ତୋଷାଖାନା ମାମଲାରେ ଇମ୍ରାନ ଖାନ୍‌ଙ୍କୁ ବଡ ଆଶ୍ୱସ୍ତି, ସଜା ଉପରେ ରୋକ୍‌ ଲଗାଇଲେ ଇସଲାମାବାଦ ହାଇକୋର୍ଟ

Published By : Prameya-News7 Bureau | August 29, 2023 IST

ପେଶାଓ୍ୱାର ୨୯/୦୮: ଫିଟିଲା ବାଟ । ଏବେ ଜେଲ୍‌ରୁ ମୁକୁଳିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇସାଲାମବାଦ କୋର୍ଟ ଇମ୍ରାନ୍‌ଙ୍କୁ ବଡ ଆଶ୍ୱସ୍ତି ଦେଇଛି । ତୋଷଖାନା ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ଉପରେ କୋର୍ଟ ଲଗାଇଛନ୍ତି ରୋକ୍ । ଦଣ୍ଡକ୍ଷମା ପାଇଁ ଆବେଦନ କରିଥିଲେ ପତ୍ନୀ । ଏହି ଅଭିଯୋଗରେ ପ୍ରଥମେ ତାଙ୍କୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା । ହେଲେ କୋର୍ଟ ଏହି ଦଣ୍ଡବିଧାନ ଉପରେ ରୋକ୍ ଲଗାଇଛନ୍ତି ।

ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କୋର୍ଟ ତାଙ୍କ ରାୟରେ ଇମ୍ରାନଙ୍କୁ ଜେଲରୁ ମୁକୁଳାଇବାକୁ ଆଦେଶ ଦେଇଛନ୍ତି । ସମାନ ମାମଲାରେ ତଳ କୋର୍ଟ ଅଗଷ୍ଟ ୫ ତାରିଖ ଦିନ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ସେବେଠାରୁ ଇମ୍ରାନ ଖାନ ଜେଲରେ ରହିଛନ୍ତି । ତଳକୋର୍ଟର ନିଷ୍ପତ୍ତି ବିରୋଧରେ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଥିଲେ ।

wp:embed {"url":"https://www.prameyanews7.com/imran-khan-wife-concern-my-husband-could-be-poisoned-in-jail/","type":"wp-embed","providerNameSlug":"prameya-news-7"}
https://www.prameyanews7.com/imran-khan-wife-concern-my-husband-could-be-poisoned-in-jail/
/wp:embed

ଇମ୍ରାନ ଖାନଙ୍କ ଉପରେ ଅଭିଯୋଗ ରହିଛି କି ସେ ୨୦୧୮-୨୦୨୨ ମଧ୍ୟରେ ତାଙ୍କୁ ଓ ତାଙ୍କ ପରିବାରକୁ ମିଳିଥିବା ଉପହାରକୁ ବେଆଇନ ଭାବେ ବିକ୍ରି କରିଦେଇଥିଲେ । ଏହାସହ ତାଙ୍କ ଉପରେ ଗୁପ୍ତ ସୂଚନା ଖୋଲାସା କରିଥିବାର ଅଭିଯୋଗ ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.