ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ବଡ଼ ଝଟକା - ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ପାକିସ୍ତାନ ସୁପ୍ରିମକୋର୍ଟ କଲେ ଖାରଜ

Published By : Prameya-News7 Bureau | November 26, 2019 IST

ଇସଲାମାବାଦ ୨୬।୧୧ -   ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ବଡ଼ ଝଟକା ଲାଗିଛି। ସେନାମୁଖ୍ୟ ଜେନେରାଲ କମର୍ ଜାଭେଦ୍ ବାଜୱାଙ୍କ କାର୍ଯ୍ୟକାଳକୁ ୩ ବର୍ଷ ବୃଦ୍ଧି କରିବାକୁ ଇମ୍ରାନ ନେଇଥିବା ନିଷ୍ପତ୍ତିକୁ ପାକିସ୍ତାନ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବାଜୱା ଆସନ୍ତା ୨୯ ତାରିଖରେ ସେନାମୁଖ୍ୟ ପଦରୁ ଅବସର ଗ୍ରହଣ କରିବା ନିଶ୍ଚିତ ହୋଇଯାଇଛି ।

ଦେଶର ଆଞ୍ଚଳିକ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଦର୍ଶାଇ ସେନାମୁଖ୍ୟଙ୍କ କାର୍ଯ୍ୟକାଳକୁ ଆଉ ୩ ବର୍ଷ ବଢ଼ାଇବାକୁ ଗତ ଅଗଷ୍ଟ ୧୯ ତାରିଖରେ ଏକ ବିଜ୍ଞପ୍ତି ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାଁ ପ୍ରକାଶ କରିଥିଲେ ।  ପ୍ରଧାନମନ୍ତ୍ରୀଙ୍କ ଏ ନିଷ୍ପତ୍ତିକୁ ବିରୋଧ କରି ରାଇଜ୍ ରାହୀ ନାମକ ଜଣେ ବ୍ୟକ୍ତି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଅସିଫ୍ ସୟିଫ୍ ଖୋସା, ସେନାମୁଖ୍ୟଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବାର କ୍ଷମତା ରାଷ୍ଟ୍ରପତିଙ୍କ ବ୍ୟତୀତ ଅନ୍ୟ କାହାର ନାହିଁ ବୋଲି କହି ପ୍ରଧାନମନ୍ତ୍ରୀଙ୍କ ବିଜ୍ଞପ୍ତିକୁ ଖାରଜ କରି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.