ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

“ପ୍ରମେୟ” ପାଠକଙ୍କ ପାଇଁ ଜରୁରି ସୂଚନା

24/03/2020 at 4:59 PM

କରୋନା ଭାଇରସର ବିଭୀଷିକାରେ “ ପ୍ରମେୟ” ଆତଙ୍କିତ ନୁହେଁ, କିନ୍ତୁ ଚିନ୍ତିତ ।

ଚିନ୍ତିତ ଆମ ଷ୍ଟେକ୍‌ହୋଲଡର ବା ହିତଧାରକମାନଙ୍କ ପାଇଁ । ଆମର ପ୍ରମୁଖ ହିତଧାରକ ହେଉଛନ୍ତି

(୧) ଆମର ପ୍ରିୟ ପାଠକ/ ପାଠିକା ଓ ଶୁଭେଚ୍ଛୁଗଣ

(୨) ବିତରକ ବନ୍ଧୁମାନଙ୍କ ରାଜ୍ୟ ତମାମ ନେଟଓ୍ୱାର୍କ, ଏବଂ

(୩) ‘ପ୍ରମେୟ” ସହିତ ସମ୍ପୃକ୍ତ ସାମ୍ବାଦିକ ଏବଂ ବିଭିନ୍ନ ବିଭାଗର କର୍ମଚାରୀଗଣ |

ଏମାନଙ୍କର ଆଗ୍ରହ, ସହଯୋଗ ତଥା କର୍ତ୍ତବ୍ୟନିଷ୍ଠା ହେଉଛି ‘ ପ୍ରମେୟ ‘ର ପୁଞ୍ଜି |

ତେଣୁ, ସେମାନଙ୍କୁ କରୋନା ଭାଇରସର ଅଦୃଶ୍ୟ ବିପଦ ଭିତରକୁ ଛାଡି, ନିଜ ସ୍ବାର୍ଥ ଦେଖିବା ଆମେ ପସନ୍ଦ କରୁନାହୁଁ । ଯଦିଚ ଆମେ ଜାଣୁ ଯେ ମୁଦ୍ରିତ ଖବରକାଗଜ କରୋନା ବା କୌଣସି ପ୍ରକାର ଭାଇରସର ବାହକ ନୁହେଁ ବୋଲି ସାରା ବିଶ୍ଵ ମାନିଲାଣି, ତଥାପି ଆମ ହିତ ଧାରକମାନଙ୍କ ମନରେ କୌଣସି ପ୍ରକାର ଭୟ ସୃଷ୍ଟି କରିବାକୁ ଆମେ ଚାହୁଁ ନା।

ଏହି କାରଣରୁ “ପ୍ରମେୟ” ପରିଚାଳନା କର୍ତ୍ତୃପକ୍ଷ ମାର୍ଚ୍ଚ ୨୫, ୨୦୨୦, ବୁଧବାରଠାରୁ ‘ ପ୍ରମେୟ ‘ର ମୁଦ୍ରଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ମାସ ୧ ତାରିଖ ଦିନ ପୁଣି ଆମ ପାଠକଙ୍କ ନିକଟରେ ମୁଦ୍ରିତ ପ୍ରମେୟ ପହଞ୍ଚିବ । ସେପର୍ଯ୍ୟନ୍ତ ଖବରକାଗଜକୁ ଇ –ପେପର (www.prameya.com  , www.epaper.prameyanews.com , www.prameyanews7.com ) ଭାବେ ଅଗଣିତ ପାଠକଙ୍କ ପାଖରେ ପହଞ୍ଚାଇ ଚାଲିବୁ ।

ଗୋପାଳକୃଷ୍ଣ ମହାପାତ୍ର ,

ସମ୍ପାଦକ

   Related Posts