ଭାରତ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲା ଆଇଏମ୍‌ଏଫ୍‌

Published By : Prameya-News7 Bureau | October 19, 2019 IST

ନୂଆଦିଲ୍ଲୀ -  ଭାରତ ସରକାରଙ୍କ ତରଫରୁ କର୍ପୋରେଟ୍ ଟ୍ୟାକ୍ସ କମାଇବା ନିଷ୍ପତିକୁ ସ୍ୱାଗତ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫ । ଏହା କରିବା ଦ୍ୱାରା ଭାରତରେ ବିଦେଶୀ ନିବେଶ ବୃଦ୍ଧି ପାଇବ । ଏଥି ସହ ଘରୋଇ କମ୍ପାନୀମାନଙ୍କର ମଧ୍ୟ କାରବାର ବୃଦ୍ଧି ପାଇବ ବୋଲି କହିଛନ୍ତି ଆଇଏମଏଫ ଡାଇରେକ୍ଟର ଚେଙ୍ଗୟାଙ୍ଗ ରି ଏହା କହିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୧ ପ୍ରତିଶତ ରହିବ ।

ଏପରିକି ୨୦୨୦ରେ ଏହା ୭ପ୍ରତିଶତକୁ ସ୍ପର୍ଶ କରିବ ।  ମୁଦ୍ରା ନୀତିରେ ଭାରତ କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରିବା ପରେ ଭାରତ ବଜାରରେ ନିବେଶ ବୃଦ୍ଧି ପାଇବା ନେଇ ନୂତନ ଆଶା ସୃଷ୍ଟି ହୋଇଛି । ଭାରତ ଆର୍ଥିକ ଏକକିକରଣ ଉପରେ ଧ୍ୟାନ ଦେବା ଆବଶ୍ୟକ । ଏହାସହ ଆର୍ଥିକ ସ୍ଥିତିର ଦୀର୍ଘ ଅବଧି ପାଇଁ ସ୍ଥିରତା ମଧ୍ୟ ସୁନିଶ୍ଚିତ କରିବା ଉଚିତ ବେ।ଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.