ମୁହଁରେ କନା ଗୁଡାଇ ବାହାରୁଥିବା ଝିଅମାନେ ଭୋଗି ପାରନ୍ତି ଏହିସବୁ ସମସ୍ୟା
16/01/2019 at 4:54 PM

ସାଧାରଣତଃ ଆଜିକାଲି ଝିଅମାନେ ମୁହଁରେ ସ୍କାର୍ଫ ବାନ୍ଧି ବାହାରକୁ ଯିବାର ଦେଖାଯାଉଛି। ପ୍ରଦୁଷଣ ଏବଂ ସୂର୍ଯ୍ୟଙ୍କ କିରଣରୁ ରକ୍ଷା ପାଇବା ପାଇଁ ଝିଅମାନେ ଏଭଳି କରିଥାନ୍ତି। ସୂର୍ଯ୍ୟ କିରଣ ଚେହେରାର ଗୋରାପଣ କମାଏ ଓ ପ୍ରଦୁଷିତ ବାତାବରଣରେ ବୁଲିଲେ ମୁହଁରେ ବ୍ରଣ ହୁଏ।

ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଝିଅମାନେ ମୁହଁରେ ସ୍କାର୍ଫ ବାନ୍ଧନ୍ତି। ସନସ୍କ୍ରିନ ଲଗଇଲେ ମଧ୍ୟ ସୂର୍ଯ୍ୟଙ୍କ କିରଣରୁ ଚେହେରା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇନଥାଏ। ଝିଅଙ୍କ ଅନୁସାରେ ମୁହଁରେ ସ୍କାର୍ଫ ବାନ୍ଧିବା ବେଶି ଭଲ।
