scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦିଲ୍ଲୀରେ ଏନଡିଏର ଗୁରୁତ୍ଵପୂର୍ଣ୍ଣ ବୈଠକ, ପିଏମ ମୋଦୀ ଉପସ୍ଥିତ, ୨୦୨୪କୁ ନେଇ ରଣନୀତି ଉପରେ ଚାଲିଛି ଚର୍ଚ୍ଚା

18/07/2023 at 6:57 PM

ନୂଆଦିଲ୍ଲୀ: ଗୋଟିଏ ପଟେ ବେଙ୍ଗାଲୁରୁରେ ଆଜି ବିରୋଧୀଙ୍କ ମହାମେଳି ହୋଇଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ଏକ ପଞ୍ଚତାରକା ହୋଟେଲ୍‌ ଦ ଅଶୋକାରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକ ଆରମ୍ଭ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ୩୮ ଦଳର ନେତା ଏଥିରେ ସାମିଲ୍ ହେଉଛନ୍ତି ବୋଲି କୁହାଯାଇଛି।

ଅଧିକ ପଢନ୍ତୁ- ମୁମ୍ୱାଇରେ ହେବ ବିରୋଧୀଙ୍କ ପରବର୍ତ୍ତୀ ବୈଠକ, ମେଣ୍ଟର ନୂଆ ନାଁ I.N.D.I.A, ନାମକରଣକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରତିକ୍ରିୟା !

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ହିନ୍ଦୁସ୍ତାନୀ ଆଓ୍ଵାମ ମୋର୍ଚ୍ଚାର ଜୀତର ରାମ ମାଂଝୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଏଆଇଏଡିଏମକର ଇ ପଲାନୀସ୍ଵାମୀ ସହିତ ଅନେକ ନେତା ମୋଦୀଙ୍କ ସ୍ଵାଗତ କରିଛନ୍ତି। ଏହି ବୈଠକ ଏମିତି ସମୟରେ ହେଉଛି ଯେଉଁଠି ବିରୋଧୀଙ୍କ ମହାମେଳି ବେଙ୍ଗାଲୁରୁରେ ହୋଇଛି। ବହୁ ବିଚାର ବିମର୍ଶ ପରେ ବିରୋଧୀ ଦଳଗୁଡ଼ିକ ନିଜ ମେଣ୍ଟର ନାମ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଏନକ୍ଲ୍ୟୁସିଭ ଅଲାୟନ୍ସ(ଇଣ୍ଡିଆ) ରଖିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ବୈଠକରେ ୨୬ ବିରୋଧୀ ଦଳ ଯୋଗ ଦେଇଛନ୍ତି।

୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀଙ୍କ ମେଣ୍ଟ ‘INDIA’ର ମୁକାବିଲା ପାଇଁ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ପାଇଁ ଏନଡିଏର ନେତାମାନଙ୍କ ବୈଠକ ଆରମ୍ଭ ହୋଇ ଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି ଯେ, ବହୁତ ଖୁସିର କଥା ଯେ, ଆମର ଏନଡିଏ ମେଣ୍ଟର ସାଥୀମାନଙ୍କ ସହିତ ଆଜି ଦିଲ୍ଲୀରେ ବୈଠକ ବସୁଛି।

   Related Posts