ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା: କମିବ ତାପମାତ୍ରା
  • ||
  • ରାହୁଲ ଅଯୋଗ୍ୟ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା; କହିଲେ, ଭୀରୁଙ୍କ ପାଖରେ ମଥାନତ କରିବା ଆମ ରକ୍ତରେ ନାହିଁ
  • ||
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||

ଗିରଫ ଭୟରେ ଇମ୍ରାନ ଫେରାର, ଘରୁ ଖାଲି ହାତରେ ଫେରିଲା ପୋଲିସ, ଜାଣନ୍ତୁ କହିଲା କ’ଣ?

5/03/2023 at 5:57 PM

ଲାହୋର ୫।୩: ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରକୁ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲୁ) ନେଇ ଯାଇଥିବା ପୋଲିସ ରବିବାର ଖାଲି ହାତରେ ଫେରିଛି। ପୋଲିସ ଅଧିକ୍ଷକ ଇମ୍ରାନଙ୍କ ଘରେ ପହଞ୍ଚିବା ବେଳକୁ ସେ ସେଠାରେ ନଥିଲେ। ଘରର ତଲାସୀ ନେବା ପରେ ପୋଲିସ ସେଠାରୁ ଫେରି ଆସିଛି। ଇସ୍ଲାମାବାଦ ଆଇଜି ରବିବାର ଇମ୍ରାନଙ୍କ ଗିରଫ ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ରବିବାର ତାଙ୍କୁ ଗିରଫ କରିବା ସମ୍ଭବ ନୁହେଁ ବୋଲି ପୋଲିସ କହିଛି। ଏହି ମାମଲାର ତାଜା ସ୍ଥିତି ସମ୍ପର୍କରେ କୋର୍ଟଙ୍କୁ ସୂଚିତ କରାଯିବ।

ସୂଚନା ମୁତାବକ ଇମ୍ରାନଙ୍କ ବିରୋଧରେ ଆଗାମୀ କାର୍ଯ୍ୟାନୁଷ୍ଠାନ କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ହେବ। ଇସ୍ଲାମାବାଦ ପୋଲିସ ନିକଟରେ ଇମ୍ରାନଙ୍କ ଗିରଫ ୱାରେଣ୍ଟ ଅଛି। ଯେତେବେଳେ ଏସପି ଓ ପୋଲିସ ଟିମ୍‌ ଇମ୍ରାନଙ୍କ ଘରେ ପହଞ୍ଚିଲେ ସେ ତାଙ୍କ କୋଠରୀରେ ନଥିଲେ। ତେବେ କୋର୍ଟ ଇମ୍ରାନଙ୍କୁ ମାର୍ଚ୍ଚ ୭ ତାରିଖ ସୁଦ୍ଧା କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ତାଙ୍କ ଗିରଫଦାରୀ ଲାଗି ପୋଲିସ ଇମ୍ରାନଙ୍କ ଲାହୋରସ୍ଥିର ବାସଭବନରେ ପହଞ୍ଚିବା ବେଳେ ସମର୍ଥକ ଓ ପୋଲିସ ମଧ୍ୟ ଧସ୍ତାଧସ୍ତି ହୋଇଥିଲା। ଇମ୍ରାନ ଫେରାର ହୋଇଯାଇଥିଲେ ବି ତାଙ୍କ ଘର ଆଗରେ ସମର୍ଥକ ଠୁଳ ହୋଇଥିବା ଦେଖାଯାଉଛନ୍ତି।

ତେବେ ଇମ୍ରାନଙ୍କ ପାର୍ଟି ଉପାଧ୍ୟକ୍ଷ ଫବାଦ ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି ଯେ ଇମ୍ରାନଙ୍କୁ ହାଜର କରାଯିବା ଲାଗି ନିର୍ଦ୍ଦେଶ ଥିଲା, ହେଲେ ପୋଲିସ ତାଙ୍କୁ ଗିରଫ କରିବାକୁ ପହଞ୍ଚିଯାଇଛି। ପୋଲିସର ଏହି ଉଦ୍ୟମକୁ ସେ ଅବୈଧ ବୋଲି କହିଛନ୍ତି। ତୋଷଖାନା ମାମଲାରେ କୋର୍ଟ ଇମ୍ରାନଙ୍କୁ ହାଜର ହେବା ପାଇଁ ୱାରେଣ୍ଟ ଜାରି କରିଛନ୍ତି। ତେବେ ଇମ୍ରାନ କୋର୍ଟ ହାଜିରରୁ ଦୂରେଇ ରହୁଛନ୍ତି। ଏହି କାରଣରୁ କୋର୍ଟ ଅସନ୍ତୁଷ୍ଟ ହୋଇ ଇମ୍ରାନଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛନ୍ତି।

   Related Posts