ଦାଉ ସାଧୁଛି ଇମ୍ପା ଡଷ୍ଟ: ଫସଲ ନଷ୍ଟ ଚିନ୍ତାରେ ଚାଷୀ, ନା ଶୁଣୁଛନ୍ତି କାରଖାନା କର୍ତ୍ତୃପକ୍ଷ ନା ସରକାର
23/09/2020 at 11:21 PM

ରାୟଗଡା ୨୩।୦୯: ନିଜର ଉତ୍ପାଦନ କରି ଲାଭ ଉଠାଉଛି କାରଖାନା। ଆଉ କାରଖାନାର ନିର୍ଗତ ଡଷ୍ଟ ପାଇଁ ସାଧି ହେଉଛି ଚାଷୀ । ଇମ୍ପା କାରଖାନା ଏହିଭଳି ଭାବେ ଦାଉ ସାଧି ଚାଲିଛି । ପ୍ରତିବର୍ଷ ଚାଷୀଙ୍କ ପାଇଁ ଡଷ୍ଟ ବିରାଟ ସମସ୍ୟା ହୋଇଛି। ଶତାଧିକ ଏକର ଜମିରେ ଫସଲ ଉଜୁଡିବାରେ ଲାଗିଛି । ତେବେ ନା କାରଖାନା କର୍ତ୍ତୃପକ୍ଷ ନା ସରକାର କେହି ମଧ୍ୟ ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। ଆଉ ଚଳିତବର୍ଷ ଚାଷ ସମୟରେ ଏହାର ପୁନରାବୃତି ଘଟିଛି।
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ଡଷ୍ଟ ଚାଷଜମି ପାଇଁ କାଳ ସାଜିଛି । କେମିକାଲ ମିଶ୍ରିତ ଡଷ୍ଟ କାରଖାନା ଚିମିନିରୁ ବାହାରି ସିଧାସଳଖ ଚାଷ ଜମିରେ ପଡ଼ୁଛି । ଫଳରେ ଫସଲ ନଷ୍ଟ ହେବାରେ ଲାଗିଛି। କ୍ଷତି ସହୁଛି ଚାଷୀ । ପ୍ରତିବର୍ଷ ଚାଷ ନଷ୍ଟ ହେଉଛି ଏବଂ ଚଳିତ ବର୍ଷ ବାଦ ପଡ଼ନାହିଁ ବୋଲି ଚାଷୀ କହିଛନ୍ତି। ଏହିଭଳି ସ୍ଥିତି ଉପୁଜିଛି ଇମ୍ପା କାରଖାନା ନିକଟରେ ଥିବା ବୁରୁଜୁଗୁଡ଼। ଗ୍ରାମରେ । କାରଖାନା ଠାରୁ ଅତି ନିକଟରେ ବୁରୁଜୁଗୁଡ଼। ଗ୍ରାମର ଲୋକଙ୍କ ଚାଷଜମି ରହିଛି । ବର୍ଷ ବର୍ଷ ଧରି ଏହି ଗାଁର ଲୋକେ ଚାଷକମ କରି ନିଜର ଗୁଜୁରାଣ ମଂଟୋଉଛ ।
ହଲେ ଗତ କିଛି ବର୍ଷ ହେବ ଇମ୍ଫା କାରଖାନାରୁ ନିର୍ଗତ ଡଷ୍ଟ ସେମାନଙ୍କ ଜମିପାଇଁ କାଳ ସାଜିଥିବା ପ୍ରକାଶ। କାରଖାନାରୁ ଯେଉଁ ଧୁଆଁ ବାହାରୁଛି ସେଥିରେ ଡଷ୍ଟ ବାହାରି ଚାଷ ଜମିରେ ସିଧାସଳଖ ଆସି ପଡ଼ୁଛି । କଳା କଳା ରଙ୍ଗର ଡଷ୍ଟ ଗୁଡ଼କି ପଡ଼ିବା ଯୋଗୁଁ ଚାଷଜମି ପ୍ରଭାବିତ ହେଉଛି । ଜମିରେ ଯେତେ ପ୍ରକାର ସାର ଏବଂ ଖତ ପ୍ରୟୋଗ କଲେ ମଧ୍ୟ ଆଖିଦୃଶିଆ ଉତ୍ପାଦନ ହେଉନାହିଁ । ଦିନକୁ ଦିନି ଜମିର ଉତ୍ପାଦନ କମିବା ସହ ଜଳଧାରଣ କ୍ଷମତା ମଧ୍ୟ କମିବାରେ ଲାଗିଛି । ଏଥସହ ମାଟିର ଉର୍ବରତା କମି ପୂର୍ବରୁ ବିନା ସାରରେ ଯେତିକି ଫସଲ ଉତ୍ପାଦନ ହେଉଥିଲା ବର୍ତ୍ତମାନ ସାର ପ୍ରୟୋଗ କଲେ ମଧ୍ୟ ସେତିକି ଉତ୍ପାଦନ ହେଉନାହିଁ ।

ପ୍ରତିବର୍ଷ ଖର୍ଚ୍ଚ କରାଯାଇ ଏକର ଏକର ଜମିରେ ଚାଷ କରାଯାଉଛି । ଆଉ ଉତ୍ପାଦନ ସମୟରେ ଠିକଭାବେ ଫସଲ ଫଳୁନାହିଁ । ବର୍ତ୍ତମାନ ଜମିରେ ପାଣି ଥିବା ଯୋଗୁଁ ଡଷ୍ଟ ନଜରକୁ ଆସୁନଥିବା ବଳେ ପାଣି କମିଲେ ଅଙ୍ଗାର ଗୁଣ୍ଡଭଳି ଡଷ୍ଟ ପ୍ରସ୍ତର ଜମିରେ ନଜରକୁ ଆସିବ ବୋଲି ଚାଷୀମାନେ ପ୍ରକାଶ କରିଛି। ବୁରୁଜୁଗୁଡ଼। ଗ୍ରାମର ୩ ଜଣ ଚାଷୀଙ୍କୁ ଯଦି ମାପକାଠି ଭାବେ ନିଆଯାଏ ଇମ୍ଫାରୁ ନିର୍ଗତ ଡଷ୍ଟ କିଭଳି ସମସ୍ୟାର ପାହାଡ଼ ସୃଷ୍ଟି କରୁଛି ତାହା ସ୍ପଷ୍ଟ ହୋଇଯିବ ।
ଚାଷୀ କାମେଶ୍ଵର ହିକକା ପ୍ରତିବର୍ଷ ନିଜର ୨ ଏକର ଜମିରେ ଧାନଚାଷ କରୁଛନ୍ତି । ତାଙ୍କ ଜମିରୁ ସିଧାସଳଖ ଇମ୍ପା ଚିମିନି ଦୃଶ୍ୟମାନ ହେଉଛି । ଉକ୍ତ ଚିମିନିରୁ ଧୁଆଁ ମିଶ୍ରିତ ଡଷ୍ଟ ଉଡ଼ି ଜମିରେ ପଡ଼ୁଛି । ବର୍ତ୍ତମାନ ବର୍ଷା ହେଉଥିବାରୁ ଜମିରେ ପାଣି ରହିଛି । ଫଳରେ ଗଛ ଯେଉଁଭଳି ଭାବେ ବଢିବା କଥା ସେହିଭଳି ଭାବେ ହେଉନାହିଁ । କେବଳ ଉକ୍ତ ଡଷ୍ଟ ହିଁ ଚାଷପାଇଁ କାଳ ସାଜିଛି ବୋଲି କାମେଶ୍ଵର କହିଛଛନ୍ତି।

ସେହିଭଳି ବାମଧର ହିକିକା ୩ ଏକର ଜମିରେ ଧାନ ଏବଂ ଏକ ଏକର ଜମିରେ କାନ୍ଦୁଲ ଚାଷ କରିଛନ୍ତି। ତାଙ୍କର ମଧ୍ୟ ଜମିର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ରହିଛି । ତାଙ୍କ ଜମିପାଇଁ ବିଷ ସାଜିଛି ଇମ୍ଫାରୁ ନିର୍ଗତ ହେଉଥିବା ଡଷ୍ଟ । ଉକ୍ତ ଡଷ୍ଟ ଜମିରେ ପଡ଼ି ଉର୍ବରତା କମାଇବା ସହ ଉତ୍ପାଦନ କମୁଥିବା ବାମଧର କହିଛନ୍ତି। ଦାସୁ ହିକକା ନାମକ ଜଣେ ଚାଷୀ ୩ ଏକର ଜମିରେ ଧାନଚାଷ କରୁଛନ୍ତି । ଚାଷକୁ କଷ୍ଟ ଅଧତ୍କ ହେଉଥିବା ସେ ପ୍ରକାଶ କରିଛନ୍ତିଃ। କାରଣ ଯେତେ ଚାଷକଲେ ମଧ୍ୟ ଫସଲ ଉତ୍ପାଦନ ହେଉନାହିଁ । କି ପ୍ରକାର କେମିକାଲ ମିଶ୍ରିତ ଡଷ୍ଟ ଜମିରେ ପଡ଼ୁଛି ଯେ, ପ୍ରତିବର୍ଷ ଉତ୍ପାଦନ କମିବାରେ ଲାଗିଛି । ଯାହାକି ଆମର ଚିନ୍ତା ବଢ଼।ଉଛି ବୋଲି ଦାସୁ କହିଛନ୍ତି।
ଇମ୍ଫା କାରଖାନାର ଚତୁପାର୍ଶ୍ବରେ ଥିବା ଗାଁ ଗୁଡ଼କିର ଚାଷୀମାନେ ଧାନ, କପା, କାନ୍ଦୁଲ ଓ ମାଣ୍ଡିଆ ଚାଷ କରୁଛନ୍ତି। କାରଖାନା ନିକଟରେ ଥିବା ଗାଁ ଗୁଡ଼କୁ କମ୍ପାନୀ କର୍ତ୍ତୃପକ୍ଷ ସହାୟତା ପ୍ରଦାନ ବଦଳରେ ଦାଉ ସାଧୁଥିବା ଅଭିଯୋଗ ହୋଇଛି । ଯାହାକି ସିଧାସଳଖ ଚାଷୀଙ୍କ ଉପରେ ପ୍ରଭାବ ପକାଉଛି । ଚାଷୀ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଏଥିପ୍ରତି ନା ସରକାର ନା ଜିଲ୍ଲା ପ୍ରଶାସନ କେହି କର୍ଣ୍ଣପାତ କରୁନଥିବା ଚାଷୀମାନେ କହିଛନ୍ତି। ଏ ନେଇ ବାରମ୍ବାର ଇମ୍ଫା କର୍ତୃପକ୍ଷ ଏବଂ କୃଷି ବିଭାଗକୁ ଅବଗତ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ସବୁଠାରୁ ବଡ଼କଥା ହେଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହାର ଯାଂଚ ମଧ୍ୟ କରାଯାଉନାହିଁ । ଯଦ୍ଵରା ଇମ୍ଫା ଚତୁପାର୍ଶ୍ବରେ ଥିବା ବିଭିନ୍ନ ଗ୍ରାମର ଶତାଧତ୍କ ଚାଷୀ ନାନା ସମସ୍ୟା ଭୋଗୁଛନ୍ତି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧତ୍କାରୀ ନନ୍ଦକିଶୋର ସିଂଙ୍କୁ ପଚାରିବାରୁ କହିଥିଲେ ଯେ, ଘଟଣାର ତଦନ୍ତ ପାଇଁ ବ୍ଲକ କୃଷି ଅଧତ୍କାରୀଙ୍କୁ କ୍ଷେତ୍ରକୁ ପଠାଯିବ । ସେ ଅନୁଧ୍ୟାନ ପରେ ଉଚ୍ଚ ଅଧତ୍କାରୀଙ୍କୁ ଜଣାଇ ଆଗାମୀ ପଦକ୍ଷେପ ଗ୍ରହଣ କରିବେ ।