ଇମ୍ରାନ ଖାନ୍‌ଙ୍କୁ ଆଉ ଏକ ମଉକା ମିଳିବା ଦରକାର : ମେହବୁବା ମୁଫତି

Published By : Prameya-News7 Bureau | February 20, 2019 IST

କାଶ୍ମୀର ୨୦|୨: ଜମ୍ମୁକାଶ୍ମୀର ପୁଲଓ୍ବାମାରେ ଆତଙ୍କୀଙ୍କ ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ସହିଦ ହେବା ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଯାହାକୁ ନେଇ ସାରା ଦେଶବାସୀଙ୍କ ମନରେ ଆକ୍ରୋଶ ଦେଖାଦେଇଛି । ଯଥାଶୀଘ୍ର ଆତଙ୍କବାଦୀଙ୍କ ବିରୋଧରେ ଦେଶ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ପ୍ରତ୍ୟେକ ଭାରତୀୟ ଦାବି କରୁଛନ୍ତି ।

ପୁଲଓ୍ବାମାରେ ହୋଇଥିବା ଆକ୍ରମଣ ପାଇଁ ପାକିସ୍ତାନକୁ ଭାରତ ଦାୟୀ କରିବା ପରେ ସଫେଇ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ସେ କହିଛନ୍ତି ବିନା କୌଣସି ପ୍ରମାଣରେ ପାକିସ୍ତାନକୁ ଦାୟୀ କରିବା ଉଚିତ୍ ନୁହେଁ । ଭାରତ ପାଖରେ ଯଦି ପାକ୍ ବିରୋଧରେ କୌଣସି ପ୍ରମାଣ ଥାଏ, ତେବେ ସରକାର ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ତେବେ ଇମ୍ରାନଙ୍କ ବୟାନ ନେଇ ନିଜ ମତ ରକିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି । ମୁଫତି କହିଛନ୍ତି ସେ ଇମ୍ରାନ ଖାନ୍ଙ୍କ ବୟାନରେ ସହମତ ନୁହଁନ୍ତି । ଇମ୍ରାନ ଖାନଙ୍କୁ ଆଉ ଏକ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ମୁଫତି । ସେ କହିଛନ୍ତି ପଠାନକୋଟ୍ ଆକ୍ରମଣ ପରେ ପାକିସ୍ତାନକୁ ପ୍ରମାଣ ଦିଆଯାଇଥିଲା ମାତ୍ର ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏବେ କଥାବାର୍ତ୍ତା କରିବାର ସମୟ ଆସିଯାଇଛି ବୋଲି ମୁଫତି କହିଛନ୍ତି । ସେ କହିଛନ୍ତି ଇମ୍ରାନ ଖାନ୍ ନିକଟରେ ପ୍ରଧାନମନ୍ତ୍ରୀ ପଦରେ ନିର୍ବାଚିତ ହୋଇଛନ୍ତି ତେଣୁ ତାଙ୍କୁ ଗୋଟିଏ ମଉକା ଦେବା ଉଚିତ୍ । ପୁଲଓ୍ବାମା ଆତଙ୍କୀ ଆକ୍ରମଣ ଘଟଣା ପରେ ବିଭିନ୍ନ ମହଲରୁ ମିଳୁଥିବା ପ୍ରତିକ୍ରିୟା ଉପରେ ମଧ୍ୟ ସେ କହିଛନ୍ତି ନିର୍ବାଚନୀ ବୟାନବାଜି ହେଉଛି ।

wp:core-embed/twitter {"url":"https://twitter.com/MehboobaMufti/status/1097806341584928768","type":"rich","providerNameSlug":"twitter","className":""}
https://twitter.com/MehboobaMufti/status/1097806341584928768
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.