UNGAରେ ଇମ୍ରାନ ଖାନଙ୍କ ଭାଷଣ ପରେ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ, ଇମ୍ରାନ ଖାନ କ୍ଷମତାରେ ରହିବେ ନା ଯିବେ…

Published By : Prameya-News7 Bureau | September 28, 2019 IST

ଇସ୍ଲାମାବାଦ୨୮|୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଏବେ ଟଳମଳ ହେବାରେ ଲାଗିଛି। ଏନେଇ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି।  ଜାତିସଂଘର ସାଧାରଣ ପରିଷଦ(UnitedNationGeneralAssembly)ରେ ଇମ୍ରାନଙ୍କ ଅଭିଭାଷଣ ପ​‌ରେ ଏବେ ଇମ୍ରାନ ଖାନଙ୍କ ସରକାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇମ୍ରାନଙ୍କ ସରକାର ମାତ୍ର ଆଉ ଅଳ୍ପଦିନର ଅତିଥି ବୋଲି ପାକିସ୍ତାନର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପାକିସ୍ତାନ ସେନାବାହିନୀ ଇମ୍ରାନଙ୍କ ଖାନଙ୍କ ଉପରେ ଖୁସି ନାହିଁ। କାରଣ ୟୁଏନଜିଏରେ କାଶ୍ମୀର ପ୍ରସଙ୍ଗକୁ ଯେଉଁ ଢ଼ଙ୍ଗରେ ଉପସ୍ଥାପନ କରିବା କଥା ଇମ୍ରାନ ସେହିଭଳି କରି ନାହାନ୍ତି।

ଏହି ତମାମ ଘଟଣାକୁ ନଜର କଲେ ଇମ୍ରାନ ଖାନଙ୍କ ଅପାରଗତା ଜଳ ଜଳ  ଦେଖାଯାଉଛି ବୋଲି ପାକିସ୍ତାନର ସେନା ମୁଖ୍ୟ ବାଜଓ୍ବା କହିଛନ୍ତି। ଏଥିସହ ୟୁଏନଜିଏରେ ମିଥ୍ୟା ପ୍ରମାଣ ଦାଖଲ କରିବାରେ ଇମ୍ରାନ ସୀମା ଡ଼େଇଁଛନ୍ତି। ଭାରତ ଉପରେ ମିଥ୍ୟା ଆରୋପ ଲଗାଇଛନ୍ତି। ବିଶ୍ବରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାରେ ଆମେରିକା ପ୍ରୋତ୍ସାହନ ଦେଉଛି ବୋଲି ଇମ୍ରାନ କହିଛନ୍ତି। ତେଣୁ ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାରର ଅନ୍ତ ଘଟିବା ପାଇଁ ବହୁ କାରଣ ରହିଛି। ସେଥିମଧ୍ୟରୁ ପ୍ରଥମ କାରଣଟି ହେଉଛି ଇମ୍ରାନ ପାକିସ୍ତାନ ସେନା ବାହିନୀ ସହ ପାଦମିଳାଇ ଚାଲିପାରୁନାହାନ୍ତି ।  ଏହି ସମୟରେ ପାକିସ୍ତାନର  ସେନା ମୁଖ୍ୟ କମର ଜାଭେଦ ବାଜଓ୍ବା ଇମ୍ରାନଙ୍କୁ ତୀର ମାରିଛନ୍ତି। ଇମ୍ରାନ ଖାନ ପାକିସ୍ତାନ ସେନାବାହିନୀକୁ ଅଣଦେଖା କରୁଥିବା ନେଇ ବାଜଓ୍ବା ପ୍ରତିକ୍ରିୟା ରଖିଛନ୍ତି।

ତେବେ ପାକିସ୍ତାନର ଅର୍ଥବ୍ୟବସ୍ଥା ଦିନକୁଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ପାକିସ୍ତାନର ଅର୍ଥ ବ୍ୟବସ୍ଥା ଉପରେ ଜାତିସଂଘ ମଧ୍ୟ ପ୍ରଶ୍ନ କରିଛନ୍ତି। ପାକିସ୍ତାନର ରାଜକୋଷର ୮.୫ ପ୍ରତିଶତ ଅବନିତି ଘଟିଛି। ପାକିସ୍ତାନରେ ଯେଉଁ ଖରାପ ଅର୍ଥ ବ୍ୟବସ୍ଥା ଦେଖା ଯାଇଥିଲା ତାଠାରୁ ବହୁଗୁଣା ଅଧିକ ଟଙ୍କା ପାକିସ୍ତାନ ଋଣ କରିଛି। ପାକିସ୍ତାନର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବାରେ ଇମ୍ରାନ ଖାନ ବିଫଳ ହୋଇଛନ୍ତି। ଏହାସହ ଆତଙ୍କୀ ସଂଗଠନକୁ ପାକିସ୍ତାନ ଦେଉଥିବା ପ୍ରୋତ୍ସାହନ ରାଶି ଉପରେ ପ୍ରତିବନ୍ଧକ ଲାଗି ପାରେ ବୋଲି ଆଶା କରାଯାଉଛି। ପାକିସ୍ତାନର ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି, ଆଗାମୀ ଦୁଇମାସ ପର୍ଯ୍ୟନ୍ତ ଇମ୍ରାନ ଖାନଙ୍କୁ ବିଭିନ୍ନ ସମସ୍ୟରେ ସମ୍ମୁଖୀନ ହେବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ, ପାକିସ୍ତାନର ବରିଷ୍ଠ ସାମ୍ବାଦିକ ହମିଦ୍‌ ମୀର କହିବା ଅନୁସାରେ ଦେଶର ଆର୍ଥିକ ବ୍ୟବସ୍ଥା ଓ ଘରୋଇ ସମସ୍ୟାରୁ ଦୃଷ୍ଟି ହଟାଇବା ଲାଗି ଇମ୍ରାନ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉଠାଉଛନ୍ତି। ପାକିସ୍ତାନ ମୁଖ୍ୟ ନିର୍ବାଚନ କମିଶନ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତହରିକେ ଇନସାଫର ମାନ୍ୟତାକୁ ରଦ୍ଦ କରି ପାରନ୍ତି ବୋଲି  ହମିଦ ମିର କହିଛନ୍ତି। ଏହାସହ ବଲୁଚିସ୍ତାନ ନେସନାଲ ପାର୍ଟିର ସମର୍ଥନରେ ଇମ୍ରାନ ଖାନ ସରକାର ଗଢ଼ିଛନ୍ତି। ବଲୁଚୀସ୍ତାନର ୫୦୦ ଲୋକ ନିଖୋଜ ହୋଇଛନ୍ତି ।  ସେମାନଙ୍କୁ ଠାବ କରିବା ଲାଗି ବଲୁଚୀସ୍ତାନ ଦାବି କରୁଛି। ଇମ୍ରାନ ଖାନ ଯଦି ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ବଲୁଚୀସ୍ତାନ ସମର୍ଥନ ପ୍ରତ୍ୟାହାର କରିପାରେ ବୋଲି ଆଶଂଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.