ଆଜି ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଘୋଷଣା କରାଯିବ ଇମ୍ରାନ ଖାନଙ୍କ ନାଁ

Published By : Prameya-News7 Bureau | August 06, 2018 IST

ଆଜି ପାକିସ୍ତାନ ତେହରିକ ଇନସାଫ ଦଳର ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଭାବେ ଔପଚାରିକଭାବେ ଘୋଷଣା କରାଯିବ। ଏନେଇ ପିଟିଆଇର ମୁଖପାତ୍ର ଫୱାଦ ଚୌଧୁରୀ ଦେଇଛନ୍ତି ସୂଚନା । ସରକାର ଗଢିବାକୁ ପିଟିଆଇ ପାଖରେ ଆବଶ୍ୟକ ସଂଖ୍ୟକ ସଂଖ୍ୟା ଅଛି ବୋଲି କହିଛନ୍ତି ଫୱାଦ। ପାକ୍ ଜାତୀୟ ପରିଷଦର ନିର୍ବାଚନରେ ୨୭୨ ଆସନରୁ ଇମ୍ରାନଙ୍କ ଦଳ ୧୧୬ ଆସନ ସହ ଏକକ ସଂଖ୍ୟା ଗରିଷ୍ଠଦଳଭାବେ ଉଭା ହୋଇଥିଲା। ତେବେ ମ୍ୟାଜିକ୍ ନମ୍ବର ଦଳ ଛୁଇଁପାରିନଥିଲା। ଏବେ ଛୋଟ ଛୋଟ ଦଳ ଓସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ଇମ୍ରାନ ପାକିସ୍ତାନରେ ପରବର୍ତ୍ତୀ ସରକାର ଗଢିବାକୁ ଯାଉଛନ୍ତି। ଅଗଷ୍ଟ ୧୪ରେ ଇମ୍ରାନ ପାକ୍ ପ୍ରଧାନମନ୍ତ୍ରୀଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏପଟେ କୌଣସି ଦଳକୁ ନିରଙ୍କୁଶ ସଂଖ୍ୟଗରିଷ୍ଠତା ମିଳିନଥିବାରୁ ପାକିସ୍ତାନରେ ରାଜନୈତିକ ବାତାବରଣ ବେଶ୍ ସରଗରମ ରହିଛି। ବିରୋଧୀଙ୍କ ମେଳି ଦେଖିବାକୁ ମିଳିଛି। ବିରୋଧୀ ଗୋଷ୍ଠା ସେମାନଙ୍କ ଆଡୁ ଜଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଛିଡା କରାଇବେ ବୋଲି ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.