Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ବଜେଟ୍ ୨୦୨୩ରେ ଶିକ୍ଷା, ରୋଜଗାର ଏବଂ ଦକ୍ଷତା ବିକାଶ ପାଇଁ ବଡ଼ ଘୋଷଣା, ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ

1/02/2023 at 5:10 PM

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବିଜେଟ୍ ଉପସ୍ଥାପନ କରିଛନ୍ତି । ନିଜର ବଜେଟ୍ ଭାଷଣାରେ ଅର୍ଥମନ୍ତ୍ରୀ ଶିକ୍ଷା, ରୋଜଗାର ଏବଂ ଦକ୍ଷତା ବିକାଶ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ୭୪୦ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ଆସନ୍ତା ତିନି ବର୍ଷରେ ୩୮,୦୦୦ ଶିକ୍ଷକ ଏବଂ ସହାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ସ୍କୁଲ ଗୁଡିକ ଜରିଆରେ ୩.୫ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଉଛି । ଏହାଛଡା ଶିଶୁ ଏବଂ କିଶୋରଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀର ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି ।

ବଜେଟର ଘୋଷଣା

  • ସରକାରଙ୍କ ଦ୍ୱାରା ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୧୫୭ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି ଏହାସହ 175 ନୂଆ ନର୍ସିଂ କଲେଜ ପ୍ରତିଷ୍ଠା କରାଯିବ ।
  • ମେଡିକାଲ ଶିକ୍ଷାରେ ମଲ୍ଟି-ଡିସିପ୍ଲିନରୀ ଅଧ୍ୟୟନ ପାଇଁ ଉପକରଣର ବ୍ୟବସ୍ଥା କରାଯିବ ।
  • ଶିକ୍ଷକ ପ୍ରଶିକ୍ଷଣ ପାଇଁ ଆସନ୍ତା ବର୍ଷ ସୁଦ୍ଧା ଆଧୁନିକ ଶିକ୍ଷକ ଟ୍ରେନିଂ ସେଣ୍ଟର ଖୋଲାଯିବ ।
  • ଦେଶର ଶୀର୍ଷ ଶିକ୍ଷାନୁଷ୍ଠାନରେ ତିନିଟି ଏକ୍ସିଲେନ୍ସି ଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସେଣ୍ଟର ଖୋଲାଯିବ ।
  • ଦେଶର ୭୪୦ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ୩୮ ହଜାର ଶିକ୍ଷକ ଏବଂ ସହାୟକଙ୍କୁ ନିଯୁକ୍ତି ଦିଆଯିବ ।
  • ଶିଶୁ ଏବଂ କିଶୋରଙ୍କ ପାଇଁ ନ୍ୟାୟନାଲ ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା କରାଯିବ ।
  • ଆସନ୍ତା ତିନି ବର୍ଷରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦ର ଆରମ୍ଭ କରାଯିବ ।
  • ୟୁନିଫାଇଡ୍ ଡିଜିଟାଲ ଇଣ୍ଡିଆ ପ୍ଲାଟଫର୍ମର ପ୍ରତିଷ୍ଠା ସହ ଦକ୍ଷତା ବିକାଶକୁ ଗତି ମିଳିବ ।
  • ନ୍ୟାସନାଲ ଆପ୍ରେଣ୍ଟିସଶିପ ଟ୍ରେନିଂ ଯୋଜନା ଆରମ୍ଭ କରାଯିବ ।
  • ଆର୍ଥିକ ବର୍ଷ ୨୦୨୩-୨୪ରେ ସରକାର ଆଦିବାସୀଙ୍କ ପାଇଁ ବିଶେଷ ସ୍କୁଲ ପାଇଁ ୧୫ ହଜାର କୋଟି ଟଙ୍କାର ପ୍ରାବଧାନ ରହିଛି ।
  • ସିଭିଲ ସେବକ ଏବଂ ସରକାରୀ କର୍ମଚାରୀଙ୍କ ମଧ୍ୟରେ କୌଶଳ ବିକାଶର ବଢାଇବା ପାଇଁ ଅନଲାଇନ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।

   Related Posts