ଇମ୍ଫାଲ ବିମାନ ବନ୍ଦରରୁ ଉଡ଼ାଣ ବାତିଲ୍, ଉଡ଼ାଣ କ୍ଷେତ୍ରରେ ଡ୍ରୋନ୍‌ ଦେଖାଯିବା ପରେ ନିଷ୍ପତ୍ତି

Published By : Prameya-News7 Bureau | November 19, 2023 IST

ନୂଆଦିଲ୍ଲୀ: ଅସ୍ଥାୟୀ ଭାବରେ ଉଡ଼ାଣ ବନ୍ଦ କଲା ଇମ୍ଫାଲର ବୀର ଟିକନ୍ଦ୍ରଜିତ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦର। ବିମାନ ବନ୍ଦର ଉଡ଼ାଣ କ୍ଷେତ୍ରରେ ଡ୍ରୋନ୍‌ ଦେଖାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଘଟଣା ରବିବାର ଦିନ ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଘଟିଥିଲା। ତେବେ କିଛି ବିମାନ ଇମ୍ଫାଲ ବିମାନ ବନ୍ଦରକୁ ରଦ୍ଧ ହୋଇଥିବା ବେଳେ ଅନେକ ବିମାନକୁ ପୁନଃପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ମିଳିଛି।

ଏହି ଘଟଣା ଏଭଳି ସମୟରେ ଆସିଛି ଯେତେବେଳେ, ରାଜ୍ୟରେ ହିଂସା ଫଳରେ ଆଇନ୍‌ ଶୃଙ୍ଖଳତା ପରିସ୍ଥିତି ଲାଗି ରହିଛି । ନିକଟରେ ମଣିପୁର ସରକାର ରାଜ୍ୟରେ ପୁଣି ନଭେମ୍ବର ୨୩ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି, ପୂର୍ବୋତ୍ତର ରାଜ୍ୟ ମଣିପୁରରେ ମୈତେଇ ସମୁଦାୟଙ୍କ ଏସଟି ମାନ୍ୟତା ଦାବି କରି ହୋଇଥିବା ରାଲି ସମୟରେ ହିଂସା ଆରମ୍ଭ ହୋଇଥିଲା। ମେ ୩ରେ ମୈତେଇ ଏବଂ କୁକି ସମୁଦାୟ ମଧ୍ୟରେ ହୋଇଥିବା ଏହି ହିଂସାରେ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ମଣିପୁରରେ ଆସାମ ରାଇଫଲସ୍ ର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ, ଆଇଇଡି ବିସ୍ଫୋରଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.