ଗୁଗୁଲରେ ସର୍ଚ୍ଚରେ ପାକିସ୍ତାନୀ ପତାକାକୁ ଦେଖାଉଛି ବେଷ୍ଟ ଟଏଲେଟ ପେପର, ଭିକାରୀ ସର୍ଚ୍ଚ କଲେ ଦେଖାଉଛି ଇମରାନ୍‌ ଖାନ

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ .-   ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଫଟୋ ଆସୁଥିବା ବେଳେ ବେଷ୍ଟ ଟଏଲେଟ ପେପର ସର୍ଚ୍ଚ କଲେ ପାକିସ୍ତାନ ପତାକାର ଫଟୋ ଆସୁଛି ।

ବେଷ୍ଟ ଟଏଲେଟ ପେପର ସର୍ଚଚ୍ କଲେ ପାକିସ୍ତାନର ଜାତୀୟ ପତାକା ଆସୁଥିଲା ।  ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏପରି ଫଟୋ ସର୍ଚ୍ଚ ଇଞ୍ଜିନରେ ଆସିବା କିଛି ନୂଆ କଥା ନୁହେଁ । ପୁଲଓ୍ୱାମା ଆକ୍ରମଣ ପରେ ବି ଭିକାରୀ ସର୍ଚ୍ଚ କଲେ ଇମରାନଙ୍କର ଫଟୋ ଆସୁଥିଲା  ସର୍ଚ୍ଚ ଇଞ୍ଜିନରେ  ଏହି ଫଟୋ ଆସୁଥିଲା । ଏହି ସମୟରେ ଲୋକମାନେ ପାକିସ୍ତାନକୁ ଟ୍ରୋଲ କରିଥିଲେ ।

{"id":145774}

ଏହି ଫଟୋ ସହ ଏପରି କିଛି ଶଦ୍ଦ ସମ୍ପୃକ୍ତ ଥିବାରୁ ଗୁଗୁଲରେ ସର୍ଚ୍ଚ ଇଞ୍ଜିନରେ ଏହାକୁ ପ୍ରଦର୍ଶୀତ କରୁଛି ବୋଲି ଗୁଗୁଲର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଫଟୋ ସହ ବିଶେଷ କରି ଏହି ଶଦ୍ଦ ବା ପଂକ୍ତି ଏକାଠି ଥିବାରୁ ସର୍ଚ୍ଚ ଇଞ୍ଜିନର ଏପରି ଦେଖାଉଛି ବୋଲି ଗୁଗୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

{"id":147601}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.