ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପୂଜା ଓ ଆଳତୀ ବେଳେ କାହିଁକି ବଜାଯାଏ ଘଣ୍ଟି: ଧାର୍ମିକ ମହତ୍ତ୍ୱ ସହ ରହିଛି ବୈଜ୍ଞାନିକ କାରଣ

17/12/2021 at 5:34 PM

ଭୁବନେଶ୍ୱର ୧୭/୧୨ : ହିନ୍ଦୁ ରୀତିନୀତିରେ ପୂଜାପାଠ ସମୟରେ ଅନେକ ପ୍ରକାର ମନ୍ତ୍ର ଉଚ୍ଚାରଣ ଏବଂ ଘଣ୍ଟି ବଜାଯାଇଥାଏ। ପୂଜାପାଠରେ ଘଣ୍ଟି ବା ଘଣ୍ଟର ବ୍ୟବହାର ନିଶ୍ଚୟ ହୋଇଥାଏ। ହିନ୍ଦୁ ଧର୍ମରେ ପୂଜା ସମୟରେ ଘଣ୍ଟି ବଜାଇବା ଶୁଭ ବୋଲି କୁହାଯାଏ। ଏହି ପ୍ରଥା ବୈଦିକ କାଳରୁ ଚାଲି ଆସିଛି। ଘଣ୍ଟିକୁ ନେଇ ଅନେକ ଧାର୍ମିକ ବିଶ୍ୱାସ ରହିଛି। ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି।

ଘଣ୍ଟି ବଜାଇବା ବିନା ପୂଜା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ। ଘଣ୍ଟ ଧ୍ୱନିରେ ଉକ୍ତ ସ୍ଥାନ ଓ ବାତାବରଣ ପବିତ୍ର ହୋଇଥାଏ। ପୌରାଣିକ କଥା ଅନୁଯାୟୀ ଯେତେବେଳେ ଭଗବାନ ବ୍ରହ୍ମା ସୃଷ୍ଟି ରଚନା କରିଥିଲେ ସେତେବେଳେ ଯେଉଁ ନାଦ ଗୁଞ୍ଜରଣ ହୋଇଥିଲା, ଘଣ୍ଟ ବଜାଇଲେ ମଧ୍ୟ ସେହିଭଳି ନାଦ ସୃଷ୍ଟି ହୋଇଥାଏ। ସେହି ନାଦର ପ୍ରତୀକ ଭାବେ ପୂଜା ସମୟରେ ଘଣ୍ଟି ବଜାଯାଇଥାଏ। ଏକ ବିଶ୍ୱାସ ଅନୁଯାୟୀ, ଯେତେବେଳେ ପ୍ରଳୟ ଆସିବ ସେତେବେଳେ ମଧ୍ୟ ଏହିଭଳି ନାଦ ଗୁଞ୍ଜରଣ ହେବା।

ମନ୍ଦିରରେ ଘଣ୍ଟ ବା ଘଣ୍ଟିକୁ ଆଉ ଏକ ବିଶ୍ୱାସ ମଧ୍ୟ ରହିଛି। କୁହାଯାଏ ଯେ ଘଣ୍ଟି ବଜାଇବା ଦ୍ୱାରା ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ପ୍ରତିମାରେ ଚେତନା ଜାଗୃତ ହୋଇଥାଏ। ଘଣ୍ଟ ଧ୍ୱନି ଶୁଣି ବ୍ୟକ୍ତି ଶାନ୍ତି ଅନୁଭବ କରିଥାଏ। ମନ୍ଦିରରେ ଘଣ୍ଟ ଧ୍ୱନି ଶୁଣି ଭକ୍ତଙ୍କ ମନରେ ଭଗବାନଙ୍କ ଉପସ୍ଥିତି ଅନୁଭୂତ ହୋଇଥାଏ। ପୁରାଣ ଅନୁଯାୟୀ, ଘଣ୍ଟିରୁ ଯେଉଁ ଧ୍ୱନି ବାହାରେ ତାହା ଓଁ ଧ୍ୱନି ସହ ସମାନ।

ବୈଜ୍ଞାନିକ କାରଣ :

୧. ବୈଜ୍ଞାନିକଙ୍କ ଅନୁଯାୟୀ, ଘଣ୍ଟ ବା ଘଣ୍ଟି ବଜାଇବା ଦ୍ୱାରା ଯେଉଁ ଧ୍ୱନି ଉତ୍ପନ୍ନ ହୁଏ ସେଥିରୁ ବାତାବରଣରେ କମ୍ପନ ଉତ୍ପନ୍ନ ହୁଏ। ଏହି କମ୍ପନ ବହୁତ ଦୂର ଯାଏଁ ହୋଇଥାଏ ଯାହାଦ୍ୱାରା ଜୀବାଣୁ, ଭୁତାଣୁ ଓ ହାନିକାରକ ସୁକ୍ଷ୍ମ ଜୀବ ନଷ୍ଟ ହୋଇଯାଇଥାଏ ଏବଂ ବାତାବରଣ ଶୁଦ୍ଧ ହୋଇଥାଏ।

୨. ଘଣ୍ଟି କ୍ୟାଡ଼ମୟମ, ଜିଙ୍କ, ନିକେଲ, କ୍ରୋମିୟମ ଓ ମ୍ୟାଗନେସିୟମରେ ତିଆରି ହୋଇଥାଏ। ଏହାକୁ ବଜାଇବା ଦ୍ୱାରା ଏହାର ଧ୍ୱନି ଆମ ମସ୍ତିସ୍କର ବାମ ଓ ଡାହାଣ ଭାଗକୁ ସନ୍ତୁଳିତ କରିବାର କାମ କରିଥାଏ।  

୩. ଘଣ୍ଟି ଧ୍ୱନିରେ ମାନବ ଶରୀରର ସବୁ ହିଲିଙ୍ଗ ସେଣ୍ଟରକୁ ଆକ୍ଟିଭେଟ କରିବାର କ୍ଷମତା ଅଛି। ଏହାବ ଧ୍ୱନିରେ ଏକାଗ୍ରତା ବଢେ ଓ ମନ ଶାନ୍ତ ରହେ।

   Related Posts