କେତେବେଳେ ବି ଗିରଫ ହୋଇପାରନ୍ତି ଇମରାନ୍ ଖାନ : ରାସ୍ତାକୁ ଓହ୍ଲାଇଲେ ପିଟିଆଇ କର୍ମୀ

Published By : Prameya-News7 Bureau | August 22, 2022 IST

ନୂଆଦିଲ୍ଲୀ, ୨୨|୦୮: କେତେବେଳେ ବି ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ । ତାଙ୍କ ବିରୋଧରେ ଆଣ୍ଟି ଟେରରିଜିମ୍ ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରାଯାଇଛି । ଫଳରେ ତାଙ୍କୁ କେଉଁ ମୁହୂର୍ତ୍ତରେ ଗିରଫ କରାଯାଇପାରେ । ଜଣେ ବିଚାରପତି ଏବଂ ପାକିସ୍ତାନ ସରକାରରେ ଦୁଇ ଜଣ ଶୀର୍ଷ ଅଧିକାରୀଙ୍କୁ ଧମକ ଦେବାକୁ ନେଇ ଏହି ମାମଲା ରୁଜୁ କରାଯାଇଛି। ତେବେ ଏହି ଘଟଣାକୁ ନେଇ ଇମରାନଙ୍କ ସହକର୍ମୀ ଓ ପିଟିଆଇ ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ପିଟିଆଇର ବରିଷ୍ଠ ନେତା ଫବାଦ ଚୌଧରୀ କହିଛନ୍ତି ଯେ, ଇମରାନଙ୍କ ସମର୍ଥକ ଓ୍ୱାନୀଗାଲାରେ ପହଁଚିଛନ୍ତି । ପୂର୍ବରୁ ଏଠାରେ ଅନେକ ସମର୍ଥକ ରହିଥିଲେ । କିଛି ଘଣ୍ଟାରେ ହଜାର ହଜାର ସମର୍ଥକ ଏକାଠି ହୋଇଯାଇଛନ୍ତି ।

ସେହିପରି ପିଟିଆଇ ନେତା ହମ୍ମାଦ ଅଜହର କହିଛନ୍ତି ଯେ, ସରକାର ସାରା ଦେଶକୁ ଅସ୍ଥିର କରିବା ପାଇଁ ଚେଷ୍ଟା କରୁଛନ୍ତି । ଓ୍ୱାନିଗାଲିରେ କିଛି ଅଘଟଣ ଘଟିଲେ ସରକାର ଦାୟୀ ରହିବେ । ସେମାନେ ପାକିସ୍ତାନ ସରକାରଙ୍କ କିଛି ଷଡଯନ୍ତ୍ରକୁ ସଫଳ ହେବା ପାଇଁ ଦେବେନାହିଁ ।

ରାଲିରେ ଦେଇଥିଲେ ଧମକ

ଇସଲାମାବାଦରେ ଏକ ଜନସଭାକୁ ସମ୍ୱୋଧିତ କରିବା ସମୟରେ ପିଟିଆଇ ଅଧ୍ୟକ୍ଷ ଇମରାନ ଖାନ ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ପାକିସ୍ତାନର ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନଜର ରଖୁଥିବା ସଂସ୍ଥା ଇମରାନ ଖାନଙ୍କ ଭାଷଣର ସିଧାପ୍ରସାରଣ ଉପରେ ରୋକ ଲଗାଇଥିଲା। ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟାରୀ ଅଥରିଟୀ(ପିଇଏମଆରଏ) କହିଥିଲା, ସମସ୍ତ ଯାଞ୍ଚ କରାଯିବା ପରେ ଇମରାନ ଖାନଙ୍କ ରେକର୍ଡ ହୋଇଥିବା ଭାଷଣକୁ ପ୍ରସାରଣ ପାଇଁ ଅନୁମତି ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.