ପାକିସ୍ତାନରେ ବିରୋଧ ! ଇମରାନ୍‌ଙ୍କୁ ସମାଲୋଚନା

Published By : Prameya-News7 Bureau | August 27, 2019 IST

ନୂଆଦିଲ୍ଲୀ .- ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ବାରମ୍ବାର ଏହାକୁ ଅନ୍ତର୍ଜାତୀୟ ଫୋରମରେ ଉପସ୍ଥାପନ କରିବା ପାଇଁ ଉଦ୍ୟମ କରୁଛି । ମାତ୍ର ପାକିସ୍ତାନର ଏହି ଉଦ୍ୟମ ସଫଳ ହେଉ ନାହିଁ । ସୋମବାରରେ ନିଜ ଦେଶର ଲୋକଙ୍କୁ ଉଦ୍‌ବୋଧନ ଦେବା ଅବସରରେ କାଶ୍ମୀର ପାଇଁ ସେ କୌଣସି ସ୍ତରକୁ ଯାଇ ପାରିବେ ବୋଲି କହିଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍ କହିଥିଲେ , ଏଥିପାଇଁ ପରମାଣୁ ଯୁଦ୍ଧ ହୋଇପାରେ, ସାରା ବିଶ୍ୱର କ୍ଷତି ହେବ ବୋଲି ଧମକ ଦେବାକୁ ବି ଇମରାନ୍‌ ପଛାଇ ନଥିଲେ ।
ଏବେ ଇମରାନ୍ ଖାନ୍‌ଙ୍କ କାଶ୍ମୀର ନୀତି ଫେଲ୍‌ ମାରିଥିବା କଥା ପାକିସ୍ତାନ ବିରୋଧି ଦଳର ନେତା ସିଧାସଳଖ କହୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ବେନିଜିର୍‌ ଭୁଟ୍ଟୋଙ୍କ ପୁଅ ବିଲଓ୍ୱାଲ ଭୁଟୋ ଇମରାନ୍‌ଙ୍କ କାଶ୍ମୀର ନୀତି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା କଥା ପ୍ରକାଶ କରିଛନ୍ତି । ଆଗରୁ କାଶ୍ମୀରକୁ ନେବା କଥା କହୁଥିବା ବେଳେ ଏବେ ପାକିସ୍ତାନ ଅଧିକୃତ କାଶ୍ମୀରର ସହର ମୁଜାଫାରବାଦ ବଞ୍ଚାଇବା କଥା କହୁଛନ୍ତି ବୋଲି ବିଲଓ୍ୱାଲ କହିଛନ୍ତି ।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ବିଚଳିତ ହୋଇଯାଇଛି । ପାକିସ୍ତାନର ନାଗରିକମାନଙ୍କୁ ଏବେ ତାଙ୍କ ସରକାର ଭୁଆଇଁବା ପାଇଁ ଚେଷ୍ଟା କରୁଛି । କେବଳ ସେତିକି ନୁହେଁ ସୋମବାରରେ ନିଜର ଦେଶ ଲୋକଙ୍କୁ ସମ୍ବୋଧନ କରିବା ଅବସରରେ ସେ ମୋଦୀ ଏକ ଐତିହାସିକ ଭୁଲ୍ କରିଥିବା କଥା ସେ ପ୍ରକାଶ କରିଛନ୍ତି ।
ସମସ୍ତ ପ୍ରୟାସ ପରେ ବି ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ବିଫଳ ହୋଇଛି । ଏବେ ପାକିସ୍ତାନ ସରକାରଙ୍କୁ ନିଜ ଦେଶ ଭିତରେ ବିରୋଧର ସାମ୍ନା କରିବାକୁ ପଡୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.