ନୂଆଦିଲ୍ଲୀ: ଆର୍ଥିକ ମୋର୍ଚ୍ଚାରେ ଭାରତ ପାଇଁ ଖୁସି ଖବର ସାମନାକୁ ଆସିଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ମଙ୍ଗଳବାର ଘରୋଇ ଚାହିଦାରେ ବୃଦ୍ଧି ଏବଂ ଶ୍ରମଶକ୍ତିରେ ବଢୁଥିବା ସଂଖ୍ୟାକୁ ଦର୍ଶାଇ ଭାରତର ଅଭିବୃଦ୍ଧି ହାର ଅନୁମାନକୁ ଚଳିତ ବର୍ଷ ପାଇଁ ବଢାଇ ୬.୮ ପ୍ରତିଶତ କରିଛି । ଉଲ୍ଲେଖଯୋଗ୍ୟ ଯେ ଜାନୁଆରୀରେ ୬.୫ ପ୍ରତିଶତର ଅନୁମାନ କରିଥିଲା ଆଇଏମଏଫ । ତେବେ ଏହା ଆରବିଆଇର ଅନୁମାନଠାରୁ କମ ରହିଛି । କେନ୍ଦ୍ରୀୟ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଜିଡିପି ଅଭିବୃଦ୍ଧିର ଅନୁମାନ ୭ ପ୍ରତିଶତ ରଖିଛି ।
ଆଇଏମଏଫ ବିଶ୍ୱ ଆର୍ଥିକ ପରିଦୃଶ୍ୟର ସଦ୍ୟତମ ସଂସ୍କରଣରେ କହୁଯାଇଛି, ଭାରତରେ ଅଭିବୃଦ୍ଧି ହାର ଆର୍ଥିକ ବର୍ଷ ୨୦୨୪ରେ ୬.୮ ପ୍ରତିଶତ ଏବଂ ୨୦୨୫ରେ ୬.୫ ପ୍ରତିଶତ ରହିବାର ଅନୁମାନ ରହିଛି । ଘରୋଇ ଚାହିଦାରେ ନିରନ୍ତର ମଜଭୁତି ଏବଂ ୱାର୍କଫୋର୍ସରେ ବଢୁଥିବା ଲୋକ ସଂଖ୍ୟାରୁ ଏହାକୁ ବଳ ମିଳିବ । ଆଇଏମଏଫ ଏବଂ ବିଶ୍ୱ ବ୍ୟାଙ୍କ (ୱାର୍ଲଡ ବ୍ୟାଙ୍କ )ର ବାର୍ଷିକ ବସନ୍ତ ବୈଠକ ପୂର୍ବରୁ ଜାରି କରିଛି ।
IMF Growth Forecast: 2024
— IMF (@IMFNews) April 16, 2024
🇺🇸 US: 2.7%
🇩🇪 Germany: 0.2%
🇫🇷 France: 0.7%
🇮🇹 Italy: 0.7%
🇪🇸 Spain: 1.9%
🇬🇧 UK: 0.5%
🇯🇵 Japan: 0.9%
🇨🇳 China: 4.6%
🇮🇳 India: 6.8%
🇷🇺 Russia: 3.2%
🇧🇷 Brazil: 2.2%
🇲🇽 Mexico: 2.4%
🇸🇦 KSA: 2.6%
🇳🇬 Nigeria: 3.3%
🇿🇦 S. Africa: 0.9%https://t.co/tPL4fgygu4 pic.twitter.com/Y99bDg17oJ
ରିପୋର୍ଟ ଅନୁସାରେ ବିକାଶଶୀଳ ଏସିଆରେ ବୃଦ୍ଧି ହାର ଗତ ବର୍ଷର ଆନୁମାନିକ ୫.୬ ପ୍ରତିଶତରୁ କମ ଆର୍ଥିକ ବର୍ଷ ୨୦୨୪ରେ ୫.୨ ପ୍ରତିଶତ ଏବଂ ୨୦୨୪ରେ ୪.୯ ପ୍ରତିଶତ ରହିବା ନେଇ ଅନୁମାନ ରହିଛି । ଏହା ଅନୁମାନ ଜାରି କରାଯାଇଥିବା ପୂର୍ବ ଅନୁମାନ ତୁଳନାରେ ସାମାନ୍ୟ ଭଲ ରହିଛି ।
ଆଇଏମଏଫ ନିଜର ଜାନୁଆରୀ ରିପୋର୍ଟ ୨୦୨୪ ପାଇଁ ଭାରତର ବୃଦ୍ଧି ହାର ୬.୫ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା । ଏହାସହ ଆଇଏମଏଫ ଚୀନ ବୃଦ୍ଧି ହାର ୨୦୨୩ର ୫.୨ ପ୍ରତିଶତ ତୁଳନାରେ ମନ୍ଥର ରହି ବର୍ଷ ଚଳିତ ବର୍ଷ ୪.୬ ପ୍ରତିଶତ ଏବଂ ୨୦୨୫ରେ ୪.୧ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ସେହିପରି ରିପୋର୍ଟରେ କୁହାଯାଇଛି ଯେ ବୈଶ୍ୱିକ ବୃଦ୍ଧି ଆର୍ଥିକ ବର୍ଷ ୨୦୨୪ ଏବଂ ୨୦୨୫ରେ ମଧ୍ୟ ନିଜ ପୁରୁଣା ସ୍ପିଡ୍ ଜାରି ରଖିବ । ଆର୍ଥିକ ବର୍ଷ ୨୦୨୩ରେ ବୈଶ୍ୱିକ ଅଭିବୃଦ୍ଧି ୩.୨ ପ୍ରତିଶତ ରହିଥିଲା ।