oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

୨୦୨୧ରେ ଭାରତର ୧୨.୫% ବିକାଶ ଅନୁମାନକୁ ୯.୫%ରେ ସୀମିତ କଲେ IMF

27/07/2021 at 7:56 PM

ନୂଆଦିଲ୍ଲୀ ୨୭।୭: ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ) ୨୦୨୧ରେ ଭାରତର ଆର୍ଥିକ ବିକାଶ ଅନୁମାନକୁ ମଙ୍ଗଳବାର ହ୍ରାସ କରିଛନ୍ତି। ପୂର୍ବରୁ ଭାରତ ୨୦୨୧ ଲାଗି ୧୨.୫ ପ୍ରତିଶତର ବିକାଶ ଅନୁମାନ କରିଥିଲା। ତେବେ ଆଇଏମଏଫ ଏହା ୯.୫ ପ୍ରତିଶତରେ ସୀମିତ  ରହିବ ବୋଲି କହିଛନ୍ତି। ଆଇଏମଏଫଙ୍କ ମୁଖ୍ୟ ଇକୋନମିଷ୍ଟ ଗୀତା ଗୋପୀନାଥ ବିକାଶର ଏହି ପୂର୍ବାନୁମାନକୁ କରୋନା ଭାଇରସ ମହାମାରୀ ସଂଶୋଧିତ କରିଥିବା କହିଛନ୍ତି।

ଅତ୍ୟାଧିକ ସଂକ୍ରମଣ କ୍ଷମତା ରଖୁଥିବା କରୋନାର ଡେଲ୍ଟା ଭାଇରସ ଏବେ ବିଶ୍ୱର ଅଧିକାଂଶ ଦେଶଙ୍କୁ ସଂକ୍ରମିତ କରୁଛି। ତେବେ ଭାରତରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଅର୍ଥବ୍ୟବସ୍ଥାରେ ଯେଉଁ ବ୍ୟବଧାନ ଆଣିଥିଲା ଏଥିଯୋଗୁ ଦେଶର ଆର୍ଥିକ ବିକାଶ ଆକଳନ ହ୍ରାସ ହୋଇଥିବା ଗୋପୀନାଥ କହିଛନ୍ତି। ଏ ନେଇ ସେ ଏକ ବ୍ଲଗ ପୋଷ୍ଟ କରିଥିବା ବେଳେ ଏଥିରେ ଆଶା କରାଯାଉଥିବା ଟିକାକରଣ ହାର ଏବଂ ଏଥିଯୋଗୁ ଫେରିଥିବା ସ୍ୱଭାବିକତା ହୁଏତ ପରିସ୍ଥିତିକୁ କିଛିମାତ୍ରାରେ ନିୟନ୍ତ୍ରିତ କରିଛି, ହେଲେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ସୃଷ୍ଟି କରିଛି ବୋଲି ଉଲ୍ଲେଖ କରିଛନ୍ତି।

ତେବେ ଆଇଏମଏଫ୨୦୨୨ ବର୍ଷ ଲାଗି ପ୍ରକଳ୍ପକୁ ପୂର୍ବରୁ ଥିବା ୬.୯ ପ୍ରତିଶତର ଆକଳନକୁ ୮.୫ ପ୍ରତିଶତକୁ ଉନ୍ନିତ କରିଛନ୍ତି।  ବିଭିନ୍ନ ଅର୍ଥବ୍ୟବସ୍ଥା ଖୋଲିବା ସହ ଏବେ ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ରିକୋଭରି ଜାରି ରହିଛି। ତେବେ ଗୋପୀନାଥ ଉନ୍ନତ ଅର୍ଥନୀତି ଓ ବିକାଶଶିଳ ଅର୍ଥନୀତିରେ ଥିବା ‘ବିସ୍ତାର ବ୍ୟବଧାନ’କୁ ବିସ୍ତୃତ ବ୍ୟାଖ୍ୟା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ୨୦୨୧ ବର୍ଷା ଲାଗି ବୈଶ୍ୱିକ ବିକାଶର ଯାହା ପୂର୍ବାନୁମାନ ଥିଲା ୬ପ୍ରତିଶତ ତାହା ଏବେବି ଅପରିବର୍ତ୍ତିତ ରହିଛି। ହେଲେ ଏହାର ଉପାଦାନ ସବୁ ବଦଳି ଯାଇଛି।

   Related Posts