ଭାରତରେ CAA ବିରୋଧକୁ ଦେଖି ପାକିସ୍ତାନରେ ଇମ୍ରାନ ଛାନିଆ, ଜାଣନ୍ତୁ କାରଣ

Published By : Prameya-News7 Bureau | December 21, 2019 IST

ଇସ୍ଲାମାବାଦ :  ନିକଟରେ ଭାରତ ସରକାର ନାଗରିକ (ସଂଶୋଧିତ) ଆଇନ (ସିଏଏ) ଲାଗୁ କରିଛନ୍ତି। ଯାହାକୁ ସାରା ଦେଶରେ ଲୋକେ ବିରୋଧ କରୁଥିବା ବେଳେ ଉତ୍ତର ଭାରତରେ ଲୋକେ  ହିଂସାତ୍ମକ ପ୍ରଦର୍ଶନ ବି କରୁଛନ୍ତି। ତେବେ ଭାରତରେ ଲାଗିଥିବା ସିଏଏ ନିଆଁକୁ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ପୁରା ଛାନିଆ। ହୁଏତ ଦେଶବାସୀଙ୍କ ଧ୍ୟାନ ହଟାଇବା ଲାଗି ମୋଦି ଏହି ସମୟରେ ପାକିସ୍ତାନ ଉପରେ ଆକ୍ରମଣ ବି କରିପାରନ୍ତି ବୋଲି ଏବେ ଇମ୍ରାନ ଆଶଙ୍କା କରୁଛନ୍ତି।

wp:html /wp:html

ଭୟଭୀତ ଇମ୍ରାନ ଖାନ ଏବେ ଟ୍ୱିଟଟରରୁ ମୁହଁ  କାଢୁ ନାହାନ୍ତି । ଯାହା ପାରୁଛନ୍ତି ତା ପୋଷ୍ଟ କରିବାରେ ଲାଗିଛନ୍ତି। ଏପରିକି ମୋଦି ସରକାରଙ୍କୁ ଟ୍ୱିଟ୍‌ରେ ଫାଶୀବାଦ ସରକାର କହିବାକୁ ବି ଇମ୍ରାନ ପଛାଇ ନାହାନ୍ତି। ଇମ୍ରାନ ଏକ ଟ୍ୱିଟ୍‌ରେ ଯେଉଁମାନେ ବହୁଳବାଦୀ ଭାରତ ଚାହାଁନ୍ତି ସେମାନେ ଏବେ ସଂଶୋଧିତ ନାଗରିକ ଆଇନକୁ ରାସ୍ତାକୁ ଓହ୍ଲାଇ ବିରୋଧ କରୁଛନ୍ତି। ଯାହା ଏବେ ଦେଶରେ କ୍ରମଶଃ ଗଣ ଆନ୍ଦୋଳନରେ ପରିବର୍ତିତ ହେବାରେ ଲାଗିଛି।

wp:html /wp:html

ତେବେ ଭାରତରେ ଲୋକେ ଯେଉଁଭଳି ବିରୋଧ ପ୍ରଦର୍ଶନ କରୁଛନ୍ତି ସେଥିଲାଗି ପାକିସ୍ତାନରେ ମଧ୍ୟ ଆତଙ୍କ ଦେଖାଦେଲାଣି ବୋଲି ନିଜେ ଇମ୍ରାନ ସ୍ୱୀକାର କରିଛନ୍ତି। ଏଥିରେ ଭାରତର ସ୍ଥଳ ସେନାଧ୍ୟକ୍ଷଙ୍କ ବୟାନରେ ନିଜେ ଇମ୍ରାନ ଅଧିକ ଭୟଭୀତ ହୋଇପଡିଛନ୍ତି। ନିକଟରେ ବିପିନ ରାବତ ଛଦ୍ମ କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଥିଲେ। ଏଣୁ ସିଏଏ ବିରୋଧରୁ ଲୋକଙ୍କ ଧ୍ୟାନ ଭଟକାଇବା ଲାଗି ସରକାର ହୁଏତ ପାକିସ୍ତାନ ବିରୋଧରେ ସୌନ୍ୟ କାର୍ଯ୍ୟାନୁଷ୍ଠାନ କରିପାରନ୍ତି ବୋଲି ଏବେ ଅଧିକାଂଶ ପାକିସ୍ତାନୀ ଆଶଙ୍କା କରୁଥିବା ଇମ୍ରାନ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.