ହରିଦ୍ୱାର ୨୩/୦୨ : ପଦ୍ମ ପୁରାଣରେ ମହର୍ଷି ଦତ୍ତତ୍ରେୟ କୁମ୍ଭ କଳ୍ପବାସର ସମ୍ପୂର୍ଣ୍ଣ ବ୍ୟବସ୍ଥା ସମ୍ପର୍କରେ ବର୍ଣନା କରିଛନ୍ତି। ସେ କହିଛନ୍ତି ଯେ କଳ୍ପବାସୀଙ୍କୁ ୨୧ ନିୟମ ପାଳନ କରିବାକୁ ପଡିଥାଏ। ଏହି ୨୧ ନିୟମ ହେଲା-ସତ୍ୟ ବଚନ, ଅହିଂସା, ଇନ୍ଦ୍ରିୟଙ୍କ ଶମନ, ସବୁ ପ୍ରାଣୀ ପ୍ରତି ଦୟଭାବ, ବ୍ରହ୍ମଚର୍ଯ୍ୟ ପାଳନ, ସବୁ ପ୍ରକାଶ ନିଶା ତ୍ୟାଗ, ସୂର୍ଯ୍ୟଦୟ ପୂର୍ବରୁ ଶଯ୍ୟା ତ୍ୟାଗ, ନିତ୍ୟ ୩ଥର ସ୍ନାନ, ତ୍ରୀକାଳସନ୍ଧ୍ୟା, ପିତୃଙ୍କ ପିଣ୍ଡଦାନ, ଯଥାଶକ୍ତି ଦାନ, ଅନ୍ତର୍ମୁଖୀ ଜପ, ସତ୍ସଙ୍ଗ, ସଂକଲ୍ପିତ କ୍ଷେତ୍ରରୁ ବାହାରକୁ ନ ଯିବା, ପରନିନ୍ଦା ତ୍ୟାଗ, ସାଧୁସନ୍ଥଙ୍କ ସେବା, ଜପ ଏବଂ ସଂକୀର୍ତ୍ତନ, ଦିନକୁ ଠାରେ ଭୋଜନ, ଭୂମି ଶୟନ, ଅଗ୍ନି ସେବନ ନ କରିବା। ଏଥିରୁ ବ୍ରହ୍ମଚର୍ଯ୍ୟ, ବ୍ରତ ଏବଂ ଉପବାସ, ଦେବପୂଜନ, ସତ୍ସଙ୍ଗ ଓ ଦାନର ବିଶେଷ ମହତ୍ତ୍ୱ ରହିଛି।
{"id":413607,"sizeSlug":"large","linkDestination":"none"}କ୍ଷୀରସାଗର ମନ୍ଥନ ପରେ ଅମୃତ କଳସ ବାହାରିବା ପରେ ଦେବ ଓ ଦାନବଙ୍କ ମଧ୍ୟରେ ଅମୃତ କଳସକୁ ନେଇ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧ ସମୟରେ ପୃଥିବୀପୃଷ୍ଠରେ ଯେଉଁ ୪ଟି ସ୍ଥାନରେ ଅମୃତ ବୁନ୍ଦା ପଡିଥିଲା ସେହି ୪ଟି ସ୍ଥାନରେ କୁମ୍ଭ ମେଳା ଆୟୋଜନ ହୋଇଥାଏ। ଏହି ୪ଟି ସ୍ଥାନ ହେଲା, ହରିଦ୍ୱାର, ପ୍ରୟାଗରାଜ, ନାସିକ ଏବଂ ଉଜ୍ଜେନ।
{"id":413610,"sizeSlug":"large","linkDestination":"none"}କୁମ୍ଭ ମେଳା ଆୟୋଜନ ତିଥି ନିର୍ଦ୍ଧାରଣ ରାଶି ଆଧାରରେ ହୋଇଥାଏ। କୁମ୍ଭ ମେଳା ତିଥି ଓ ସ୍ଥାନ ନିରୂପଣରେ ବୃହସ୍ପତି ଓ ସୂର୍ଯ୍ୟ ଗ୍ରହଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଦୁଇ ଗ୍ରହଙ୍କ ସ୍ଥିତିକୁ ନେଇ କେଉଁଠାରେ କୁମ୍ଭ ଆୟୋଜନ କରାଯିବ ଏବଂ କେବେ ଆରମ୍ଭ ହେବ ତାହା ଧାର୍ଯ୍ୟ କରାଯାଏ।
{"id":413608,"sizeSlug":"large","linkDestination":"none"}ବ୍ରହ୍ମଲୀନ ସ୍ୱାମୀ ସଦାନନ୍ଦ ପରମହଂସ କହିଛନ୍ତି, ମେଳା ପୂର୍ବରୁ କୁମ୍ଭର କଳ୍ପବାସର ଅଧିକ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ଏହି କଳ୍ପବାସରେ ଦେଶର ଉଚ୍ଚ କୋଟିର ସାଧକ ସିଦ୍ଧ ସାଧନା ପାଇଁ ଆସିଥାନ୍ତି। ଏହାର ସବୁଠାରୁ ବଡ କାରଣ ହେଲା ମନୁଷ୍ୟ ରୂପରେ ଦେବତାଙ୍କ ଉପସ୍ଥିତି। କଳ୍ପବାସରେ କେବେ ବି ଭାବିବା କଥା ନୁହେଁ ଯେ ସାମାନ୍ୟ ଦେଖାଯାଉଥିବା ସାଧକ ଜଣେ ସାଧାରଣ ସାଧକ। ଦେବତା ଛଦ୍ମ ଭେଷରେ ସାଧନା କରିବାକୁ ମଧ୍ୟ ଅସିଥାଇ ପାରନ୍ତି। ସ୍ୱାମୀ ସଦାନନ୍ଦ ନିଜେ ଆଧ୍ୟାତ୍ମିକ ସ୍ଥରରେ ପରମହଂସ ପାଦରେ ସୁଶୋଭିତ ଥିଲେ। ତଥାପି କଳ୍ପବାସରେ ତାଙ୍କର ସାଧନା କରିବାର ଲୋଭ ଦୂର ହୋଇପାରିନଥିଲା।