ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

IMFଙ୍କ ଘୋଷଣା ତାଲିବାନଙ୍କୁ ମିଳିବନି ଋଣ କି ଅନ୍ତର୍ଜାତୀୟ ଆର୍ଥିକ ସହଯୋଗ

19/08/2021 at 9:14 PM

ୱାସିଂଟନ : ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣକୁ ନେଇଥିବା ବେଳେ ଅନ୍ତର୍ଜାତୀୟ ମୂଦ୍ରା କୋଷ(ଆଇଏମଏଫ) ଗୁରୁବାର ବଡ଼ ଘୋଷଣା କରିଛନ୍ତି। ଏଥିରେ ଅସ୍ତ୍ରମୁନରେ ଦେଶର କ୍ଷମତା ହାତେଇଥିବା ତାଲିବାନମାନଙ୍କୁ କୌଣସି ପ୍ରକାର ଅନ୍ତର୍ଜାତୀୟ ଋଣ ଅଥବା ସଂସାଧନର ସହାୟତା ଦିଆଯିବନି ବୋଲି ଘୋଷଣା କରିଛନ୍ତି। ଆଫଗାନିସ୍ତାନ ସରକାରଙ୍କୁ ମାନ୍ୟତା ନେଇ ଏପର୍ଯ୍ୟନ୍ତ ବିଶ୍ୱ ସମୂଦାୟ ସ୍ପଷ୍ଟ ନାହାନ୍ତି।  ଏଣୁ ଦେଶକୁ ଏସଡିଆର ଅଥବା ଆଇଏମଏଫଙ୍କ ଅନ୍ୟ ସଂସାଧନ ଉପଲବ୍ଧ କରାଯିବନି ବୋଲି ସ୍ପଷ୍ଟ କରିଦିଆଯାଇଛି।

ଆଇଏମଏଫ ୧୯୦ ଦେଶଙ୍କ ଆର୍ଥିକ ସଙ୍ଗଠନ। ସଦସ୍ୟ ଦେଶଙ୍କୁ ଏସଡିଆର ଯୋଗେ ଋଣ ଆହରଣ ଅଧିକାର ପ୍ରାପ୍ତ ହୋଇଥାଏ। କୌଣସି ଦେଶ ଲାଗି ଏହା ଏକ ରିଜର୍ଭ ଭାବେ କାମ କରିଥାଏ। ଯାହାକୁ ସଦସ୍ୟ ଦେଶମାନେ ପୈଠ ପୁରା କରିବା ଲାଗି ଉପଯୋଗ କରିଥାନ୍ତି। ତେବେ ଆଇଏମଏଫଙ୍କ ପୂର୍ବରୁ ଆଫଗାନ କେନ୍ଦ୍ରୀୟ ବ୍ୟାଙ୍କର ୯.୫ ବିଲିୟନ ଡଲାର ବୈଦେଶିକ ମୁଦ୍ରା ଭଣ୍ଡାରକୁ ଆମେରିକା ଫ୍ରିଜ କରିଦେଇଛି। ଫଳରେ ଏବେ ଦେଶରେ ବୈଦେଶିକ ମୁଦ୍ରା ସଂକଟ ଦେଖା ଦେଇଛି।

ଆଫଗାନିସ୍ତାନର ବୈଦେଶିକ ମୁଦ୍ରାଭଣ୍ଡାରର ୭.୫ ବିଲିୟନ ଡଲାର ଆମେରିକୀୟ ଫେଡେରାଲ ବଣ୍ଡ ଭାବେ ରହିଛି। ବାକି ଅର୍ଥ ସୁନା ଓ ଅନ୍ୟ ସମ୍ପତ୍ତି ଆକାରରେ ମହଜୁଦ ରଖାଯାଇଛି। ତେବେ ତାଲିବାନମାନେ ଦେଶକୁ ଯେପରି ହାତେଇଲେ ଏଥିରେ ସେମାନେ ନଗଦ ଭଣ୍ଡାରରୁ ବଞ୍ଚିତ ହୋଇଥିବା ଆଫଗାନ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି।

ସେପଟେ ତାଲିବାନ ଆମେରିକା ଟ୍ରେଜରୀ ଡିପାର୍ଟମେଣ୍ଟଙ୍କ ପ୍ରତିବନ୍ଧିତ ସଙ୍ଗଠନଙ୍କ ସୂଚୀରେ ରହିଛି। ଏଣୁ ଆଫଗାନ କେନ୍ଦ୍ରୀୟ ବ୍ୟାଙ୍କର ସମ୍ପତି ଏବେ ତାଲିବାନଙ୍କୁ ମିଳିପାରିବ ନାହିଁ। ତେବେ ଶାସନ ହାତେଇ ନେଇଥିବା ତାଲିବାନ ଆଗକୁ ଗୁରୁତର ଆର୍ଥିକ ସଂକଟକୁ ଚାଲିଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିବା ବେଳେ ବିନା ଅର୍ଥରେ ଦେଶକୁ ଚଳାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡିବ ବୋଲି ପୂର୍ବରୁ ଆଫଗାନ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ସତର୍କ କରାଇଥିଲେ।

   Related Posts