସାମିଲ ଥିଲା। କିନ୍ତୁ ଏହା ଉପରେ ପରେ କିଛି କାମ ହୋଇନଥିଲା, ଆଉ ଏହି ଯୋଜନା ସେହିଭଳି ରହିଗଲା।

ଆହୁରି ପଢ଼ନ୍ତୁ: ବିଶ୍ୱବିଦ୍ୟାଳୟରେ ହୋଲି ପାଳନ ଉପରେ ବ୍ୟାନ୍‌ ଲଗାଇଲା ପାକିସ୍ତାନ, ଦେଲା ଇସଲାମିକ୍‌ ପରିଚୟ ବଞ୍ଚାଇବାର ଦ୍ୱାହି

ସୂଚନାଥାଉକି, ପାକିସ୍ତାନ ମିଡିଆରେ ଏବେ ବାଜବାଙ୍କ ତରଫରୁ ଭାରତ ପାଇଁ ଶାନ୍ତି ପ୍ରସ୍ତାବ ଆଗକୁ ବଢ଼ାଇବାକୁ ସଙ୍କେତ ଦିଆଯାଇଛି। ଏଥିରେ ଭାରତୀୟ ପିଏମଙ୍କ ପାକିସ୍ତାନୀ ଯାତ୍ରା ମଧ୍ୟ ସାମିଲ ରହିଥିଲା। ଅବଶ୍ୟ ଏହି ଯୋଜନା ଉପରେ କେବେବି କାମ ହୋଇନାହିଁ। ଇମରାନଙ୍କ ଏହି ଖୁଲାସା ପରେ ଭାରତର ଉଚ୍ଚାଧିକାରୀଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ଉଲ୍ଲେଖଯୋଗ୍ୟ, ସାକ୍ଷାତକାରରେ ଇମରାନ ଭାରତ ବିରୋଧରେ ପାକିସ୍ତାନୀ ସେନା ପ୍ରସ୍ତୁତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଆଉ ଏହି ମାମଲାରେ ପୂର୍ବତନ ସେନା ମୁଖ୍ୟଙ୍କୁ ସମାଲୋଚନା କରିଛନ୍ତି। ତେବେ ଇମରାନଙ୍କ ସହ ପାକିସ୍ତାନ ସେନାର ସହ ସମ୍ପର୍କ ତିକ୍ତ ହେବାର କାରଣ ହେଉଛି ଇମରାନଙ୍କ ଜେଲ୍‌ ଯିବା ପରେ ତାଙ୍କ ସମର୍ଥକମାନେ ପାକ୍‌ ସେନାର ଅନେକ କ୍ୟାମ୍ପ ଉପ​ରେ ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ପ୍ରକୃତିର ତାଣ୍ଡବ, ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନ ଜଳମଗ୍ନ, ୨୮ ମୃତ, ଶତାଧିକ ଆହତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.