ବିରୋଧୀ ଏକାଠି ହେଲେ ବିଜେପି ଜିତିବା ଅସମ୍ଭବ: ରାହୁଲ ଗାନ୍ଧୀ

Published By : Prameya-News7 Bureau | September 01, 2023 IST

ବିରୋଧୀ ଏକାଠି ହେଲେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଜିତିବା ଅସମ୍ଭବ। ମୁମ୍ବାଇରେ ଆୟୋଜିତ ବିରୋଧୀ ମିଳିତ ମଞ୍ଚରେ ଏକଥା କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କହିଛନ୍ତି- ଏହି ସଭାରେ ଥିବା ଦଳ ଦେଶର ୬୦ ପ୍ରତିଶତ ଲୋକଙ୍କ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି। ଆମେ ଏକାଠି ରହିଲେ ବିଜେପିର ହାରିବା ନିଶ୍ଚିତ। ବିଜେପିର ଜିତିବା ଅସମ୍ଭବ ହୋଇଯିବ।

ରାହୁଲ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ବିଜେପି ସରକାର ଭ୍ରଷ୍ଟାଚାର କରୁଛନ୍ତି। ଆଦାନୀ ଗ୍ରୁପ୍‌ ବିରୋଧ ସେ ନୂଆ ଅଭିଯୋଗ ଆଣିଛନ୍ତି। ଆମ ଭିତରେ ମତଭେଦ ଯେଉଁ ସବୁ ମତଭେତ ଅଛି କିନ୍ତୁ ସେସବୁକୁ ଦୂର କରାଯାଉଛି।

ଦୁଇ ଦିନିଆ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାହୁଲ। କମିଟିରେ ୧୪ ଜଣ ସଦସ୍ୟ ରହିଛନ୍ତି। ସିଟ୍‌ ସେୟାରିଂକୁ ନେଇ ସେମାନେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ। ଏହି ଅବସରରେ ରାହୁଲ ଅନ୍ୟ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।  

ସେହିପରି ସଭାରେ ଯୋଗଦେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ମୋଦି ମିଛ କହି ନିର୍ବାଚନ ଜିତିଛନ୍ତି। ନିର୍ବାଚନ ପୂର୍ବରୁ ନେତାଙ୍କ ସ୍ୱିସ୍‌ ବ୍ୟାଙ୍କରେ ଟଙ୍କା ଜମା ହୋଇଥିବା କହିଥିଲେ। ସେସବୁ ଆଣି ୧୫ ଲକ୍ଷ ଲୋକଙ୍କ ଖାତାରେ ଡିପୋଜିଟ୍‌ କରାଯିବ ବୋଲି କହିଥିଲେ। ଏମିତିକି ବ୍ୟାଙ୍କ ଖାତା ବି ଖୋଲାଗଲା କିନ୍ତୁ କିଛି ମିଳିଲାନି। ଦେଶରେ ସଂଖ୍ୟାଲଘୁ ସୁରକ୍ଷିତ ନାହାନ୍ତି। ମୋଦିଙ୍କ ବିରୋଧରେ ଲଢିବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ।‘

ଅଧିକ ପଢନ୍ତୁ- ବିରୋଧୀ ମଞ୍ଚ ‘ଇଣ୍ଡିଆ’ ବୈଠକରେ କପିଲ ଶିବଲଙ୍କ ହଠାତ୍ ଆବିର୍ଭାବକୁ ହଜମ କରିପାରିଲେନି କଂଗ୍ରେସ ନେତା, ହେଲେ ରାହୁଲ କହିଲେ…

ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ଯେ ‘ଇଣ୍ଡିଆ ମେଣ୍ଟ କିଛି ନେତାଙ୍କର ନୁହେଁ ବରଂ ଦେଶର କୋଟିକୋଟି ଲୋକଙ୍କର। ଆମେ ସମସ୍ତେ ଏକାଠି ଅଛୁ, ଇଣ୍ଡିଆ ମେଣ୍ଟ ବିଜେପି ପତନର କାରଣ ସାଜିବ।‘

ଏହି ସମନ୍ୱୟ କମିଟିରେ କଂଗ୍ରେସର କେସି ଭେଣୁଗୋପାଲ, ଏନସିପିରୁ ଶରଦ ପାୱାର, ଡିଏମକେରୁ ଟିଆର ବାଲୁ, ଶିବସେନା(ୟୁବିଟି)ରୁ ସଞ୍ଜୟ ରାଉତ, ଆରଜେଡିରୁ ତେଜସ୍ୱୀ ଯାଦବ, ଟିଏମସି ଅଭିଷେକ ବାନାର୍ଜୀ, ଆପ୍‌ରୁ ରାଘବ ଚଡ୍ଡା, ସମାଜାବାଦୀ ପାର୍ଟିରୁ ଜାବେଦ ଅଲ୍ଲୀ ଖାନ, ଜେଡିୟୁରୁ ଲଲନ ସିଂହ, ଜେଏମଏମରୁ ହେମନ୍ତ ସୋରେନ, ସିପିଆଇରୁ ଡି ରାଜା, ନ୍ୟାସ୍‌ନାଲ କନଫେରନ୍ସରୁ ଓମର ଅବଦୁଲ୍ଲା ଏବଂ ପିଡିପିରୁ ମେହବୁବା ମୁଫତି ରହିଛନ୍ତି। ତେବେ କମିଟିରେ ସାମିଲ ଥିବା ସିପିଆଇଏମ୍ ନେତାଙ୍କ ନାମ ପ୍ରକାଶ କରାଯାଇ ନାହିଁ।

ଇଣ୍ଡିଆ ମେଣ୍ଟ ନେତାଙ୍କ ଏହା ତୃତୀୟ ସଭା ଥିଲା। ପ୍ରଥମ ମିଟିଂ ପୁନେରେ ହୋଇଥିବା ବେଳେ ଦ୍ୱୀତିୟଟି ବେଙ୍ଗାଲୁରୁରେ ମିଟିଂରେ ମେଣ୍ଟ ନାଁ ‘ଇଣ୍ଡିଆ’ ଘୋଷଣା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.