ଇମରାନ୍‌ ଖାନ୍‌ ଦେଲେ ପରମାଣୁ ଯୁଦ୍ଧର ଧମକ, କହିଲେ କଥାବାର୍ତ୍ତା ହେବାର କୌଣସି ଲାଭ ନାହିଁ

Published By : Prameya-News7 Bureau | August 22, 2019 IST

wp:paragraph {"align":"left"}

ଇସଲାମାବାଦ .- କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହେବା ସହ ଏହାର ବାଚଳାମୀ ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ଭାରତ ପାକିସ୍ତାନ ବିରୋଧରେ କୌଣସି ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ  ପାକିସ୍ତାନ ଏହାର ଜବାବ ଦେବ ବୋଲି ସେ କହିଛନ୍ତି ।

ଭାରତ ସହ କଥାବାର୍ତ୍ତା ହେବାର କୌଣସି ଲାଭ ନାହିଁ  ବୋଲି ଆମେରିକାର ଖବର କାଗଜ ଦି ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି । ସେ ଶାନ୍ତି ସ୍ଥାପନ ପାଇଁ ସବୁକିଛି କରିଥିବା କଥା କହିଛନ୍ତି । ହେଲେ ଭାରତ ଏହାକୁ ଏକ ତୁଷ୍ଟି କରଣ ବୋଲି ଭାବି ନେଇଛି ବୋଲି ସେ ଏଥିରେ ସୂଚନା ଦେଇଛନ୍ତି ।

ଏହି ଯୁଦ୍ଧ ହେଲେ ପରମାଣୁ ଯୁଦ୍ଧ ହେବ ଓ ଏହା ସାରା ବିଶ୍ୱ ପାଇଁ ବିପଦ ଜନକ ହେବ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ସେ କାଶ୍ମୀରରେ ସୁରକ୍ଷା ନେଇ  ଚିନ୍ତିତ ବୋଲି କହିଛନ୍ତି । ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଜାତିସଂଘରେ ଉଦ୍‌ବୋଧନ ଦେବାବେଳେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇବ ବୋଲି ପାକିସ୍ତାନର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି ।

ଇମରାନ ଖାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରରେ ପାକିସ୍ତାନ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ କାଶ୍ମୀର ବିଷୟରେ ଆଲୋଚନା ହୋଇଥିଲା । ସେପ୍ଟେମ୍ବର ୨୭ ତାରିଖରେ ଇମରାନ୍‌ ଖାନଙ୍କ ପୂର୍ବରୁ ମୋଦୀ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବେ । ପାକିସ୍ତାନ ଜାତିସଂଘରେ କାଶ୍ମୀର ପ୍ରସଙ୍ଗକୁ ଉତ୍ଥାପନ  କରିବ ।

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘ ସୁରକ୍ଷା ପରିଷଦରୁ କୌଣସି  ସହାୟତା ମିଳି ନଥିବା ବେଳେ ଏହି ପ୍ରସଙ୍ଗରୁ ସେ ଅନ୍ତର୍ଜାତୀୟ ନ୍ୟାୟାଳୟକୁ  ନେବ ବୋଲି କହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.