oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଆରମ୍ଭ ପୂର୍ବରୁ GCAର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ମୋଟେରାରେ କଡାକଡି ହେଲା ନିୟମ

12/03/2021 at 5:52 PM

ଅହମ୍ମଦାବାଦ ୧୨/୦୩ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍‌ ଆରମ୍ଭ ହେବାକୁ ଯାଉଛି । ଆଜି ସନ୍ଧ୍ୟା ୭ ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଟି-ଟ୍ବେଣ୍ଟି ଧମାକା । କିନ୍ତୁ ଏହାର ଠିକ୍‌ ପୂର୍ବରୁ ମ୍ୟାଚକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଗୁଜରାଟ କ୍ରିକେଟ୍‌ ସଂଘ । ଜିସିଏ ନିଷ୍ପତ୍ତି ନେଇଛି ଯେ, ମୋଟେରା ଷ୍ଟାଡିୟମରେ ଟି-ଟ୍ବେଣ୍ଟି ମ୍ୟାଚ୍‌ ବେଳେ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ଅନୁମତି ମିଳିବ ।

ଗୁଜରାଟ କ୍ରିକେଟ୍‌ ଆସୋସିଏସନ୍‌ର ଉପାଧ୍ୟକ୍ଷ ଧନରାଜ ନାୟଓ୍ବାନୀ କହିଛନ୍ତି, ‘କରୋନା ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ସମସ୍ତ ଟି-୨୦ ମ୍ୟାଚ୍‌ ପାଇଁ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ଦିଆଯିବ’ ।

ଏହା ସହିତ ଧନରାଜ ନାୟଓ୍ବାନୀ କହିଛନ୍ତି, କୋଭିଡ୍‌-୧୯ ସହିତ ଜଡିତ ସମସ୍ତ ଦିର୍ଦେଶନାମାକୁ ପାଳନ କରାଯାଉଛି । ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରା ଷ୍ଟାଡିୟମକୁ ସାନିଟାଇଜ କରାଯାଇଛି । ଏହା ପୂର୍ବରୁ ଚେନ୍ନାଇରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇଥିଲା ।

ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ୫ ଟି-୨୦ ମ୍ୟାଚ୍‌ ଏବଂ ୩ ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ । ଏହା ପୂର୍ବରୁ ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡକୁ ୩-୧ରେ ଧରାଶୟୀ କରି ସିରିଜ ହାତେଇଥିଲା ଭାରତ ।

   Related Posts