ଛାନିଆ ପାକିସ୍ତାନ, ମୋଦିଙ୍କ ସର୍ବଦଳୀୟ ବୈଠକ ପୂର୍ବରୁ ISI ମୁଖ୍ୟାଳୟରେ ଇମ୍ରାନ୍ ଖାନ୍‌

Published By : Prameya-News7 Bureau | June 24, 2021 IST


ନୂଆଦିଲ୍ଲୀ ୨୪।୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ-କାଶ୍ମୀର ନେତାଙ୍କ ସହିତ ସର୍ବଦଳୀୟ ବୈଠକ କରିବାକୁ ଯାଉଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ପୂର୍ବରୁ ପାକିସ୍ତାନରେ ହଡ଼କମ୍ପ ଖେଳିଯାଇଛି । ପାକସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ ନିଜ ଦେଶର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହେଡ଼୍‌ ଅଫିସ୍‌ ଗସ୍ତ କରିଥିଲେ ।  ଇମ୍ରାନ ଖାନ୍‌ଙ୍କ ସହିତ ଏହି ବୈଠକରେ ପାକିସ୍ତାନ ସେନାଧ୍ୟକ୍ଷ ଓ ଆଇଏସ୍‌ଆଇର ବଡ଼ ଅଧିକାରୀମାନେ ସାମିଲ ଥିଲେ ।

ଖବର ଅନୁଯାୟୀ, ଗୋଟିଏ ମାସ ଭିତରେ ଇମ୍ରାନ ଖାନ୍‌ ଆଇଏସ୍‌ଆଇର ମୁଖ୍ୟାଳୟକୁ ୨ୟ ଥର ଗସ୍ତ କରିସାରିଲେଣି । ଗଠନ କରାଯାଇଥିବା ଏକ ଉଚ୍ଚ ସ୍ତରୀୟ କମିଟି ବୈଠକରେ ଯୋଗଦେବାକୁ ଇମ୍ରାନ ଖାନ୍‌ ଗସ୍ତ କରିଥାଇପାରନ୍ତି । ତେବେ ଗୋଟିଏ ମାସ ଭିତରେ ୨-୨ ଥର ଆଇଏସ୍‌ଆଇର ମୁଖ୍ୟାଳୟକୁ ଗସ୍ତ କରିବା ଏକ ସାମାନ୍ୟ ପ୍ରକ୍ରିୟା ନୁହେଁ ବୋଲି ଅନୁମାନ କରାଯାଉଛି ।

ସେପଟେ କାଶ୍ନୀରରେ ଚାଲୁ ରହିଥିବା ଗତିବିଧି ଉପରେ ପାକିସ୍ତାନ ନଜର ରଖିଛି । ଦେଶରୁ ସବୁ କିଛି ଠିକ୍‌ ହେଉଥିବା ଦେଖି ପାକିସ୍ତାନକୁ ମଧ୍ୟ ବିଚଳିତ ଲାଗୁଛି । ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘକୁ ଇତମଧ୍ୟରେ ଅନେକ ଚିଠି ଲେଖିସାରିଛି । ନିଜର ଅଭିଯୋଗ ଉପରେ ଶୁଣାଣି କରିବାକୁ ମଧ୍ୟ ଦାବି କରିଆସୁଛି । କିନ୍ତୁ କାଶ୍ମୀରକୁ ପାକିସ୍ତାନରେ ସମସ୍ତ ରଣନୀତିକୁ ନିଜ ଦେଶରେ ପ୍ରଶ୍ନ ଉଠାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.