ନୂଆଦିଲ୍ଲୀ୨୩|୮: ଆଜିକାଲି ଅଧିକାଂଶ ଲୋକ ନେଟ୍ ବ୍ୟାକିଂ ମାଧ୍ୟମରେ ସବୁ ଆର୍ଥିକ କାରବାର କରନ୍ତି। ସମସ୍ତ ପେମେଣ୍ଟ ପ୍ରୋସେସ୍ ନେଟ ବ୍ୟାକିଂ ଦ୍ବାରା କରାଯାଉଛି। ତେବେ ନେଟ୍ ବ୍ୟାକିଂକୁ ଆହୁରି ସରଳ ଓ ସୁବିଧା କରିବା ପାଇଁ ଆରବିଆଇ ତରଫରୁ ଲଗାତାର ପରିବର୍ତ୍ତନ କରାଯାଉଛି। ଗତ କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଏନ୍ଇଏଫ୍ଟି ଓ ଆରଟିଜିଏସ୍ ପେମେଣ୍ଟ ଟ୍ରାନ୍ସଫର ନେଇ ବଡ ଘୋଷଣା କରିଥିଲା। ଏହି ଟ୍ରାନ୍ସଫରରେ କୌଣସି ଚାର୍ଜ ଲାଗିବ ନାହିଁ ବୋଲି ଘୋଷଣା କରାଯାଇଥିଲା।
ଏହା ପରେ ଡିସେମ୍ବର ମାସରୁ ଏନ୍ଇଏଫଟିକୁ ୨୪ ଘଣ୍ଟିଆ କରିବା ବିଷୟରେ ମଧ୍ୟ ପଦକ୍ଷେପ ନିଆଯାଇଥିଲା ।ଏବେ ନେଟ ବ୍ୟାକିଂ ପ୍ରକ୍ରିୟାରେ ଏକ ବଡ ପରିବର୍ତ୍ତନ କରାଯିବ ଯାହା ଗ୍ରାହକଙ୍କ ପାଇଁ ସୁବିଧା ହେବ। ନୂଆ ନିୟମ ଅନୁସାରେ ଆରବିଆଇ ରିୟଲ ଟାଇମ୍ ଗ୍ରସ ସେଟେଲମେଣ୍ଟ (RTGS) ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ଆଣିଛି। ଏବେ ଆରଟିଜିଏସ୍ କରିବା ପାଇଁ ଗ୍ରାହକଙ୍କୁ ପୂର୍ବଠୁ ଅଧିକ ସମୟମିଳିବ।
ଆରବିଆଇ ଆରଟିଜିଏସ୍ ସିଷ୍ଟମର ସମୟ ବଢାଇଛି। ଏବେ ସକାଳ ୭ଟାରୁ ଆରଟିଜିଏସ୍ ଆରମ୍ଭ ହେବ। ଏହି ନୂଆ ସର୍ଭିସ ଚଳିତ ମାସ ୨୬ ତାରିଖରୁ ଲାଗୁ ହେବ। ଆରଟିଜିଏସ୍ କେବଳ ବଡ ଆମାଉଣ୍ଟ ଟ୍ରାନ୍ଜାକ୍ସନ ପାଇଁ ବ୍ୟବହାର କରାଯାଏ। ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବା ସହ ଏହି ସର୍ବିସ ମଧ୍ୟ ବନ୍ଦ ରହିବ।
ଆରଟିଜିଏସ୍ ଦ୍ବାରା ପାଖାପାଖି ୨ ଲକ୍ଷ ଟଙ୍କା ବା ଅଧିକ ଆମାଉଣ୍ଟ ଟ୍ରାନ୍ସଫର କରାଯାଏ। ଏଥିରେ କୌଣସି ଲିମିଟ୍ ନଥାଏ। ଆରବିଆଇ ଏହାର କୌଣସି ଲିମିଟ ରଖି ନାହିଁ। ଆରଟିଜିଏସ୍ ଟ୍ରାନ୍ସଫରର ଟାଇମିଂ ଦେଢ ଘଣ୍ଟା ବଢାଯାଇଛି। ଗ୍ରାହକଙ୍କ ପାଇଁ ଆରଟିଜିଏସ୍ର ସୁବିଧା ସନ୍ଧ୍ୟା ୬ଟା ଯାଏଁ ମିଳୁଥିଲା। ଇଣ୍ଟର ବ୍ୟାଙ୍କ ଟ୍ରାନ୍ଜାକ୍ସନର ଟାଇମିଂ ସକାଳ ୮ଟାରୁ ସନ୍ଧ୍ୟା ୭:୪୫ ଯାଏଁ ରହୁଥିଲା। ହେଲେ ଏବେ ନୂଆ ନିୟମ ପରେ ସକାଳ ୭ଟାରୁ ଗ୍ରାହକଙ୍କ ପାଇଁ ଆରଟିଜିଏସ୍ର ସୁବିଧା ସନ୍ଧ୍ୟା ୬ଟା ଯାଏଁ ମିଳିବ। ଏହା ବ୍ୟତୀତ ଇଣ୍ଟରବ୍ୟାଙ୍କ ଟ୍ରାନ୍ଜାକ୍ସନର ଟାଇମିଂ ସକାଳ ୭ଟାରୁ ସନ୍ଧ୍ୟା ୭:୪୫ ଯାଏଁ ରହିବ।
ଡିଜିଟାଲ ଟ୍ରାନ୍ଜାକ୍ସନ ପ୍ରମୋଟ୍ କରିବା ପାଇଁ ଚଳିତ ମାସ ଆରମ୍ଭରୁ ଆରବିଆଇ ୨୪ ଗଣ୍ଟା ଫଣ୍ଡ ଟ୍ରାନ୍ସଫରର ସୁବିଧା ଆରମ୍ଭ କରିବ ବୋଲି ଘୋଷଣା କରିଥିଲା। ୨୦୧୯ ମସିହା ଡିସେମ୍ବର ମାସ ଏନ୍ଇଏଫଟି ଦ୍ବାରା ୨୪ ଘଣ୍ଟା ଟଙ୍କା ଟ୍ରାନ୍ସଫର କରିବାର ସୁବିଧା ମିଳିବ।
wp:heading {"level":1}