ଆଇଏସଆଇ ମୁଖ୍ୟଙ୍କୁ ମାନସିକ ରୋଗୀ କହିଲେ ଇମରାନ, କହିଲେ ଷଡ଼ଯନ୍ତ୍ର କରୁଛନ୍ତି ସବୁଠୁ ଶକ୍ତିଶାଳୀ ବ୍ୟକ୍ତି
11/03/2023 at 8:34 PM

ନୂଆଦିଲ୍ଲୀ, ୧୧/୦୩: ଗତ ବର୍ଷ ସତ୍ତା ହରାଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ପୁଣି ଥରେ ଦେଶର ଗୁଇନ୍ଦା ଏଜେନ୍ସୀ ଆଇଏସଆଇକୁ ଟାର୍ଗେଟ କରିଛନ୍ତି। ସେ ନାଁ ନନେଇ ଆଇଏସଆଇ ମୁଖ୍ୟଙ୍କୁ ସାଇକୋପାଥ୍ (ମାନସିକ ରୋଗୀ) ବୋଲି କହିଛନ୍ତି। ପାକିସ୍ତାନର ତେହେରିକ୍-ଏ-ଇନସାଫ୍ (ପିଟିଆଇ) ଅଧ୍ୟକ୍ଷ ଇମରାନ୍ ଖାନ୍ ଶୁକ୍ରବାର ଦେଶକୁ ସମ୍ବୋଧନ କରି କହିଛନ୍ତି ଯେ ସବୁଠୁ ଶକ୍ତିଶାଳୀ ତାଙ୍କ ପଛରେ ପଡ଼ିଛନ୍ତି। ସେ କହିଛନ୍ତି ଦେଶର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଅଦାଲତର ଆଦେଶର ମଜାକ ଉଡ଼ାଉଛନ୍ତି।
ନିଜ ରାଜନୀତିକ ବିରୋଧୀ ଆସିଫ ଜରଦାରୀ, ନଓ୍ବାଜ ଶରୀଫ ଏବଂ ଶହବାଜ ଶରିଫଙ୍କୁ ଅପରାଧୀ କହିବା ସହ ଇମ୍ରାନ କହିଛନ୍ତି ଯେ ଦେଶର କିଛି ଲୋକ ଦେଶକୁ ବିନାଶ ଆଡ଼କୁ ନେଉଛନ୍ତି। ସେ ଲୋକଙ୍କୁ ଆନ୍ଦୋଳନରେ ସାମିଲ୍ ହେବାକୁ ଆହ୍ବାନ କରିଛନ୍ତି ଏବଂ କହିଛନ୍ତି ଏହାଦ୍ବାରା ପାକିସ୍ତାନ ବିରୋଧୀ ଏବଂ ଜନ ବିରୋଧୀ ଶକ୍ତିଙ୍କୁ ହରାଯାଇପାରିବ। ଇମରାନ ପାର୍ଟୀ କାର୍ଯ୍ୟକର୍ତ୍ତା ଅଲୀ ବିଲାଲଙ୍କୁ ଦିଆଯାଇଥିବା ନିର୍ଯ୍ୟାତନା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ଶାସକ ଜଣେ ନିରୀହ ଶିଶୁଙ୍କୁ ନିର୍ଯ୍ୟାତନା ଦେଲେ ଏବଂ ମାରିଦେଲେ। ପିଟିଆଇ ଏହି ମାମଲାରେ କାର୍ଯ୍ୟବାହୀ ମୁଖ୍ୟମନ୍ତ୍ରୀ, ଆଇଜି ପୋଲିସ୍ ଏବଂ ସିସିପିଓ ଲାହୋରଙ୍କ ବିରୋଧରେ ପୂରା ଦମ୍ରେ ଲଢ଼ିବ।
ସୂଚନାଥାଉ, ଶୁକ୍ରବାର ଇମରାନଙ୍କ ରାଲିର ଉପରେ ଲଗାଯାଇଥିଲା। କିନ୍ତୁ ଅନେକ ସମର୍ଥକ ଇମରାନଙ୍କ ଘର ଆଗରେ ଜମା ହୋଇଥିଲେ। କିନ୍ତୁ ନିୟମ ଉଲ୍ଳଘଂନ ଅଭିଯୋଗରେ ସମର୍ଥକଙ୍କୁ ହଟାଇବା ପାଇଁ ଲାଠିଚାର୍ଜ, ପାଣି ମାଡ଼ ଏବଂ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏଥିରେ ଜଣକର ମୃତ୍ୟୁ ହୋଇଥିଲା ଏବଂ ପ୍ରାନ୍ତୀୟ ରାଜଧାନୀରେ ୧୪୪ ଲାଗୁ ହୋଇଥିଲା।
ଇମରାନ କହିଥିଲେ ସତ୍ତାଧାରୀ ଶାସକ ଜଣେ ମାନସିକ ରୋଗୀଙ୍କ ସମର୍ଥନରେ ସମାଜରେ ଡ଼ର ଉତ୍ପନ୍ନ କରିବାକୁ ଚାହୁଛନ୍ତି ଫଳରେ ଦେଶବାସୀ ଡରି ଚୁପ୍ ରହିବେ ଏବଂ ସେମାନେ ଆଗାମୀ ନିର୍ବାଚନ ଜିତିଯିବେ। ସେ କହିଛନ୍ତି ‘ମାନସିକ ରୋଗୀ’ ଲୋଙ୍କୁ ଲଙ୍ଗଳା କରିବା ପରେ ତାଙ୍କୁ ନିର୍ଯ୍ୟାତନା ଦେଉଛି। ସେ କହିଛନ୍ତି ଆତଙ୍କବାଦ-ବିରୋଧୀ ବିଶେଷଜ୍ଞତା ଥିବା ଅଧିକାରୀ ଶହବାଜ ଗିଲ, ଆଜମ ସ୍ବାମୀ, ଅନେକ ପତ୍ରକାର ଏବଂ ଏମିତିକି ଯୁବ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କ ସହ ରାଜନୀତିକ କର୍ମୀଙ୍କ ଉପରେ ଅତ୍ୟାଚାର କରିଛନ୍ତି।
ସେ କହିଛନ୍ତି ପଞ୍ଜାବରେ ସାଧାରଣ ନିର୍ବାଚନ ଅଦାଲତଙ୍କ ନିଦ୍ଦେର୍ରଶ ପରେ ଜାରି କରାଯାଇଥିଲା କିନ୍ତୁ ତାଙ୍କ ପାର୍ଟୀ ନିର୍ବାଚନ ଅଭିଯାନ ଆରମ୍ଭ କରିବା ପୂର୍ବରୁ ପୋଲିସ୍ ନିୟୋଜିତ କରାଯାଇଥିଲା ଏବଂ ସବୁ ରାସ୍ତା ବନ୍ଦ କରାଯାଇଥିଲା।